ଦିଲ୍ଲୀର ୯ଟି ସ୍କୁଲ୍‌କୁ ବୋମାରେ ଉଡାଇବାକୁ ଧମକ; ଖାଲି କରାଗଲା ପରିସର, ସର୍ଚ୍ଚ ଅପରେସନ ଜାରି

NEWS7
ଟ୍ରାଫିକ-ପୋଲିସଙ୍କୁ-ଯୁବତୀଙ

ନୂଆଦିଲ୍ଲୀ ୦୯।୦୨; ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଯାଇଛି। ସୋମବାର ସକାଳେ ସହରର ବିଭିନ୍ନ ଅଞ୍ଚଳର ନଅଟି ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏହି ଧମକପୂର୍ଣ୍ଣ କଲ୍ ସକାଳ ସାଢ଼େ ୮ରୁ ପୂର୍ବାହ୍ନ ୯ଟା ମଧ୍ୟରେ ଆସିଥିଲା । ଫଳରେ ସ୍କୁଲ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସଜାଗ ହୋଇଯାଇଥିଲେ। ଧମକ ପାଇବା ପରେ, ସମ୍ପୃକ୍ତ ସ୍କୁଲଗୁଡ଼ିକ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ, ଅଗ୍ନିଶମ ବାହିନୀ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରରେ ତଲାସୀ ଆରମ୍ଭ କରିଥିଲେ ।

ଧମକକୁ ଗମ୍ଭୀରତାର ସହ ନେଇ ଅନେକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରୁ ବାହାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସଙ୍ଗେ ସଙ୍ଗେ କିଛି ସ୍କୁଲରେ ଛୁଟି ଘୋଷଣା କରିଥିଲେ। ଏନେଇ ଅଭିଭାବକମାନଙ୍କୁ ମଧ୍ୟ ତୁରନ୍ତ ସୂଚନା ଦିଆଯାଇଥିଲା। ପ୍ରାଥମିକ ତଦନ୍ତରୁ ଏପର୍ଯ୍ୟନ୍ତ କୌଣସି ସ୍କୁଲ ପରିସରରେ ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ଜିନିଷ ମିଳିନାହିଁ। ତଥାପି, ପୋଲିସ ଏହି ଫୋନ୍କୁ ହାଲୁକା ଭାବରେ ନେଉନାହିଁ। ଏହାକୁ ଏକ ମିଥ୍ୟା ଖବର ବୋଲି ଧରିବା ସହ ଓ ପ୍ରତ୍ୟେକ ଦିଗକୁ ତଦନ୍ତ କରୁଛି।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ କଲ୍ର ଉତ୍ସ ଓ କଲ୍ କରିଥିବା ବ୍ୟକ୍ତିଙ୍କ ସ୍ଥାନ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ସାଇବର ୟୁନିଟ୍ ତଥା ବୈଷୟିକ ଦଳ ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି। ପୂର୍ବରୁ ମଧ୍ୟ ଦିଲ୍ଲୀ ଓ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସ୍କୁଲ ତଥା ସରକାରୀ କୋଠାକୁ ବୋମାରେ ଉଡ଼ାଇଦେବା ନେଇ ମିଥ୍ୟା ଧମକ ମିଳିଛି। ଏହାର ଉଦ୍ଦେଶ୍ୟ ଆତଙ୍କ ପ୍ରସାର କରିବା। ଦିଲ୍ଲୀ ପୁଲିସ ସମସ୍ତ ପ୍ରଭାବିତ ସ୍କୁଲର ପରିସ୍ଥିତି ନିୟନ୍ତ୍ରଣରେ ଥିବା ଦର୍ଶାଇ ଗୁଜବକୁ ଅଣଦେଖା କରିବାକୁ ଅଭିଭାବକ ଓ ଜନସାଧାରଣଙ୍କୁ ନିବେଦନ କରିଛି।

ଅଧିକ ପଢନ୍ତୁ- ରାୟବରେଲିରେ ଭୟଙ୍କର ଦୁର୍ଘଟଣା; ଗଙ୍ଗା ଏକ୍ସପ୍ରେସୱେରେ ୮ ଜଣଙ୍କୁ ଉପରେ ମାଡିଗଲା ଦ୍ରୁତଗାମୀ କାର, ୪ ମୃତ