କ’ଣ ଆଜି ସଞ୍ଜୁ ସାମସନଙ୍କୁ ମିଳିବ ସ୍ଥାନ ? ଗିଲ୍‌ଙ୍କ ଉପରେ ଝୁଲିଲା ଖଣ୍ଡା; ଏମିତି ହୋଇପାରେ ଭାରତର ପ୍ଲେଇଂ XI

NEWS7
ଅସରାଏ-ବର୍ଷା-ହେଲେ-ସମ୍ୱଲପୁ

ଧର୍ମଶାଳା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବ। ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି। ଆଜି ଧର୍ମଶାଳାରେ ହେବାକୁ ଥିବା ମ୍ୟାଚ୍ ଜିତି ଉଭୟ ଦଳ ସିରିଜରେ ଅଗ୍ରଣୀ ହାସଲ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଧର୍ମଶାଳାର ପିଚ୍ ହାଇସ୍କୋରିଂ ମୁକାବିଲା ପାଇଁ ଜଣାଶୁଣା। ଆରମ୍ଭରୁ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ। ତେଣୁ ଏମିତି ସ୍ଥିତିରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ ଉପରେ ସଭିଙ୍କ ନଜର ରହିଛି। କଣ ଆଜିର ମ୍ୟାଚରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବ ତାକୁ ନେଇ ସବୁଠୁ ବଡ଼ ପ୍ରଶ୍ନ ରହିଛି। କାରଣ ଉପଅଧିନାୟକ ଶୁଭମନ ଗିଲ୍ ବାରମ୍ବାର ବିଫଳ ହୋଇ ଚାଲିଛନ୍ତି।

ଶୁଭମନ ଗିଲ୍ ଏହି ଫର୍ମାଟ୍ରେ ଏ ପର୍ଯ୍ୟନ୍ତ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନାହାନ୍ତି। ସେ ଲଗାତାର ୧୭ଟି ଇନିଂସ ଖେଳି ଗୋଟିଏ ବି ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ୨୦୨୫ରେ ତାଙ୍କର ଷ୍ଟ୍ରାଇକ ରେଟ୍ ୧୪୨.୯୩ ରହିଛି। କିନ୍ତୁ ଏହି ଫର୍ମାଟରେ ଭାରତୀୟ ଦଳକୁ ଯେମିତି ଆରମ୍ଭ ଦରକାର ସେମିତି ଦେଇ ପାରୁ ନାହାନ୍ତି ଗିଲ୍। ୨୦୨୫ରେ ୧୪ଟି ଇନିଂସରୁ ଗିଲ୍ ୨୩.୯୦ ହାରରେ ୨୬୩ ରନ କରିଛନ୍ତି। ଯଦି ଆଜି ଗିଲ୍ ପୁଣି ଥରେ ବିଫଳ ହୁଅନ୍ତି ତେବେ ଟି-୨୦ ଦଳରୁ ତାଙ୍କୁ ବାଦ୍ ଦିଆଯିବାର ସମ୍ଭାବନା ବଢିବ।

ସଞ୍ଜୁ ସାମସନଙ୍କୁ କେମିତି ମିଳିବ ସ୍ଥାନ ?

ଯେ ପର୍ଯ୍ୟନ୍ତ ଚୂଡ଼ାନ୍ତ ଏକାଦଶରେ ଶୁଭମନ ଗିଲ୍ ରହିବେ, ସେ ପର୍ଯ୍ୟନ୍ତ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିବ ନାହିଁ। ଏମିତିରେ ଆଜିର ପିଚ୍ ଦେଖିଲେ ସଞ୍ଜୁଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ହେଲେ ସେ କେଉଁ କ୍ରମରେ ବ୍ୟାଟିଂ କରିବେ ତାହା ବି କହିବା ବଡ଼ ମୁସ୍କିଲ। ସଞ୍ଜୁ ସାମସନଙ୍କୁ ଶିବମ ଦୁବେଙ୍କ ସ୍ଥାନରେ ଦଳରେ ସାମିଲ୍ କରାଯାଇପାରେ। ଦୁବେ ୨୦୨୫ରେ ବ୍ୟାଟିଂରେ କିଛି ଖାସ୍ ପ୍ରଦର୍ଶନ କରି ପାରି ନାହାନ୍ତି। ଏ ପର୍ଯ୍ୟନ୍ତ ଖେଳିଥିବା ୧୫ଟି ମ୍ୟାଚରେ ତାଙ୍କ ବ୍ୟାଟରୁ ଆସିଛି ମାତ୍ର ୧୭୧ ରନ। କିନ୍ତୁ ଏହି ମ୍ୟାଚ୍ ଗୁଡ଼ିକରେ ସେ ୧୧ଟି ଓ୍ଵିକେଟ୍ ନେଇଛନ୍ତି। ଧର୍ମଶାଳା ମୁକାବିଲାରେ ଭାରତକୁ ବଡ଼ ସ୍କୋର କରିବାକୁ ପଡ଼ିବ। ତେଣୁ ଦୁବେଙ୍କ ସ୍ଥାନରେ ସାମସନଙ୍କୁ ସୁଯୋଗ ମିଳିପାରେ।

ଭାରତର ସମ୍ଭାବିତ ଏକାଦଶ

ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ, ଜିତେଶ ଶର୍ମା(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା।