କିଏ ହାତେଇବେ ରାଜ୍ୟସଭା ଚତୁର୍ଥ ଆସନ, ରାଜ୍ୟ ରାଜନୀତିରେ ଚାଲିଛି ରଣନୀତି

NEWS7
ଘରେ-ପଶି-ନାବଳିକାକୁ-ଉଠାଇନେ

ଭୁବନେଶ୍ୱର ୨୮।୦୨ : କିଏ ହାତେଇବେ ରାଜ୍ୟସଭା ଚତୁର୍ଥ ଆସନ। ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହି ପ୍ରଶ୍ନ ଏବେ ସବୁ ରାଜନୈତିକ ଦଳଙ୍କୁ ଘାରିଛି। ଯେହେତୁ ଚତୁର୍ଥ ସିଟ୍ ପାଇଁ କାହା ପାଖରେ ବି ସଂଖ୍ୟା ନାହିଁ ସେଥିପାଇଁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ଭିତରେ ଟଣା ଓଟରା ଚାଲିଛି। ଏହାରି ଭିତରେ କଂଗ୍ରେସ ରାଜ୍ୟସଭା ଫର୍ମ କିଣି ଗୁଗୁଲି ଫିଙ୍ଗିଛି। କଂଗ୍ରେସ ବିଜେଡିକୁ ସମର୍ଥନ ଦେବାକୁ ରାଜିଥିବା ବେଳେ ବିଜେଡି କିନ୍ତୁ କାର୍ଡ ଖୋଲୁନି। ସେପଟେ ବିଜେପି ଯଦି ଚତୁର୍ଥ ପ୍ରାର୍ଥୀ ଦିଏ ତାହାଲେ ବିଜେଡି ପୂର୍ବଭଳି ସମର୍ଥନ ଦେବ ନା ନାହିଁ ? ବିଜେଡି ପ୍ରାର୍ଥୀ ଦେଲେ ବିଜେପି ସମର୍ଥନ କରିବ ନା ନାହିଁ ତାହା ମଧ୍ୟ ଦ୍ବନ୍ଦ ସୃଷ୍ଟି କରିଛି। ଏପରି ସ୍ଥିତିରେ ରାଜ୍ୟସଭା ଚତୁର୍ଥ ଆସନ ଅଙ୍କ ଜଟିଳ ହେବାକୁ ଯାଉଛି।

ଏ ଖବର ବି ପଢନ୍ତୁ:- କୋଳରେ ପିଲା ଧରି ପରୀକ୍ଷା ଦେଲେ ମହିଳା, ସମାଜ ପାଇଁ ପ୍ରେରଣା ସାଜିଲେ ୨୧ ବର୍ଷୀୟା ଶୀତଲ

ସୂଚନାଯୋଗ୍ୟ ଯେ, ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ବିଧାନସଭା ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ଲାଗି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା ଚାଲିଛି । ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ।ସେହିପରି ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ହେବ ଭୋଟ୍ ଗଣତି । ​​​​​​​

ଏ ଖବର ବି ପଢନ୍ତୁ:- କାର୍ ନୁହେଁ, ଶଗଡ଼ ଗାଡ଼ିରେ ଶାଶୂଘରକୁ ବିଦା ହେଲେ ସୁନା କନିଆ