LIVE TV

ଭୋଡାଫୋନ୍ ଆଇଡିଆକୁ ବଡ଼ ଆଶ୍ବସ୍ତି, ଏଜିଆର ବକେୟା ଉପରେ କେନ୍ଦ୍ର ସରକାରଙ୍କୁ ପୁନର୍ବିଚାର ପାଇଁ ମିଳିଲା ଅନୁମତି

NEWS7
କଟକ-ବଡ-ମେଡିକାଲରେ-ଠିକାରେ-କ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଫସିଥିବା ଟେଲିକମ କମ୍ପାନି ଭୋଡାଫୋନ ଆଇଡିଆ (VI)କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି।ସୋମବାର ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କୁ ଭୋଡାଫୋନ ଆଇଡିଆ ଲିମିଟେଡର ଆବେଦନ ଉପରେ ବିଚାର କରିବାକୁ ଅନୁମତି ଦେଇଛନ୍ତି। ଏହି ଆବେଦନରେ କମ୍ପାନି, ଟେଲିକମ ବିଭାଗ ଦ୍ବାରା ଲଗାଯାଇଥିବା ଅତିରିକ୍ତ ଆଡଜଷ୍ଟେଡ ଗ୍ରସ ରେଭେନ୍ୟୁ ବା ଏଜିଆରକୁ ରଦ୍ଦ କରିବା ଦାବି କରିଥିଲା। ସୁପ୍ରିମକୋର୍ଟ କହିଛନ୍ତି ଏହି ପ୍ରସଙ୍ଗ ସରକାରଙ୍କ ନୀତି ଅଧୀନରେ ଆସୁଛି।

ପିଟିଆଇର ରିପୋର୍ଟ ଅନୁସାରେ, ଟେଲିକମ୍ ବିଭାଗ ଦ୍ବାରା ଆର୍ଥିକ ବର୍ଷ ୨୦୧୬-୧୭ରେ ଲଗାଯାଇଥିବା ଅତିରିକ୍ତ ଏଜିଆର ବେକୟା ଦାବିକୁ ଚାଲେଞ୍ଜ କରିଥିଲା ଭିଆଇ। ଆବେଦନରେ କମ୍ପାନି ଯୁକ୍ତି ରଖିଥିଲା ଯେ, ଏଜିଆର ସହ ଜଡ଼ିତ ନେଣଦେଣ ପୂର୍ବରୁ ହିଁ ସୁପ୍ରିମକୋର୍ଟଙ୍କ ୨୦୧୯ ନିଷ୍ପତ୍ତିରେ ନିର୍ଦ୍ଧାରିତ ହୋଇସାରିଛି। ଏଥିପାଇଁ ନୂଆ ବକେୟା ଦାବି ଆଇନତଃ ଉଚିତ ନୁହେଁ। ଯାହାର ଶୁଣାଣି କରି ପ୍ରଧାନ ବିଚାରପତି ବି.ଆର.ଗଓ୍ବାଇ ଏବଂ ବିଚାରପତି କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ସୋମବାର ଏହି ରାୟ ଦେଇଛନ୍ତି।

ଭିଆଇରେ କେନ୍ଦ୍ରର ୪୯% ଅଂଶଧନ

ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଏବେ କେନ୍ଦ୍ର ସରକାରଙ୍କ ଭୋଡାଫୋନ ଆଇଡିଆରେ ୪୯% ଅଂଶଧନ ରହିଛି। କମ୍ପାନିର ୨୦ କୋଟି ଗ୍ରାହକ ଅଛନ୍ତି। ସେ କହିଛନ୍ତି ଏମିତିରେ ସରକାର ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ଏହି ପ୍ରସଙ୍ଗର ସମୀକ୍ଷା କରିବା ପାଇଁ ପ୍ରସ୍ତୁତ।

ଖଣ୍ଡପୀଠ କହିଥିଲେ, କେନ୍ଦ୍ରର କମ୍ପାନିରେ ଅଂଶଧନ ରହିଛି, ଆଉ ଏହାର ସିଧା ପ୍ରଭାବ କୋଟି କୋଟି ଉପଭୋକ୍ତାଙ୍କ ଉପରେ ପଡୁଛି। ଏଥିପାଇଁ ସରକାରଙ୍କୁ ଏହି ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ଅନୁମତି ଦିଆଯାଉଛି।’

