ହିନ୍ଦୁ ଜାଗ୍ରତ ହୁଅ, ଚୁପ୍ ରହିବା ତୁମକୁ ବଞ୍ଚାଇବ ନାହିଁ...ବାଂଲାଦେଶ ହିନ୍ଦୁଙ୍କ ଉପରେ ଆକ୍ରମଣକୁ କଡ଼ା ନିନ୍ଦା କଲେ କାଜଲ ଅଗ୍ରୱାଲ

NEWS7
ଗୁଳି-କରି-ମେଡିସିନ୍‌-ଦୋକାନ

ନୂଆଦିଲ୍ଲୀ: ବାଂଲାଦେଶରେ ସାମ୍ପ୍ରତିକ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପଡ଼ୋଶୀ ଦେଶରେ ହିନ୍ଦୁଙ୍କ ଉପରେ ଲଗାତାର ନିର୍ଯାତନା ବଢୁଛି । ଏବେ ହିନ୍ଦୁଙ୍କ ହତ୍ୟା ଓ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଭାରତରେ ମନୋରଞ୍ଜନ ଜଗତର ବିଶିଷ୍ଟ ବ୍ୟକ୍ତି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେଲିବ୍ରିଟିମାନେ ଏହି ଘଟଣାକୁ ଅମାନବୀୟ ଓ ବର୍ବର ଦର୍ଶାଇ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବଢୁଥିବା ଚିନ୍ତା ଉପରେ ହିନ୍ଦୁଙ୍କୁ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି । ବାଂଲାଦେଶରେ ହିନ୍ଦୁଙ୍କ ସହ ଘଟୁଥିବା ଘଟଣାକୁ ନିନ୍ଦା କରି କଳାକାରମାନେ ସ୍ୱର ଉଠାଇବାକୁ କହିଛନ୍ତି । ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କଠାରୁ ଆରମ୍ଭ କରି ଜାହ୍ନଭୀ କପରୁ, ଜୟା ପ୍ରଦା ଓ ମନୋଜ ଯୋଶୀଙ୍କ ପରି ଅନେକ କଳାକାର ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।

ଦକ୍ଷିଣ ଭାରତୀୟ ସିନେମାରେ ଚର୍ଚ୍ଚିତ ଅଭିନେତ୍ରୀ କାଜଲ ଅଗ୍ରୱାଲ ହିନ୍ଦୁଙ୍କ ପାଇଁ ଏକ ପୋଷ୍ଟ କରିଛନ୍ତି । କାଜଲ ଲେଖଛନ୍ତି, ALL EYES ON BANGLADESH HINDUS । ପୋଷ୍ଟରରେ ଜଣେ ବ୍ୟକ୍ତିଙ୍କୁ ନିଆଁ ଲଗାଇ ଗଛରେ ଝୁଲା ଯାଇଥିବା ଦର୍ଶାଯାଇଛି । ଏହା ବାଂଲାଦେଶ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ଭିଡ଼ ହିଂସାକୁ ଦର୍ଶାଉଛି । ଏହା ଉପରେ ସେ ଲେଖିଛନ୍ତି, ହିନ୍ଦୁ ଜାଗ୍ରତ ହୁଅ, ଚୁପ୍ ରହିବା ତୁମକୁ ବଞ୍ଚାଇବ ନାହିଁ ।

ଏହା ପୂର୍ବରୁ ଅଭିନେତ୍ରୀ ଜାହ୍ନଭୀ କପୁର ଏହି ଘଟଣାରେ ଆକ୍ରୋଶ ପ୍ରକାଶ କରି ଦୀପୁ ଚନ୍ଦ୍ର ଦାସ ଶୀର୍ଷକରେ ଏକ ଲମ୍ୱା ପୋଷ୍ଟ ଲେଖିଥିଲେ । ପୋଷ୍ଟରେ ଜାହ୍ନଭୀ ବାଂଲାଦେଶର ବର୍ବରତା ଉପରେ ଲୋକଙ୍କ ଚୁପ ରହିବାକୁ ପାଖଣ୍ଡ ବୋଲି କହିଥିଲେ । ଅଭିନେତ୍ରୀ ଲେଖିଥିଲେ, "ବାଂଲାଦେଶରେ ଯାହା ଘଟୁଛି ତାହା ବର୍ବର । ଏହା ନରସଂହାର । ଏହା କୌଣସି ବିଚ୍ଛିନ୍ନ ଘଟଣା ନୁହେଁ। ଯଦି ଆପଣ ଏହି ସାର୍ବଜନୀନ ଭିଡ଼ ହିଂସା ବିଷୟରେ ଜାଣିନାହାନ୍ତି, ତେବେ ଏହା ବିଷୟରେ ପଢ଼ନ୍ତୁ, ଭିଡିଓ ଦେଖନ୍ତୁ, ପ୍ରଶ୍ନ ପଚାରନ୍ତୁ । ଏସବୁ ସତ୍ତ୍ୱେ ଯଦି ଆପଣ ରାଗା ଆସୁନି, ତେବେ ଏହି ହିପୋକ୍ରାସି ଆମକୁ ଧ୍ୱଂସ କରିବ । ଆମର ନିଜ ଭାଇ ଭଉଣୀମାନଙ୍କୁ ଜୀବନ୍ତ ଜାଳି ଦିଆଯାଉଥିବା ବେଳେ ଆମେ ବିଶ୍ୱର ଅନ୍ୟ ପାର୍ଶ୍ୱରେ ଘଟୁଥିବା ଘଟଣା ପାଇଁ କାନ୍ଦିବା ଜାରି ରଖିବୁ । ଯେକୌଣସି ପ୍ରକାରର ଉଗ୍ରବାଦକୁ ନିନ୍ଦା କରାଯିବା ଉଚିତ । ଏହାର ବିରୋଧ କରାଯିବା ଉଚିତ ।"