ଦଳକୁ ସମସ୍ତେ ଆସିବା ଦରକାର, କିନ୍ତୁ ସଭାପତି ନବୀନ ବାବୁ ହେବା ଉଚିତ୍

NEWS7
ଦେଶରୁ-ଅନ୍ଧାର-ହଟିଗଲା-special-report-03-30-04-2018

ଭୁବନେଶ୍ୱର ୨୫।୧୨ : ୨୦୨୫ ବିଜେଡି ପାଇଁ ଭଲ ନଥିଲା । ନବୀନ ବାବୁ ନେତୃତ୍ୱ ନେବେ କି ନାହିଁ । ସେଥିପାଇଁ ଦ୍ୱନ୍ଦରେ ଥିଲେ । କିନ୍ତୁ ଏବେ ସେ ଦ୍ୱନ୍ଦ ଆଉ ନାହିଁ । ନବୀନ ବାବୁଙ୍କ ବଦଳରେ ଯଦି ଆଉ କାହାକୁ ଅଣାଗଲା, ତେବେ ଦଳ ଭାଙ୍ଗିଯିବ । ଏମିତି କିଛି କହି ପୁଣି ଥରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟ କରିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବରିଷ୍ଠ ନେତାମାନେ ଯାହା ଭାବି ବସିଥିଲୁ । ଏବେ ଜୁନିୟରମାନେ ବି ସେଇ ଚିନ୍ତାରେ ଏକାଠି ବସିଥିଲେ । ୨୦୨୫ ବିଜେଡି ପାଇଁ ଭଲ ନଥିଲା । ନବୀନ ବାବୁ ନେତୃତ୍ୱ ନେବେ ନା ନାହିଁ ସେଥିପାଇଁ ଦ୍ୱନ୍ଦ ଥିଲା । ଏବେ କିନ୍ତୁ ସେ ଦ୍ୱନ୍ଦ ନାହିଁ । ଦଳର ସଭାପତି ସ୍ପଷ୍ଟ କରିଛନ୍ତି । ସେ ହିଁ ଦାୟିତ୍ୱରେ ରହିବେ । କିଛି ନୂଆ ଲୋକଙ୍କୁ ଯଦି ଅଣାଗଲା, ତେବେ ବିଜେଡି ଭାଗ ହୋଇଯିବ । ଭବିଷ୍ୟତ ହେଉଛି ନବୀନ ବାବୁଙ୍କୁ ଛାଡ଼ି ବିଜେଡି ରହିପାରିବ ନାହିଁ । ଦଳର ସଭାପତି ଜାଣିସାରିଛନ୍ତି, ଯାହାଙ୍କୁ ଆଣିବାକୁ ପ୍ରୟାସ ହେଉଛି, ତାଙ୍କ ପାଇଁ ଦଳର ବଡ଼ କ୍ଷତି ହୋଇଛି । ଦଳରେ ସମସ୍ତ ଆସିପାରିବେ , କିନ୍ତୁ ଯିଏ ଆସିବ ସେ ପ୍ରଥମେ କାମ କରିବା ଉଚିତ୍ । ତିନି ଜଣଙ୍କୁ ନେଇ ଦଳ ପରିଚାଳନା ହୁଏ ନାହିଁ । ଗୋଟିଏ ଟିମ୍ ହୋଇ କାମ କରିବା ଉଚିତ୍ । ଯୁବ ନେତାମାନେ ଏହି ଉଦ୍ଦେଶ୍ୟରେ ବସିଥିଲେ । ସେମାନେ ଜାଣିଛନ୍ତି ଯେ, ନବୀନଙ୍କ ଛଡ଼ା ଅନ୍ୟ କେହି ବୁଝିଲେ ସେମାନଙ୍କ ଭବିଷ୍ୟତ ଅନ୍ଧକାର । ଦଳ ସମସ୍ତଙ୍କୁ ନେଇ ଚାଲିପାରିବନାହିଁ । ଅସନ୍ତୋଷ ବୋଲି ୪୦ ଜଣ ଝୁମୁକାରେ ଏକାଠି ହୋଇଥିଲେ । ଆମେ ବି ବସୁଛୁ । ପ୍ରଫୁଲ ମଲ୍ଲିକଙ୍କୁ କାହିଁକି ଦଳରୁ ବାହାର କରାଗଲା । ଯଦି ଆକ୍ସନ ନେବା କଥା ସମସ୍ତଙ୍କ ଉପରେ ନିଆଯାଇପାରିଥାନ୍ତା । ୨୪ ନିର୍ବାଚନରେ ବିଜୁ ବାବୁଙ୍କୁ ଆମେ ପୁରା ଭୁଲିଗଲୁ । ପୋଷ୍ଟରରେ ବିଜୁ ବାବୁ ଫଟୋ ବି ରହିଲାନି । ଦଳକୁ ସଂଗଠିତ ପାଇଁ ନବୀନ ବାବୁ ବରିଷ୍ଠଙ୍କୁ ଡାକି ଆଲୋଚନା କରିବେ ।