LIVE TV

ଆରମ୍ଭ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, କାକିନାଡ଼ାରେ ପ୍ରବଳ ବର୍ଷା ସାଙ୍ଗକୁ ବହୁଛି ଝଟକା ପବନ

NEWS7
ଗଞ୍ଜାମ-ଜିଲ୍ଲା-ଗୋଳନ୍ଥରା-ଥ

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ‘ମୋନ୍ଥା’ର ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା କାକିନାଡ଼ା ଏବଂ ମଚ୍ଛଲିପଟ୍ଟନମ୍‌ ମଝିରେ ଏହା ସ୍ଥଳଭାଗ ଛୁଇଁବ। ଏମିତିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସେଠାରେ ପ୍ରବଳ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଯାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ, ଆକଳନ ଅନୁସାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିବ। ଅବଶ୍ୟ ଲ୍ୟାଣ୍ଡଫଲ ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା।

Updating...