ବନ୍ଧା ହେଲେ ଡାକ୍ତରୀ ଛାତ୍ର, ISIS ଲିଙ୍କ୍ ଅଭିଯୋଗରେ ଗିରଫ : ଟାର୍ଗେଟରେ ଥିଲା ଉତ୍ତର ପ୍ରଦେଶ !

NEWS7
କଳାରେ-ଟପ୍ପର-ରେଭେନ୍ସା-ଜୁନ

ନୂଆଦିଲ୍ଲୀ, ୧୭ /୦୩:ବନ୍ଧାହେଲେ ଡାକ୍ତର । ଆଇଏସଆଇଏସ ଲିଙ୍କ୍ ଅଭିଯୋଗରେ ଜଣେ ମେଡିକାଲ(ବିଡିଏସ) ଛାତ୍ରଙ୍କୁ ଗିରଫ କରାୟାଇଛି । ଉତ୍ତର ପ୍ରଦେଶ ପୋଲିସ ଟେରର ଲିଙ୍କର ପର୍ଦ୍ଦାଫାସ କରି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ରିପୋର୍ଟ ଅନୁସାରେ, ଟେରର୍ ଲିଙ୍କ୍ ନେଇ ଉତ୍ତର ପ୍ରଦେଶର ଏଟିଏସକୁ ସୂଚନା ମିଳିଥିଲା । ଏହାପରେ ବିଭିନ୍ନ ସ୍ଥାନରେ ଚଢଉ ହୋଇଥିଲା । ଏଥିରେ୧୯ବର୍ଷୀୟ ଦନ୍ତ ଚିକିତ୍ସକ ପାଠ୍ୟକ୍ରମବା ବିଡିଏସ୍କରୁଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ସେ ଆଇଏସଆଇଏସ ସହ ଲିଙ୍କ୍ ରଖିଥିଲେ ।

ଗିରଫ ମେଡିକାଲ ଛାତ୍ର ହେଲେ ହାରିଶ୍ ଅଲ୍ଲୀ । ସେ ଶାହରାନପୁର ଜିଲ୍ଲାରେ ରୁହନ୍ତି । ଭାରତରେ ଆଇଏସଆଇଏସର ଅନଲାଇନ୍ ନେଟଓ୍ୱର୍କ ସେ ସମ୍ଭାଳୁଥିବା ଅଭିଯୋଗ ହୋଇଛି । ବିଡିଏସ ଦ୍ୱିତୀୟ ବର୍ଷ ପଢୁଥିବା ହାରିଶ୍ ସୋସିଆଲ ମିଡିଆରେ ଆଇଏସକୁ ସମର୍ଥନ କରି ଅନେକ ପୋଷ୍ଟ୍ କରିଥିଲେ । ତାଙ୍କର ଇନଷ୍ଟାଗ୍ରାମ୍ ଏବଂ ଫେସବୁକରେ ସେ ଅନେକ ସନ୍ଦିଗ୍ଦ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହିବା ସହ ଗୋପନୀୟ କଥାବାର୍ତ୍ତା ହେଉଥିଲେ ।

ଏଟିଏସର କହିବାନୁସାରେ, ଉତ୍ତରପ୍ରଦେଶର କିଛି ଯୁବକ ଆତଙ୍କବାଦୀ ନେଟଓ୍ୱର୍କରେ ସାମିଲ ଥିବା ଖବର ମିଳିଥିଲା । ଉତ୍ତର ପ୍ରଦେଶ ସମେତ ଦେଶର ଅନେକ ଜାଗାରେ ରେଡ୍ ହୋଇଛି । ଅନେକ ବ୍ୟକ୍ତି ଆଇଏସଆଇଏସ ବିଚାରଧାରାରେ ସାମିଲ ହେଉଥିବା ପ୍ରମାଣ ମିଳିଛି । ଏହି ସବୁ ଯୁବକଙ୍କ ବ୍ରେନ୍ ଓ୍ୱାସ୍ କରି ଭାରତରେ ଆଇଏସ ନିଜର କାୟା ବିସ୍ତାର କରିବାକୁ ଚାହୁଁଛି ।

ତଦନ୍ତରେ ଜଣାପଡିଛି ଯେ, ଅଭିଯୁକ୍ତ ହାରିଶ୍ ଅନେକ ସୋସିଆଲ ମିଡିଆ ସାଇଟରେ ଗ୍ରୁପ୍ ତିଆରି କରିଛି । ଏଥିପାଇଁ ଭିପିଏନକୁ ବ୍ୟବହାର କରାଯାଇଛି । ଏହାଦ୍ୱାରା ସେ ସମାନ ବିଚାରଧାରାର ଲୋକଙ୍କୁ ସାମିଲ କରିଛି । ଏହା ଏକ ବଡ ନେଟଓ୍ୱର୍କର ଅଂଶବିଶେଷ ।

ଆହୁରି ମଧ୍ୟ ହାରିଶ୍ ଅଳ୍ ଇତିହାଦ୍ ମିଡିଆ ଫାଉଣ୍ଡେସନ ନାମରେ ଏକ ଗ୍ରୁପ୍ ଖୋଲିଥିଲା । ଏଥିରେ ସେ ଆଇଏସଆଇଏସର କିଛିଟପ୍ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା ଖବର ମିଳିଛି ।