ହୋଟେଲ୍ ରୁମ୍‌ରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା, ବାନ୍ଧବୀ ଥିବା ବେଳେ କେମିତି କଲେ ଆତ୍ମହତ୍ୟା ?

NEWS7
ଦେଶର-ପ୍ରଥମ-କିନ୍ନର-କ୍ୟାବ୍-2

ଭୁବନେଶ୍ୱର ୨୧।୦୨ : ଏୟାରଫିଲ୍ଡ ଥାନା ପୋଖରୀପୁଟ ଅଞ୍ଚଳରେ OYO ରୁମରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ଛାନଭିନ୍ କରୁଛି । ହସପିଟାଲ୍ ରେ ମୃତଦେହ ଛାଡ଼ି ପଳାଇଥିବା ପ୍ରେମିକାଙ୍କୁ ଖୋଜୁଛି ପୋଲିସ । ଏପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଯୁବକ ବୁବୁନାଙ୍କ ପରିବାର ଲୋକ ।

ଏ ଖବର ବି ପଢନ୍ତୁ:- ରାତି ୧୦ଟାରେ କରିଥିଲେ ଚେକ୍ ଇନ୍, ସକାଳୁ ସରିଗଲା ସବୁ…୨୦୬ ନମ୍ବର ରୁମ୍‌ରେ ଘଟିଲା କ’ଣ ?

ତେବେ ପୂରା ଘଟଣା ନେଇ ଅନେକ ପ୍ରଶ୍ନ ଉଠିଛି । ଓୟୋ ହୋଟେଲରେ ଏମିତି କଣ ଘଟିଲା ଯେଉଁଥିପାଇଁ ଏଭଳି ଚରମ ନିଷ୍ପତି ନେଲେ ବୁବୁନା ? ଗୋଟିଏ ରୁମରେ ବାନ୍ଧବୀଙ୍କ ସହ ଥିବା ବେଳେ ସେ କେମିତି ଆତ୍ମହତ୍ୟା କଲେ ? ତାଙ୍କୁ ବଞ୍ଚାଇବାକୁ ଯୁବତୀ ଉଦ୍ୟମ କରିଥିଲେ କି ? ବାନ୍ଧବୀ କରୁଥିଲେ କଣ? ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ କି ? ଏମିତି ତମାମ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ।

ଏ ଖବର ବି ପଢନ୍ତୁ:- ଗାର୍ଲଫ୍ରେଣ୍ଡ ସହ ହୋଟେଲକୁ ଆସିଥିଲେ ଯୁବକ, ଏବେ ମିଳିଲା ମୃତଦେହ

ତେବେ ଯୁବତୀଙ୍କ ସହ ଦୀର୍ଘ ୬ ମାସ ହେବ 'ଲିଭ୍-ଇନ୍ ରିଲେସନସିପ୍'ରେ ରହୁଥିଲେ ବୁବୁନା। ପୋଖରୀପୁଟର ଏକ ହୋଟେଲ୍ ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି। ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା କୁଆଡେ ଗଲେ ଏବଂ ଉଭୟଙ୍କ ମଧ୍ୟରେ କୌଣସି ବିବାଦ ଥିଲା କି ନାହିଁ, ସେ ନେଇ ହୋଟେଲ୍ କର୍ମଚାରୀ ଓ ପରିବାର ଲୋକଙ୍କୁ ପଚରାଉଚରା କରାଯାଉଛି। ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ନମୁନା ସଂଗ୍ରହ କରିଛି। ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜ ସହ ରେଜିଷ୍ଟର ଯାଞ୍ଚ କରିଛି ପୋଲିସ।

ଏ ଖବର ବି ପଢନ୍ତୁ:- ୨୦୨୬-୨୭ ଆର୍ଥିକ ବର୍ଷରେ ୬୦ହଜାର ୮୦୦କୋଟି ଟଙ୍କା ଋଣ କରିବେ ସରକାର: ବିରୋଧୀଙ୍କ ଟାର୍ଗେଟ୍