ଜୀବନ ଗଲା ପରେ ଚେତା ପଶିଲା, ଆସନ୍ତା ୬ ତାରିଖରୁ ହଟିବ ବେଆଇନ ହୋର୍ଡିଂ

NEWS7
ଜୋର୍-ଯାର-ମୂଲକ-ତାର-khabardar-19-07-2018

ଭୁବନେଶ୍ୱର ୨୫/୦୨: ଦୁଇ ଜୀବନ ଗଲା, ଚେତା ପଶିଲା । ଆଉ ନୁହେଁ ଏଥର ହଟିବ ରାଜଧାନୀରୁ ବେଆଇନ ହୋର୍ଡିଂ । ଘଟଣା ସ୍ଥଳ ପରିଦର୍ଶନ ପରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସୂଚନା ଏହା ଏକ ସରକାରୀ ହୋର୍ଡ଼ିଂ ନୁହେଁ । ଆଇଗିଣିଆ ଦୁର୍ଗ ପୂଜା ମଣ୍ଡପ ପରିସରରେ ଏହି ହୋର୍ଡ଼ିଂ ଲାଗିଥିଲା ।

ଯାହା ଜାଗାରେ ହୋର୍ଡ଼ିଂ ଲାଗିଥାଏ ସେ ପଇସା ପାଇଥାଏ । ହୋଡ଼ିଂ ନିର୍ମାଣ ନେଇ ଏକ structural ସାର୍ଟିଫିକେଟ ଦାଖଲ କରିବା ବାଧ୍ୟତାମୂଳକ । ରାଜଧାନୀରୁ ହଟିବ ବେଆଇନ ହୋର୍ଡ଼ିଂ । ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ବେଆଇନ ହୋର୍ଡିଂ କଟା କାର୍ଯ୍ୟ। ଘରୋଇ ସ୍ଥାନରେ ଥିବା ବିପଦ ପୂର୍ଣ୍ଣ ହୋର୍ଡ଼ିଂ କାଟିବା ପାଇ bmc ନିଷ୍ପତ୍ତି ନେଇ ସାରିଛି ।

​​​​​​​

ରାଜଧାନୀରେ ଥିବା ବେଆଇନ ଘରୋଇ hoarding ସର୍ଭେ ରିପୋର୍ଟ ଆଧାରରେ ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେବ ହୋର୍ଡ଼ିଂ ହଟା କାର୍ଯ୍ୟ। Hording ଫ୍ଲେକ୍ସରେ କନା ହେବା କଥା ହେଲେ ବିଜ୍ଞାପନ ଏଜେନ୍ସି କଣା କରିନଥିଲେ। ବିଜ୍ଞାପନ ଲଗେଇ ଥିବା ମେଟ୍ରୋ SIGN ନାମକ ବିଜ୍ଞାପନ ଆଗେନ୍ସୀ ବିରୋଧରେ bmc କାର୍ଯ୍ୟାନୁଷ୍ଠାନ ନେବା।

ଆବଶ୍ୟକ ପଡିଲେ bmc ଏହି ଏଜେନ୍ସିକୁ କଳା ତାଲିକା ଭୁକ୍ତ କରିବା । ଉପଯୁକ୍ତ strucuural ସାର୍ଟିଫିକେଟ ନ ଦେଲେ ଭୁବନେଶ୍ୱର ରୁ ବେ ଆଇନ hording କାଟି ଦିଆଯିବ । ଲୋକଙ୍କ ସୁରକ୍ଷା ଆମ ପ୍ରାଥମିକତା ବୋଲି ଦୁର୍ଘଟଣା ସ୍ଥଳ ପରିଦର୍ଶନ ପରେ ଏମିତିକା ସଫେଇ ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।