ତିନି ଦିନ ହେବ ପ୍ରଧାନ ଶିକ୍ଷକ ନିଖୋଜ, ଥାନାରେ ଏତଲା

NEWS7
ଆନ୍ଧ୍ର-ମାଛକୁ-ସାବଧାନ-mudda-01-12-07-2018

ଉମରକୋଟ: ନିଖୋଜ ହେବାର ୪୮ ଘଣ୍ଟାରୁ ଅଧିକ ସମୟ ହେଲାଣି। ହେଲେ ଜଣେ ଯୁବ ପ୍ରଧାନଶିକ୍ଷକଙ୍କ ପତ୍ତା ମିଳୁନାହିଁ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ରତାଖଣ୍ଡିଗୁଡ଼ା ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତ (୩୨) ଗତ ଶନିବାର ଅପରାହ୍ନରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ରବିବାର ଝରିଗାଁ ଥାନାରେ ଏତଲା ଦିଆଯାଇଛି।

ପ୍ରଧାନଶିକ୍ଷକ ଅଲେଖଙ୍କ ଘର ଉମରକୋଟସହର ନିକଟସ୍ଥବଡ଼ଭରଣ୍ଡି ଗ୍ରାମ । ତାଙ୍କୁ ଚଳିତ ବର୍ଷ ଦଶମ ପରୀକ୍ଷା ପାଇଁ ଝରିଗାଁ ବ୍ଲକ ଅନ୍ତର୍ଗତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ତେବେ ପ୍ରଧାନଶିକ୍ଷକ ନିଜ ଦାୟିତ୍ଵ ସମ୍ପନ୍ନ କରି ଗତ ଶନିବାର ମଧ୍ୟାହ୍ନ ୧୨ଟା ୧୫ରେ କଲେଗାଁ ସ୍କୁଲରୁ ବାହାରିଥିଲେ। ତେବେ ପ୍ରାୟ ୪ଟା ପରେ ମଧ୍ୟ ସେ ନିଜ ଘର ବଡ଼ଭରଣ୍ଡିଗ୍ରାମରେ ପହଞ୍ଚି ନ ଥିଲେ। ତେବେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ପାଇ ପାରି ନାହାନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ସେ ଘରକୁ ଫେରି ନ ଥିବାରୁ ପରିବାର ଲୋକେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ଏ ନେଇ ଥାନାରେ କେସ୍ ନମ୍ବର ୭/୨୬ରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ପୋଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ପ୍ରଧାନଶିକ୍ଷକଙ୍କୁ ଖୋଜିବା ଆରମ୍ଭ କରିଛି ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳି ନ ଥିଲବା ଜଣାପଡ଼ିଛି। ତେବେ ଅଲେଖଙ୍କ ନିଖୋଜ ପଛରେ କୌଣସି ଦୁର୍ଘଟଣା ରହିଛି ନା ଅନ୍ୟ କିଛି କାରଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଲାଇଛି।