LIVE TV

ଭୟରେ ଖେଳୁଛନ୍ତି କ୍ରିକେଟର, ଗମ୍ଭୀର ସବୁ ନଷ୍ଟ କରିଦେଲେ ; ଟାର୍ଗେଟ୍ କଲେ କୈଫ୍

NEWS7
ନବ-ବିବାହିତ-ପତ୍ନୀ-ହୋଇପାରନ

ନୂଆଦିଲ୍ଲୀ, ୧୮|୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ହାରିବା ପରେ ଏବେ ସମସ୍ତଙ୍କ ଟାର୍ଗେଟରେ କୋଚ୍ ଗୌତମ ଗମ୍ଭୀର । ଅନେକ ପୂର୍ବତନ କ୍ରିକେଟର ଗମ୍ଭୀରଙ୍କ ଗେମ୍ ପ୍ଲାନକୁ ଟାର୍ଗେଟ୍ କରୁଛନ୍ତି । ଭାରତୟ ଖେଳାଳି ଟିମରେ ସୁରକ୍ଷିତ ମଣୁନଥିବା ମଧ୍ୟ ଖବର ଆସୁଛି । ଏସବୁ ଭିତରେ ପୂର୍ବତନ ବ୍ୟାଟସମ୍ୟାନ୍ ମହମ୍ମଦ କୈଫ ଗମ୍ଭୀରଙ୍କୁ ଟାର୍ଗେଟ୍ କରିଛନ୍ତି । ଗମ୍ଭୀରଙ୍କ ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି କୈଫ୍ ।

ଭାରତୀୟ ଦଳର ପୂର୍ବତନ ଷ୍ଟାର୍ ପ୍ଲେୟାର କୈଫ୍ କହିଛନ୍ତି ଯେ, ଗମ୍ଭୀରଙ୍କ କାର୍ଯ୍ୟକାଳରେ ଖେଳାଳିଙ୍କୁ ବାରମ୍ବାର ଅଦଳ ବଦଳ କରାଯାଉଛି । ଫଳରେ ଭାରତୀୟ ଟେଷ୍ଟ ବ୍ୟାଟର ସୁରକ୍ଷିତ ମଣୁନାହାଁନ୍ତି । ପ୍ଲେଇଂ ଇଲେଭେନରେ ସ୍ଥାନ ନମିଳିବା ଭୟରେ ରହୁଛନ୍ତି । ବର୍ତ୍ତମାନ ଟିମ୍ ମ୍ୟାନେଜମେଣ୍ଟ ଖେଳାଳିଙ୍କୁ ସମର୍ଥନ କରୁନାହିଁ । ଯାହା ଖେଳାଳିଙ୍କୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡୁଛି ।

କୈଫ ଆହୁରି କହିଛନ୍ତି ଯେ, ଖେଳାଳି ନିଜ ଉପରେ ଭରସା କରିପାରୁ ନାହାଁନ୍ତି । ଟ୍ରେନିଂ ଟ୍ରାକରେ ଏହା ପ୍ରତିଫଳିତ ହେଉଛି । ଟେଷ୍ଟରେ ଖେଳାଳିଙ୍କୁ ଲଗାତର ସୁଯୋଗ ମିଳୁନାହିଁ । ସରଫରାଜ ଖାନ ଗତ ବର୍ଷ ନ୍ୟୁଜିଲାଣ୍ଡ ବିରୋଧରେ ଶତକ ହାସଲ କରିଥିଲେ । କିନ୍ତୁ ଟିମରୁ ତାଙ୍କୁ ବାଦ୍ ଦିଆଗଲା । ସାଇ ସୁଦର୍ଶନ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୮୭ ରନର ପାଳି ଖେଳିଥିଲେ । ତାଙ୍କୁ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସ୍ଥାନ ଦିଆଯାଇନଥିଲା ।

ସେ ଆହୁରି କହିଛନ୍ତି ଯେ, ଖେଳାଳିମାନେ ସେମାନଙ୍କ ସମର୍ଥନରେ କେହି ନଥିବା ଅନୁଭବ କରୁଛନ୍ତି । ସମସ୍ତେ ଭୟରେ ଖେଳୁଛନ୍ତି । ଯଦି ସରଫରାଜ ଖାନ ୧୦୦ କରିବା ପରେ ବି ଜାଗା ମିଳିଲାନି ତାହାଲେ ଦଳରେ ବହୁତ କିଛି ଭୁଲ ଚାଲୁଛି । ଯାହା ଆଗକୁ ଭୟଙ୍କର ରୂପ ନେବ ବୋଲି ସେ କହିଛନ୍ତି ।