ବେକାର ଗଲା ବିଜୟ, ପାକିସ୍ତାନକୁ ଟି-୨୦ ବିଶ୍ବକପ୍‌ରୁ ବିଦା କଲା ଶ୍ରୀଲଙ୍କା; ସେମିରେ ନ୍ୟୁଜିଲାଣ୍ଡ

NEWS7
ଖୋର୍ଦ୍ଧା-ଜିଲ୍ଲାରେ-ଚାଷୀଙ୍

ପାଲ୍ଲେକେଲେ:  ପାକିସ୍ତାନକୁ ଶକ୍ତ ଝଟକା ଦେଇଛି ଶ୍ରୀଲଙ୍କା। ଟି-୨୦ ବିଶ୍ବକପ୍‌ରୁ ବିଦା ହୋଇଛି ପାକିସ୍ତାନ। ଶ୍ରୀଲଙ୍କାକୁ ୧୪୭ କିମ୍ବା ତା’ଠାରୁ କମ୍ ରନ୍‌ରେ ସୀମିତ ରଖିବାର ଥିଲା । କିନ୍ତୁ  ତାହା କରିପାରିଲା ନାହିଁ ପାକିସ୍ତାନ। ଶ୍ରୀଲଙ୍କା ପାକିସ୍ତାନ ଟିମକୁ ପାଣି ପିଆଇ ଦେଇଛି । ୨୧୨ ରନ୍‌ କରିଥିବା ପାକିସ୍ତାନ ମାତ୍ର ୫ ରନ୍‌ରେ ମ୍ୟାଚ୍‌ ଜିତିଛି । ସେପଟେ ଶ୍ରୀଲଙ୍କା ଦମଦାର ବ୍ୟାଟିଂ କରି ୨୦ ଓଭର ଶେଷ ସୁଦ୍ଧା ୬ ଓ୍ବିକେଟ ହରାଇ ୨୦୭ ରନ୍‌ କରିଛି । ଶ୍ରୀଲଙ୍କା ମ୍ୟାଚ୍‌ ହାରିଯାଇଛି , କିନ୍ତୁ ପାକିସ୍ତାନର ସବୁ ଆଶା ଧୂଳିସାତ ହୋଇଛି ।

ପାକିସ୍ତାନ ଶ୍ରୀଲଙ୍କା ବିପକ୍ଷରେ ୫ ରନରେ ବିଜୟୀ ହୋଇଛି। ଏହି ବିଜୟ ସତ୍ତ୍ୱେ, ପାକିସ୍ତାନ ୨୦୨୬ ଟି-20 ବିଶ୍ୱକପରୁ ବାଦ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୧୨ ରନ କରିଥିଲା। ସେମାନଙ୍କୁ ୬୫ ରନରେ ବିଜୟୀ ହେବାକୁ ଥିଲା । ଅର୍ଥାତ୍ ପାକିସ୍ତାନ ଶ୍ରୀଲଙ୍କାକୁ ୧୪୭ ରନରେ ସୀମିତ ରଖିବାର ଥିଲା । କିନ୍ତୁ ଶ୍ରୀଲଙ୍କା ୨୦୭ ରନ କରି ପାକିସ୍ତାନକୁ ଶକ୍ତ ଝଟକା ଦେଇଛି। ଫଳସ୍ୱରୂପ, ପାକିସ୍ତାନ ବିଶ୍ବକପରୁ ବାଦ୍ ପଡ଼ିଛି ​​ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲକୁ ଯାଇଛି । 

ଶେଷ ଓଭରରେ ଶ୍ରୀଲଙ୍କାକୁ ଜିତିବା ପାଇଁ ୨୮ ରନ ଆବଶ୍ୟକ ଥିଲା। ଶାହିନ ଆଫ୍ରିଦି ବୋଲିଂ କରିଥିଲେ । ପ୍ରଥମ ଚାରି ବଲରୁ ୨୨ ରନ କରିଥିଲା ଶ୍ରୀଲଙ୍କା । ଦାସୁନ ଶାନାକା ପ୍ରଥମ ବଲରେ ଚୌକା ମାରିଥିଲେ ଏବଂ ତା'ପରେ କ୍ରମାଗତ ତିନୋଟି ଛକା ମାରିଥିଲେ। ଶେଷ ଦୁଇଟି ବଲରୁ ଶ୍ରୀଲଙ୍କାକୁ ୬ ରନ ଆବଶ୍ୟକ ଥିଲା । କିନ୍ତୁ ଶାନାକା ଶେଷ ଦୁଇଟି ବଲ୍‌ରେ କୌଣସି ରନ କରିପାରି ନଥି​‌ଲେ । ଶେଷରେ ପାକିସ୍ତାନ ମାତ୍ର ୫ ରନରେ ବିଜୟୀ ହୋଇଛି । କିନ୍ତୁ ପାକିସ୍ତାନର ଏହି ବିଜୟ ବୃଥା ଯାଇଛି।