T-20 World Cup: ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଗଲା ଇଂଲଣ୍ଡ, ଶେଷ ପର୍ଯ୍ୟନ୍ତ ଲଢି ୪ ରନରେ ହାରିଲା ନେପାଳ

NEWS7
ଟୁଙ୍ଗୀରେ-ଇଞ୍ଜିନିୟରିଂ-ଗଞ୍

ମୁମ୍ବାଇ: ଟି-୨୦ ବିଶ୍ଵକପ୍ ୨୦୨୬ର ବଡ଼ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟନ୍ତ ଲଢି ହାରିଲା ନେପାଳ। କିନ୍ତୁ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତି ନେଇଛି ଏହି ଅନଭିଜ୍ଞ ଦଳ। ଆଉ ମ୍ୟାଚକୁ ବହୁ କଷ୍ଟରେ ୪ ରନରେ ଜିତିବାରେ ସଫଳ ହୋଇଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୧୮୪ ରନ କରିଥିଲା। ଜବାବରେ ନେପାଳ କଡ଼ା ଟକ୍କର ଦେଇ ମ୍ୟାଚକୁ ଶେଷ ବଲ୍ ପର୍ଯ୍ୟନ୍ତ ନେଇ ୬ ଓ୍ଵିକେଟ୍ ରାଇ ୧୮୦ ରନ କରି ପାରିଛି। ଦୀପେନ୍ଦ୍ର ସିଂ ଏରି ୪୪ ରନ କରିଥିବା ବେଳେ ଲୋକେଶ ବନା ୩୯ ରନର ଦ୍ରୁତ ଇନିଂସ ଖେଳିଥିଲେ ମଧ୍ୟ ଦଳ ବିଜୟଠୁ ୪ ରନ ଦୂରରେ ରହି ଯାଇଥିଲା। ଅଧିନାୟକ ରୋହିତ ପୌଡେଲ ୩୯ ରନ କରିଥିଲେ। ଶେଷ ଓଭରରେ ନେପାଳକୁ ଜିତିବା ପାଇଁ ଦରକାର ଥିଲା ୧୦ ରନ। କିନ୍ତୁ ସାମ କରନ ୨୦ ତମ ଓଭର ବୋଲିଂ କରି ଇଂଲଣ୍ଡକୁ ଲଜ୍ଜାଜନକ ପରାଜୟରୁ ବଞ୍ଚାଇଛନ୍ତି। ଆଉ ଚଳିତ ଟି-୨୦ ବିଶ୍ଵକପରେ ବଡ଼ ବିପର୍ଯ୍ୟୟରୁ ବଞ୍ଚି ଯାଇଛି ଇଂଲଣ୍ଡ। ବ୍ୟାଟିଂରେ ଇଂଲଣ୍ଡ ପକ୍ଷରୁ ହ୍ୟାରି ବ୍ରୁକ ଓ ଜ୍ୟାବକ ବେଥେଲ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

Updating...