LIVE TV

ତୁଳା ରାଶି ବ୍ୟକ୍ତି ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପାଇବେ, ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ

NEWS7
ଦକ୍ଷିଣ-ପଶ୍ଚିମ-ମୌସୁମୀ-ବାୟ

ମେଷ- କଥାବାର୍ତ୍ତା ଶୈଳୀ ଅତ୍ୟନ୍ତ ପ୍ରଭାବଶାଳୀ ରହିବ। ଛୋଟ ଦୂରତ୍ୱର ଯାତ୍ରା ଯୋଗ ରହିଛି, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ବିଦ୍ୟାର୍ଥୀମାନେ ଅଧ୍ୟୟନରେ ଏକାଗ୍ରତା ରଖିପାରିବେ । କର୍ମକ୍ଷେତ୍ରରେ କିଛି ନୂଆ ଯୋଜନା କରି ସଫଳତା ପାଇବେ ।

ବୃଷ- ଆର୍ଥିକ ସ୍ଥିତି ସୁଦୃଢ଼ ରହିବାର ସମ୍ଭାବନା ଅଛି। ଅଟକି ରହିଥିବା ଧନ ଫେରିପାଇବାର ସୁଯୋଗ ମିଳିପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ମାତ୍ର କଥା କହିବାରେ ସାବଧାନ ରୁହନ୍ତୁ । କୌଣସି ନୂତନ ଜିନିଷ କିମ୍ବା ଘରୋଇ ସାମଗ୍ରୀ କିଣିବାର ଯୋଗ ରହିଛି । ନିଜ ପ୍ରୟାସରେ ସଫଳତା ହାସଲ କରିବେ, କିନ୍ତୁ ଅଳସୁଆ ହୁଅନ୍ତୁ ନାହିଁ ।

ମିଥୁନ- ରାଶିରେ ଚନ୍ଦ୍ର ଥିବାରୁ ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସରେ ଭରପୂର ରହିବେ ଏବଂ ଉତ୍ସାହ ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ-ସମ୍ମାନ ବୃଦ୍ଧି ପାଇବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଏହି ଦିନଟି ଶୁଭ ଅଟେ । ଦାମ୍ପତ୍ୟ ଜୀବନରେ ପ୍ରେମ ଓ ସ୍ନେହର ବାତାବରଣ ରହିବ ।

କର୍କଟ- ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ। ଅଳ୍ପ ମାନସିକ ଚାପରେ ରହିପାରନ୍ତି, ତେଣୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟ କିମ୍ବା ଦୂର ଯାତ୍ରା ପାଇଁ ଯୋଗ ରହିଛି । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, ବିଶେଷ କରି ଶାରୀରିକ ଦୁର୍ବଳତା ଦେଖାଯାଇପାରେ । ଧ୍ୟାନ ଓ ଯୋଗ ଆପଣଙ୍କ ମାନସିକ ଶାନ୍ତି ପାଇଁ ଲାଭଦାୟକ ହେବ ।

ସିଂହ- ବିଭିନ୍ନ ଉତ୍ସରୁ ଆର୍ଥିକ ଲାଭ ମିଳିବାର ପ୍ରବଳ ସମ୍ଭାବନା ରହିଛି। ବଡ଼ ଭାଇ କିମ୍ବା ବନ୍ଧୁମାନଙ୍କ ସହଯୋଗ ଆପଣଙ୍କ କାର୍ଯ୍ୟରେ ସଫଳତା ଆଣିବ। ଆୟ ଅପେକ୍ଷାକୃତ ଭଲ ରହିବ। ସାମାଜିକ କାର୍ଯ୍ୟରେ ଭାଗ ନେବାର ସୁଯୋଗ ମିଳିପାରେ, ଯେଉଁଥିରେ ଆପଣଙ୍କର ପ୍ରଶଂସା ହେ। ନୂତନ ଯୋଜନାଗୁଡ଼ିକ ଆରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ ।

କନ୍ୟା- କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ ଏବଂ ପ୍ରଶଂସା କରିବେ। ସରକାରୀ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଲାଭବାନ ହେବେ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଓ ତାଙ୍କର ସହଯୋଗ ମିଳିବ। ପରିଶ୍ରମ ଓ ଦକ୍ଷତା ପାଇଁ ଆପଣଙ୍କୁ ସମ୍ମାନ ମିଳିବ ।

