କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ : ପଳାଶପଙ୍ଗା ଲ୍ୟାମ୍ପସରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ପ୍ରକ୍ରିୟାର କଲେ ଶୁଭାରମ୍ଭ

NEWS7
ଦେ-ଧମା-ଧମ୍-bada-khabar-02-08-2018

ପାଟଣା ୨୬।୧୨: ମୁଖ୍ୟମନ୍ତ୍ରୀ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି । ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ପଳାଶପଙ୍ଗା ଲ୍ୟାମ୍ପରେ ପହଞ୍ଚି ଜିଲ୍ଲାର ୨୦୨୫-୨୬ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରୁ ଆସି ହେଲିକାପ୍ଟର ଯୋଗେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସେ ସଡ଼କପଥରେ ସେଠାରୁ ଆସି ପଳାଶପଙ୍ଗାରେ ପହଞ୍ଚି ଏବର୍ଷର ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ଚାଷୀମାନେ ତାଙ୍କର ଉତ୍ପାଦିତ ଧାନର ସର୍ବାଧିକ ମୂଲ୍ୟ କିଭଳି ପାଇବେ, ପ୍ରଥମେ ମୁଖ୍ୟମନ୍ତ୍ରୀ ଲ୍ୟାମ୍ପସ୍ କତ୍ତୃପକ୍ଷଙ୍କ ଠାରୁ ଏସମ୍ପର୍କରେ ସବିଶେଷ ଅବଗତ ହୋଇଥିଲେ । କିଭଳି ଭାବରେ ବେଆଇନ କଟନି ଛଟନି ହେବ ନାହିଁ ସେନେଇ କହିବା ସହ ଧାନକିଣା ପ୍ରକ୍ରିୟାରେ ଦଲାଲ ଏବଂ ଧାନ କିଣାରେ ଦୁର୍ନୀତି କରୁଥିବା ଲୋକଙ୍କୁ ଜେଲ ପଠାଯିବ ବୋଲି କହିଥିଲେ ।

ଏଥିସହ ଧାନ ଚାଷ ସହ ଚାଷୀ ମାନେ ପନିପରିବା ଡାଲି ଜାତୀୟ ଖାଦ୍ୟ ଶସ୍ୟ, ମାଣ୍ଡିଆ ଚାଷ କରି ଚାଷୀମାନେ ଅଧିକ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ । ପୂର୍ବ ସରକାର ସମୟରେ ଚାଷୀ, ଚାଷରେ କ୍ଷତି ସହୁଥିବା କାରଣରୁ ଚାଷ ଛାଡିବା ସହ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଥିଲା । ହେଲେ, ବର୍ତ୍ତମାନର ସରକାର ସମୟରେ ସରକାରଙ୍କର ଚାଷୀଙ୍କ ପ୍ରତି ଅଧିକ ପ୍ରୋତ୍ସାହନ କାରଣରୁ ଅଧିକ ମାତ୍ରାରେ ଚାଷୀମାନେ ଧାନଚାଷ କରିବା ସହ ଏବର୍ଷ ଅଧିକ ମାତ୍ରାରେ ଚାଷୀମାନେ ଧାନବିକ୍ରି ପାଇଁ ପଞ୍ଜିକରଣ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।