ବନ୍ଧୁକ ଧରି ଟ୍ରମ୍ପଙ୍କ ରି-ସର୍ଟ ଭିତରକୁ ପ୍ରବେଶ କରୁଥିବା ଯୁବକଙ୍କୁ ଏନ୍‌କାଉଣ୍ଟର କଲା ଆମେରିକା ସିକ୍ରେଟ୍ ଏଜେନ୍ସି

NEWS7
ଅସରାଏ-ବର୍ଷାରେ-ବେହାଲ୍-ରାଜ

ୱାଶିଂଟନଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାର୍-ଆ-ଲାଗୋ ରିସର୍ଟରେ ଅସ୍ତ୍ର ଧରି ପ୍ରବେଶ କରୁଥିବା ଜଣେ ଯୁବକୁ ଏନ୍‌କାଉଣ୍ଟର କଲେ ଆମେରିକା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ। ରବିବାର ଭୋରରୁ ଏହି ଘଟଣା ଘଟିଛି। ୨୦ ବର୍ଷୀୟ ଯୁବକ ଫ୍ଲୋରିଡାରେ ଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ ମାର୍-ଏ-ଲାଗୋ ରିସର୍ଟରେ ନିଷିଦ୍ଧ ସୁରକ୍ଷା ବଳୟ ଭିତରେ ପ୍ରବେଶ କରୁଥିଲେ।

ଏହି ସମୟରେ ଆମେରିକୀୟ ସିକ୍ରେଟ ସର୍ଭିସ୍ ଏଜେଣ୍ଟ ଏବଂ ପାମ୍ ବିଚ୍ କାଉଣ୍ଟି ସେରିଫ୍ର ଡେପୁଟି ଅଭିଯୁକ୍ତ ଉପରେ ଗୁଳି ଚଳାଇଥିଲେ।ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା ବୋଲି ସିକ୍ରେଟ୍ ସର୍ଭିସ୍ ଅଧିକାରୀ କହିଛନ୍ତି। ତେବେ ଘଟଣା ସମୟରେ ଟ୍ରମ୍ପ ୱାଶିଂଟନରେ ଥିଲେ। କୌଣସି ସୁରକ୍ଷା କର୍ମୀ ରି-ସର୍ଟରେ ନଥିଲେ ବୋଲି ସିକ୍ରେଟ ସର୍ଭିସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏଜେନ୍ସି କହିଛି ଯେ ବ୍ୟକ୍ତି ଜଣକ ରିସର୍ଟ ଚାରିପାଖରେ ସୁରକ୍ଷିତ ପରିଧି ଭିତରକୁ ଯିବା ପୂର୍ବରୁ ଏକ ବନ୍ଧୁକ ଏବଂ ଏକ ଇନ୍ଧନ କ୍ୟାନ୍ ପରି ଦେଖାଯାଉଥିବା ଜିନିଷ ଧରି ୱେଷ୍ଟ ପାମ୍ ବିଚ୍ ମାର ଏ ଲାଗୋ ରିସର୍ଟର ଉତ୍ତର ଫାଟକ ନିକଟକୁ ପହଞ୍ଚିଥିଲେ। ଏହାପରେ ଏଜେଣ୍ଟ ଏବଂ ପାମ୍ ବିଚ୍ କାଉଣ୍ଟି ସେରିଫ୍ଙ୍କ କାର୍ଯ୍ୟାଳୟର ଡେପୁଟି ତାଙ୍କୁ ସିଧା ଗୁଲି କରିଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ ହୋଇଥିଲା।

ତେବେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରି ନାହିଁ। ଘଟଣାରେ କୌଣସି ସମ୍ପତ୍ତି ନଷ୍ଟ ହୋଇ ନାହିଁ କି ସୁରକ୍ଷା କର୍ମୀଙ୍କ କୌଣସି ଅସୁବିଧା ହୋଇ ନାହିଁ। ମାମଲାରେ ଏଫବିଆଇ,ସିକ୍ରେଟ୍ ସର୍ଭିସ୍ ଏବଂ ପାମ୍ ବିଚ୍ କାଉଣ୍ଟି ସେରିଫ୍ ଅଫିସ୍ ମିଳିତ ଭାବରେ ଗୁଳିକାଣ୍ଡର ତଦନ୍ତ କରୁଛନ୍ତି।ଏଥିରରେ ମୃତ ଯୁବକଙ୍କ ଅପରାଧିକ ପୃଷ୍ଠଭୂମି,କାର୍ଯ୍ୟ ଏବଂ ସମ୍ଭାବ୍ୟ ଉଦ୍ଦେଶ୍ୟ ଆଦି ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି।