LIVE TV

ୟୁକ୍ରେନ୍-ଋଷ ଯୁଦ୍ଧ: ଟୋମାହାକ କ୍ଷେପଣାସ୍ତ୍ର ସମ୍ପର୍କରେ ପୁଟିନଙ୍କ ସହ ଆଲୋଚନା କଲେ ଟ୍ରମ୍ପ

NEWS7
କାଳବୈଶାଖୀ-ଯୋଗୁଁ-ଖଣ୍ଡଗିରି

ନୂଆଦିଲ୍ଲୀ: ଋଷ ୟୁକ୍ରେନ୍ ଯୁଦ୍ଧ ରୋକିବା ପାଇଁ ପୁଣିଥରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗୁରୁବାର ସେ ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ଗତପରଦିନ ସେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନ୍‌ସ୍କିଙ୍କ ସହିତ ଆଲୋଚନା କରିଥିଲେ।

ଏନେଇ ଟ୍ରମ୍ପ ଟ୍ରୁଥ ଶୋସାଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ମୁଁ ଏବେ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲି। ଆଲୋଚନା ଚାଲିଛି, ଟିକେ ଲମ୍ବା ହେବ। ଏହାର ଏ ବିଷୟରେ ମୁଁ ସବୁ କହିବି। ରାଷ୍ଟ୍ରପତି ପୁଟିନ ମଧ୍ୟ ଆଲୋଚନା ଶେଷରେ ସବୁକଥା ଜଣାଇବେ।

ଏହା ପୂର୍ବରୁ ଟ୍ରମ୍ପଙ୍କ ହ୍ୱାଇଟ୍ ହାଉସରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ସାକ୍ଷାତ କରିଥିଲେ। ଯେଉଁଥିରେ ଜେଲେନ୍ସକି ଆମେରିକାକୁ ଟୋମାହକ୍ କ୍ଷେପଣାସ୍ତ୍ର ବିକ୍ରି କରିବାକୁ ଚାପ ପକାଇଥିଲେ। କାରଣ ୟୁକ୍ରେନ୍ ଭାବୁଛି ଯେ ସେ ଏହି କ୍ଷେପଣାସ୍ତ୍ର ଦ୍ୱାରା ଋଷ ଭିତରକୁ ଆକ୍ରମଣ କରିପାରିବ ଓ ଫଳରେ ଋଷ ବାଧ୍ୟ ହୋଇ ଆମେରିକାର ଶାନ୍ତି ପ୍ରସ୍ତାବରେ ରାଜି ହେବ।

ରବିବାର ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ମିଡିଆକୁ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଥିଲେ। ଏବଂ କହିଥିଲେ ଯେ ସେ ପୁଟିନଙ୍କୁ ଏହି ଟୋମାହକ କ୍ଷେପଣାସ୍ତ୍ର ବିକ୍ରି କରିବା ବିଷୟରେ କଥା ହେବେ। ଏଥିରେ ପୁଟିନଙ୍କ ଉପରେ ଚାପ ସୃଷ୍ଟି ହୋଇପାରେ ବୋଲି ସେ ବିଚାର କରୁଛନ୍ତି ବୋଲି ଟ୍ରମ୍ପ ମିଡିଆରେ କହିଥିଲେ।