Live Live
LIVE

ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ ଓ ଧମକ ଚମକ, ବିହାରର ଯୁବକ ଗିରଫ

NEWS7
ଚାଷୀଙ୍କ-ବିଭିନ୍ନ-ସମସ୍ୟକୁ

ବଡ଼ବିଲ: ଯୋଡ଼ା ଥାନା ଅଞ୍ଚଳରେ ଜନୈକା ୧୩ ବର୍ଷୀୟା ନାବାଳିକାକୁ ବଳପୂର୍ବକ ଦୁଷ୍କର୍ମ ଓ ଧମକ ଚମକ ଦେବା ଅଭିଯୋଗରେ ବିହାରର ଯୁବକ ଗିରଫ । ଗିରଫ ଯୁବକ ହେଲେ ବିହାରର ସିୱାନ ଜିଲ୍ଲାର ହୁସେନଗଞ୍ଜ ଥାନା ହରହଂସ୍ ଗ୍ରାମର ୨୭ ବର୍ଷୀୟ ମହମ୍ମଦ ଲାଦେନ । ପୀଡିତାଙ୍କ ମା'ଙ୍କ ଦ୍ଵାରା ଦିଆଯାଇଥିବା ଲିଖିତ ଅଭିଯୋଗ ଏବଂ ପୀଡିତାଙ୍କ ବୟାନ ଆଧାରରେ ଘଟଣାର ଛାନଭିନ୍ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଯୋଡ଼ା ପୋଲିସ।

ସୂଚନା ଅନୁସାରେ, ଅଭିଯୁକ୍ତ ମହମ୍ମଦ ଲାଦେନ ବିହାରରୁ ଆସି ଗତ ଚାରି ବର୍ଷ ହେବ ଯୋଡ଼ା ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ଟାୟାର ଫିଟିଂ ମେକାନିକ ଭାବରେ କାମ କରୁଥିଲେ । ଗ୍ୟାରେଜର ଅପର ପାର୍ଶ୍ୱରେ ନାବାଳିକା ପୀଡିତାଙ୍କ ପରିବାରର ଏକ କନଫେକ୍ସନାରୀ ଦୋକାନ ରହିଛି । ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଯେତେବେଳେ ପରିବାର ସଦସ୍ୟମାନେ ମଧ୍ୟାହ୍ନ ଭୋଜନ ପାଇଁ ସେମାନଙ୍କ ଘରକୁ ଯାଇଥିଲେ, ସେତେବେଳେ ନାବାଳିକା ପୀଡିତା କନଫେକ୍ସନାରୀ ଦୋକାନରେ ଏକାକି ଥିଲେ ।

Also read: ଭାଉଜ-ଦିଅର ଝଗଡ଼ା, କାଠ ଫାଳିଆ ମାଡ଼ରେ ଚାଲିଗଲା ଲକ୍ଷ୍ମୀଙ୍କ ଜୀବନ

ଏକାକୀ ଥିବାର ସୁଯୋଗ ନେଇ, ଅଭିଯୁକ୍ତ ମହମ୍ମଦ ଲାଡେନ, କୋଲ୍ଡ ଡ୍ରିଙ୍କ୍ସ ପିଇବା ବାହାନାରେ ଦୋକାନ ଭିତରକୁ ପ୍ରବେଶକରି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏତିକି ବେଳେ ଅନ୍ୟ କିଛି ଗ୍ରାହକ ଦୋକାନକୁ ଆସିବା ଦେଖି ଘଟଣା ବିଷୟରେ ପ୍ରକାଶ କଲେ ଭୟଙ୍କର ପରିଣାମ ହେବ ବୋଲି ପୀଡ଼ିତାଙ୍କୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏନେଇ ବାପା ମା'ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ନାବାଳିକା ପୀଡିତା। ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେବାପରେ ପୋଲିସ୍ ତତ୍ କ୍ଷଣାତ୍ ଆବଶ୍ୟକ ପଦକ୍ଷେପ ନେଇ ଅଭିଯୁକ୍ତକୁ ଗିରଫ କରିଥିଲା ।