ଏହା ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ, ଟେଲିକମ୍ ବିଭାଗର ଏଜିଆର ବକେୟାର ଗଣତି ଶେଷ ଥର ପାଇଁ ହେବ ଆଉ କମ୍ପାନିଙ୍କୁ ଏହା ଉପରେ କମ୍ପାନିମାନେ କୌଣସି ବିବାଦ କିମ୍ବା ପୁନଃ ଯାଞ୍ଚ ପାଇଁ ଦାବି କରିପାରିବେ ନାହିଁ। ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ଭୋଡାଫୋନ ଆଇଡିଆରର ଶେୟାର ୧୦% ବଢ଼ିଛି।

ଭୋଡାଫୋନ ଆଇଡିଆ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ବିଭାଗର ୫ ହଜାର ୬୦୬ କୋଟିର ଅତିରିକ୍ତ ଦାବି ଅସ୍ଥିର ଏବଂ ଅବୈଧ। କାରଣ ୨୦୧୯ର ନିଷ୍ପତ୍ତି ପରେ କୌଣସି ନୂଆ ନେଣଦେଣ ହେଉନାହିଁ। ତେବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଭୋଡାଫୋନ ଆଇଡିଆର ଶେୟାରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି।

ଏହା ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ, ଟେଲିକମ୍ ବିଭାଗର ଏଜିଆର ବକେୟାର ଗଣତି ଶେଷ ଥର ପାଇଁ ହେବ ଆଉ କମ୍ପାନିଙ୍କୁ ଏହା ଉପରେ କମ୍ପାନିମାନେ କୌଣସି ବିବାଦ କିମ୍ବା ପୁନଃ ଯାଞ୍ଚ ପାଇଁ ଦାବି କରିପାରିବେ ନାହିଁ। ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବା ପରେ ଭୋଡାଫୋନ ଆଇଡିଆରର ଶେୟାର ୧୦% ବଢ଼ିଛି। କମ୍ପାନିର ଶେୟାର ୫୨ ସପ୍ତାହର ନୂଆ ହାଇରେ ପହଞ୍ଚିଛି।

କ’ଣ ଏହି ଏଜିଆର ?

ଏଜିଆର ଅର୍ଥାତ୍‌ ଆଡଜଷ୍ଟେଡ ଗ୍ରସ ରେଭେନ୍ୟୁ, ଏହା ଆଧାରରେ ହିଁ ଟେଲିକମ କମ୍ପାନିଙ୍କୁ ସରକାର ଲାଇସେନ୍ସ ଫି’ ଏବଂ ସ୍ପେକ୍ଟ୍ରମ ଚାର୍ଜ ଫି’ ଦେଇଥାନ୍ତି।

ଭୋଡାଫୋନ ଆଇଡିଆ କାହିଁକି ଚାହୁଥିଲା ପୁନଃ ଯାଞ୍ଚ ?

ଭୋଡାଫୋନ ଆଇଡିଆ ଟେଲିକମ ବିଭାଗ (DoT)ଠାରୁ ୫,୬୦୬ କୋଟି ଟଙ୍କାର ଅତିରିକ୍ତ ଏଜିଆର ବକେୟାକୁ ରଦ୍ଦ କରିବା କିମ୍ବା ଏହାର ସଂପୂର୍ଣ୍ଣ ଭାବରେ ଯାଞ୍ଚ କରିବାକୁ ଦାବି କରିଥିଲା। କମ୍ପାନିର କହିବା କଥା ୨୦୧୬-୧୭ରେ ବିଭାଗରେ ଆକଳନରେ ଗାଣିତିକ ତ୍ରୁଟି ହୋଇଛି।

କେଉଁଠୁ ଆରମ୍ଭ ହୋଇଥିଲା ମାମଲା ?

ପ୍ରକୃତରେ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଟେଲିକମ୍ ବିଭାଗ କହିଥିଲା ଯେ, ଏଜିଆରରେ ଅଣ ଟେଲିକମ୍ ରାଜସ୍ବ ଯେପରିକି ସୁଧ, ଡିଭିଡେଣ୍ଡ, ସମ୍ପତ୍ତି ବିକ୍ରି ମଧ୍ୟ କରାଯିବ। କିନ୍ତୁ କମ୍ପାନିଙ୍କ କହିବା କଥା ଏଜିଆର କେବଳ ମୂଳ ଟେଲିକମ ରାଜସ୍ବ ହେବା ଦରକାର।

