ଛୁଟିରେ ଘରକୁ ଫେରୁଥିଲେ, ଅଧାରାସ୍ତାରେ ଯମ ନେଇଗଲା ୩ ଯବାନଙ୍କ ଜୀବନ

NEWS7
ଆଜି-ରାଜଧାନୀରେ-ଶୂନ୍ୟଛାୟାର

ଝାରସୁଗୁଡ଼ା ୧୪।୦୨: ମର୍ମନ୍ତୁଦ ଦୁର୍ଘଟଣା । ଛୁଟିରେ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଯବାନଙ୍କ ଜୀବନ । ବାକି ଅନ୍ୟ ଜଣେ ଯବାନ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସିଆରପିଏଫର 201 COBRA କୋବ୍ରା ବାଟାଲିୟନର ୪ ଜଣ ଯବାନଙ୍କୁ ନେଇ ଯାଉଥିଲା ଏକ ଗାଡ଼ି । ଛତିଶଗଡ ଧମତରୀ ନିକଟରେ ଏକ ଘରୋଇ ଟ୍ରକ୍ ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଏହାପରେ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଗୁରୁତର ଯବାନଙ୍କ ଚିକିତ୍ସା ଜାରି ରହିଛି ।

ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ଯବାନ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନାହିଁ ।