Live Live
LIVE

Mamata Banerjee: ପ୍ରାର୍ଥୀ ଦେଉଦେଉ ବଡ଼ ଦାବି କଲେ ଟିଏମସି ସୁପ୍ରିମୋ, ବିଜେପି ଉପରେ ବର୍ଷିଲେ

NEWS7
ଜିନ୍ଦଲ-କମ୍ପାନୀକୁ-ନେଇ-ବିବ

କୋଲକାତା: ପ୍ରାର୍ଥୀ ତାଲିକା ଜାରି କରିବା ସହ ଡବଲ୍ ସେଞ୍ଚୁରୀ ମାରିବେ ବୋଲି ଦାବି କରିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ୨୯୧ ଆସନ ପ୍ରାର୍ଥୀ ଦେଇଛନ୍ତି ମମତା । କିନ୍ତୁ ୨୨୬ରୁ ଅଧିକ ଆସନରେ ଟିଏମସି ବାଜିମାତ କରିବ ବୋଲି ସେ କହିଛନ୍ତି । ସେପଟେ ବିଜେପି ୫୦ରୁ କମ୍‌ ଆସନ ପାଇବ ବୋଲି ଆକଳନ କରିଛନ୍ତି ଟିଏମସି ମୁଖ୍ୟ ।

୨୨୬ରୁ ଅଧିକ ଆସନରେ ଜିତିବ ଟିଏମସି

ମମତା ବାନାର୍ଜୀ କହିଛନ୍ତି, ଟିଏମସି ବିଧାନସଭା ନିର୍ବାଚନରେ ୨୯୧ ଆସନରେ ଲଢ଼ିବ । ବାକି ୩ଟି ଆସନରେ ଟିଏମସି ସହଯୋଗୀ ଦଳ ଅନିତ ଥାପା ନେତୃତ୍ବାଧୀନ ବିଜିପିଏମ ପ୍ରାର୍ଥୀ ଦେବ । ଦାର୍ଜିଲିଂ ହିଲ୍ସର ଏହି ୩ ଆସନରେ ଲଢ଼ିବ ବିଜିପିଏମ୍ । ପ୍ରାର୍ଥୀ ତାଲିକା ଘୋଷଣା କରିବା ସମୟରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ, ଟିଏମସି ଆଗାମୀ ନିର୍ବାଚନରେ ୨୨୬ରୁ ଅଧିକ ଆସନରେ ବିଜୟୀ ହେବ ।

ନନ୍ଦୀଗ୍ରାମରୁ ଲଢ଼ିବେନି ମମତା

Also Read: ହରିୟାଣାରେ କଂଗ୍ରେସକୁ ବଡ଼ ଝଟ୍କା, ଇସ୍ତଫା ଦେଲେ କାର୍ଯ୍ୟକାରୀ ସଭାପତି ରାମକିଶନ ଗୁର୍ଜର

ସେପଟେ ଯେଉଁମାନେ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇନାହାନ୍ତି, ସେମାନଙ୍କୁ ଦଳୀୟ ସଂଗଠନରେ ସାମିଲ କରାଯିବ ବୋଲି ମମତା ଆଶ୍ବାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ନିର୍ବାଚନରେ ଭବାନୀପୁର ଆସନରୁ ଲଢ଼ିବେ । ସେ ଏଥର ନନ୍ଦୀଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ନାହିଁ । ଗତ ନିର୍ବାଚନରେ ନନ୍ଦୀଗ୍ରାମ ଆସନରୁ ଲଢ଼ି ହାରିଥିଲେ ସିଏମ ମମତା । ତାଙ୍କୁ ପରାସ୍ତ କରିଥିଲେ ବିଜେପିର ଶୁଭେନ୍ଦୁ ଅଧିକାରୀ । କିନ୍ତୁ ମମତା ବାନାର୍ଜୀ ୨୦୨୬ ବିଧାନସଭାନ ନିର୍ବାଚନରେ ଭବାନୀପୁର ଆସନରୁ ନିର୍ବାଚନ ଲଢ଼ିବେ । ସେପଟେ ଏହି ଆସନ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ।

ମମତା-ଶୁଭେନ୍ଦୁ ଫାଇଟ୍‌

ଗତ ନିର୍ବାଚନ ଭଳି ଏଥର ଭବାନୀପୁର ଆସନରେ ମମତା ଏବଂ ଶୁଭେନ୍ଦୁଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ସେତେବେଳେ ନନ୍ଦୀପୁର ଆସନରୁ ପରାସ୍ତ ହେବା ପରେ ଭବାନୀପୁରରୁ ଉପନିର୍ବାଚନ ଲଢ଼ି ବିଧାନସଭା ଯାଇଥିଲେ ମମତା । ଆଜି ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ବହୁତ କମ୍ ଆସନ ପାଇବ । ଲୋକ ବିରୋଧୀ ରଣନୀତି ପାଇଁ ସେମାନଙ୍କୁ (ବିଜେପି) ପରାଜୟ ଭୋଗିବାକୁ ପଡ଼ିବ ବୋଲି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ।

ମେ’ ୪ରେ ରେଜଲ୍ଟ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଛି । ୧୯୪ ଆସନ ଲାଗି ନିର୍ବାଚନ ଏପ୍ରିଲ ମାସରେ ହେବ । ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୪ରେ ଫଳାଫଳ ଘୋଷଣା ହେବାର ଅଛି । ଏପ୍ରିଲ ୨୩ରେ ୧୫୨ ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ବାକି ୧୪୨ ଆସନରେ ଏପ୍ରିଲ ୨୯ରେ ଭୋଟ୍ ପଡ଼ିବ ।