ତୁଳା- ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରୁଥିବା ଛାତ୍ରଛାତ୍ରୀମାନେ ସଫଳ ହେବେ। ଦୂର ସ୍ଥାନ କିମ୍ବା ବିଦେଶ ସମ୍ବନ୍ଧିତ କାର୍ଯ୍ୟରେ ଶୁଭ ଫଳ ମିଳିବ। ଆପଣଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ରହିବ ।

ବିଛା- ଗୋପନୀୟତା ବଜାୟ ରଖିବା ଆପଣଙ୍କ ପାଇଁ ଭଲ ହେବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ, ତେଣୁ ସତର୍କ ରୁହନ୍ତୁ। ଅଚାନକ ଧନ ଲାଭର ଯୋଗ ରହିଛି, କିନ୍ତୁ ଋଣ ନେବା କିମ୍ବା ଦେବାଠାରୁ ଦୂରେଇ ରୁହନ୍ତୁ । ଜୀବନସାଥୀଙ୍କ ସହ ଯୁକ୍ତିତର୍କ ହୋଇପାରେ, ତେଣୁ ନୀରବତା ଅବଲମ୍ବନ କରନ୍ତୁ । ଗବେଷଣା ଏବଂ ଗୁପ୍ତ ବିଦ୍ୟା କ୍ଷେତ୍ରରେ ରୁଚି ବଢ଼ିବ ।

ଧନୁ- ଦାମ୍ପତ୍ୟ ଜୀବନ ମଧୁର ରହିବ ଏବଂ ଜୀବନସାଥୀଙ୍କର ସହଯୋଗ ମିଳିବ । ବ୍ୟବସାୟରେ ଭାଗୀଦାରୀ ପାଇଁ ଦିନଟି ଶୁଭ ଅଟେ । ଅବିବାହିତମାନେ ବିବାହ ପ୍ରସ୍ତାବ ପାଇପାରନ୍ତି । ଆପଣଙ୍କର ସାମାଜିକ ସମ୍ପର୍କ ବଢ଼ିବ ଏବଂ ନୂଆ ଲୋକଙ୍କୁ ଭେଟିବେ । ଯେକୌଣସି କାର୍ଯ୍ୟରେ ଅନ୍ୟର ପରାମର୍ଶ ନେବା ଆପଣଙ୍କ ପାଇଁ ଲାଭପ୍ରଦ ହେବ ।

ମକର- କର୍ମକ୍ଷେତ୍ରରେ ଦକ୍ଷତା ଓ ପରିଶ୍ରମ ପାଇଁ ଆପଣଙ୍କୁ ସଫଳତା ମିଳିବ। ଶତ୍ରୁ କିମ୍ବା ପ୍ରତିଦ୍ୱନ୍ଦ୍ୱୀମାନେ ଆପଣଙ୍କ ସାମ୍ନାରେ ପରାସ୍ତ ହେବେ। ଋଣ ପରିଶୋଧ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ। ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଦେଖାଦେବ ଏବଂ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ନିଜର ଦୈନନ୍ଦିନ କାର୍ଯ୍ୟଶୈଳୀକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ ।

କୁମ୍ଭ- ପ୍ରେମ ସମ୍ପର୍କରେ ମଧୁରତା ଆସିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କର ବୁଦ୍ଧି ଓ ବିବେକ ବ୍ୟବହାର କରି କାର୍ଯ୍ୟରେ ସଫଳ ହେବେ । ସନ୍ତାନମାନଙ୍କ ଠାରୁ ଶୁଭ ଖବର ପାଇବାର ସମ୍ଭାବନା ଅଛି । ନିବେଶ କରିବା ପୂର୍ବରୁ ବିଚାରପୂର୍ବକ ନିଷ୍ପତ୍ତି ନିଅନ୍ତୁ ।

ମୀନ- ଜମି, ବାହନ କିମ୍ବା ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବ। ମାନସିକ ଶାନ୍ତି ପାଇଁ ଆପଣ ଘରେ ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରିବେ । କର୍ମକ୍ଷେତ୍ରରୁ ଦୂରେଇ ନିଜ ପରିବାର ଉପରେ ଧ୍ୟାନ ଦେବା ଆଜି ଅଧିକ ମହତ୍ତ୍ୱପୂର୍ଣ୍ଣ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682