ଏହାକୁ ନେଇ ୨୦୦୫ରେ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ ଅଫ୍‌ ଇଣ୍ଡିଆ (COAI), ଟେଲିକମ ଡିସପ୍ୟୁଟ ସେଟଲମେଣ୍ଟ ଅପିଲ ଟ୍ରିବ୍ୟୁନାଲ TDSATରେ ଏହାକୁ ଚାଲେଞ୍ଜ କରିଥିଲା। ଆଉ ସେବେଠାରୁ ​‌ମାମଲା ଆରମ୍ଭ ହୋଇଥିଲା। ଏହା ପରେ ୨୦୧୫ରେ TDSAT ନିଷ୍ପତ୍ତି ଶୁଣାଇଥିଲା ଯେ, ଏଜିଆର୍‌ରେ ଅଣ ଟେଲିକମ୍ ରାଜସ୍ବ ସାମିଲ ହେବନାହିଁ। ହେଲେ ଟେଲିକମ ବିଭାଗ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ।

୨୦୧୯ ଅକ୍ଟୋବରରେ ସୁପ୍ରିମକୋର୍ଟ ଟେଲିକମ୍ ବିଭାଗର ଏଜିଆର ଫର୍ମୂଲାକୁ ଠିକ୍ ବୋଲି କହି ଟେଲିକମ କମ୍ପାନିଙ୍କୁ ଗତ ୧୪ ବର୍ଷର ବକେୟା ପ୍ରାୟ ୧.୪୭ ଲକ୍ଷ କୋଟି ଟଙ୍କା ପରିଶୋଧ କରିବାକୁ କହିଥିଲେ। ୨୦୨୦ ଜାନୁଆରୀରେ ସୁପ୍ରିମକୋର୍ଟ ଏଜିଆର ବକେୟା ପାଇଁ ୧୦ ବର୍ଷର ସମୟ ଦେଇଥିଲେ।

ଏହା ଯୋଗୁ, ଭୋଡାଫୋନ ଆଇଡିଆ ଏବଂ ଭାରତୀୟ ଏୟାରଟେଲ ଭଳି କମ୍ପାନିଙ୍କ ଉପରେ ବଡ଼ ଆର୍ଥିକ ବୋଝ ପଡ଼ିଥିଲା। ଭୋଡାଫୋନ ଆଇଡିଆର ୫୮, ୨୫୪ କୋଟି ଟଙ୍କା, ଭାରତୀୟ ଏୟାରଟେଲକୁ ୪୩, ୯୮୦ କୋଟି ଏବଂ ଟାଟା ଟେଲିକମକୁ ୧୬, ୭୯୮ କୋଟି ଟଙ୍କା ରହିଥିଲା ।

୨୦୨୧ରୁ ୨୦୨୪ ମଧ୍ୟରେ ଭୋଡାଫୋନ ଆଇଡିଆର ଆର୍ଥିକ ସଙ୍କଟ ଆହୁରି ବଢ଼ିଥିଲା। ଫଳରେ କମ୍ପାନି ଟେଲିକମ ବିଭାଗକୁ ଚେତାବନୀ ଦେଇଥିଲା ଯେ, ସରକାରୀ ସହାୟତା ବିନା ଆର୍ଥିକ ବର୍ଷ ୨୦୨୫-୨୬ରେ ପରେ କମ୍ପାନି କାମ କରିପାରିବନାହିଁ। ଏମିତିରେ ୨୦୨୫ରେ ସରକାର ଭୋଡାଫୋନ ଆଇଡିଆ ୩୬,୯୫୦ କୋଟି ଟଙ୍କାର ସ୍ପେକ୍ଟ୍ରମ ବକେୟାକୁ ଇକ୍ବିଟିରେ ପରିବର୍ତ୍ତିତ କରାଯାଇଥିଲା। ଏହଦ୍ବାରା ସରକାରଙ୍କୁ କମ୍ପାନିରେ ୪୯% ଅଂଶଧନ ମିଳିଥିଲା।

ଏହା ପରେ ୨୦୨୫ ମେ ମାସରେ ଭୋଡାଫୋନ ଆଇଡିଆ ବକେୟା ଏଜିଆରକୁ ଛାଡ଼ କରିବା ପାଇଁ ଆବେଦନ କରିଥିଲା। କିନ୍ତୁ ଆବେଦନ ଖାରଜ ହୋଇଥିଲା।