LIVE TV

ମୋଦିଙ୍କୁ ନେଇ ଅଷ୍ଟ୍ରେଲିୟାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀ, ଜାଣନ୍ତୁ କହିଛନ୍ତି କ’ଣ?

NEWS7
ଚନ୍ଦନ-ଯାତ୍ରାର-ଚାରି-କଥା

ମେଲବର୍ଣ୍ଣ ୧୭।୧୦:  ଅଷ୍ଟ୍ରେଲିୟାର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଏବଟ ଶୁକ୍ରବାର ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ୨୧ତମ ଶତାବ୍ଦୀର ଭାରତର, ଆସନ୍ତା ୪୦-୫୦ ବର୍ଷରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଆମେରିକାଠାରୁ ଫ୍ରି ୱାର୍ଲଡ ନେତା ହେବାର ଗୌରବ ହାସଲ କରିପାରନ୍ତି। ଟୋନି ଏବୋଟ ଏହା ମଧ୍ୟ କହିଛନ୍ତି ଯେ ଭାରତକୁ ଏସିୟା-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍ ତୁଳନାରେ ଗଣତାନ୍ତ୍ରିକ ସନ୍ତୁଳନ ରକ୍ଷା କରିବା ଦରକାର ଓ ଅଷ୍ଟ୍ରେଲିଆର ନିର୍ଭରଯୋଗ୍ୟ ଓ ବିଶ୍ୱସ୍ଥ ସାଥୀ ହେବା ଦରକାର।

ଟୋନି ଏବୋଟ କହିଛନ୍ତି ଯେ ଭାରତ ଗତ ୨୦୨୨ ମସିହାରେ ଅଷ୍ଟ୍ରେଲିୟା ଓ ଗତ ମାସରେ ବ୍ରିଟେନ ସହିତ ଯେଉଁ ଫ୍ରି ଟ୍ରେଡଡିଲ କରିଛି ସେଥିରୁ ଗଣତାନ୍ତ୍ରିକ ଦେଶ ଧିରେ ଧିରେ ଚୀନ୍‌ ଠାରୁ ଦୂରଉଥିବାର ସଂକେତ ଦେଉଛି। ଶୁକ୍ରବାର ଏମଡିଟିଭି ସହ କଥୋପକଥନରେ ଏବୋଟ ଭାରତର ଚୀନ୍, ପାକିସ୍ତାନ ଓ ଆମେରିକା ସହ ସମ୍ପର୍କର ବିବରଣୀ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ନୂଆଦିଲ୍ଲୀ ନିକଟରେ ବେଜିଂ କୁ ବିଶ୍ୱ ଉପରେ ପ୍ରଭାବୀ ହେବାର ମହତ୍ୱକାଙକ୍ଷା ରୋକିବାର ଚାବି ରହିଛି। ସେ ଚୀନ୍ ସମ୍ପର୍କରେ କହିଛନ୍ତି ଯେ ଏହି ଦେଶ ଏକ ହେଜେମୋନିକ (ଆଧିପତ୍ୟବାଦୀ) ଦେଶ ହେବାକୁ ଚାହୁଁଛି ଓ ଏହା ତାର ପଡୋଶୀ ଓ ସାରା ବିଶ୍ୱ ନିମନ୍ତେ ବଡ଼ ବିପଦ।

ଟୋନି ଏବଟ କହିଛନ୍ତି ଯେ ଚୀନ୍‌ ଆଗରେ ଭାରତ ଏକ ସନ୍ତୁଳନର କାମ କରୁଛି। ଏବେ ଏହା ବିଶ୍ୱର ସବୁଠୁ ଜନବହୂଳ ଦେଶରେ ପରିଣତ ହୋଇଛି। ସେ କହିଛନ୍ତି ଯେ ଆପଣ ଏବେ ଭାରତର ଯେ କୌଣସି ବି ସହରକୁ ଯାଆନ୍ତୁ ନା କାହିଁକି ସେଠାରେ ଭିତ୍ତିଭୂମି ବିକାଶର ଅନେକ କାମ ହେଉଥିବାର ଦେଖିବାକୁ ପାଇବେ। ଯେବେ ମୁଁ ପ୍ରଧାନମନ୍ତ୍ରୀ ଥିଲି ସେବେ କହିଥିଲି ଭାରତ ଏକ ଗଣତାନ୍ତ୍ରିକ ମହାଶକ୍ତି ଭାବେ ଉଭା ହେବ। ଏହା ଏବେ ସତ୍ୟରେ ପରିଣତ ହୋଇଛି। ଆଗାମୀ ୪୦-୫୦ ବର୍ଷରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଫ୍ରି-ୱାର୍ଲଡର ନେତା ଭାବେ ଉଭା ହୋଇ ପାରନ୍ତି।  

ଆମେରିକାର ଟାରିଫ ନେଇ ଏବଟ କହିଛନ୍ତି ଯେ ଡୋନାଲ଼୍ଡ ଟ୍ରମ୍ପ ଭାରତ ବିରୋଧରେ ଭୁଲ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ମୁଁ ଟ୍ରମ୍ପଙ୍କ ସମର୍ଥକ ହେଲେ ମୋତେ ଲାଗୁଛି ସେ ଭାରତ ସହ ଅନ୍ୟାୟ କରୁଛନ୍ତି। ଖାସ କରି ସେତେବେଳେ ଯେତେବେଳେ ଚୀନ୍ ଋଷିଆ ଠାରୁ ସବୁଠୁ ଅଧିକ ତୈଳ କ୍ରୟ କରୁଥିଲେ ମଧ୍ୟ ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ।