ଭୁବନେଶ୍ୱର ୧୫/୧: ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ | ହିନ୍ଦୁଧର୍ମ ଅନୁସାରେ ଶନିଙ୍କ କୋପ ଦୃଷ୍ଟିରୁ ଆଜି ପର୍ଯ୍ୟନ୍ତ କେହି ବର୍ତ୍ତି ପାରି ନାହାନ୍ତି। ଏହି ଜନ୍ମର କଳାକର୍ମର ଫଳ ଶନିଦେବ ଦେଇଥାଆନ୍ତି। ଏହି ଜନ୍ମର କର୍ମଫଳ ଏହିଠି ହିଁ ଭୋଗିବାକୁ ପଡ଼ିଥାଏ। ପ୍ରତ୍ୟେକ ମଣିଷର ଜୀବନକାଳ ମଧ୍ୟରେ ଶନିଦେବଙ୍କ ସାଢ଼େସାତି କିମ୍ବା ଅଢେଇ ଅବଶ୍ୟ ଘଟିଥାଏ।
ଆସନ୍ତା ଜାନୁଆରୀ ୨୪ ତାରିଖରେ ଶନିଦେବଙ୍କ ଦ୍ୱାରା କେତେକ ରାଶିରେ ସାଢ଼େସାତି ସମାପ୍ତ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆସନ୍ତା ସମୟରେ ବହୁତ ଖୁସି ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଖୁସି ପ୍ରବେଶ କରିବ। ସାଢ଼େସାତି ମଣିଷ ଜୀବନରେ ସାଢେ ସାତ ବର୍ଷ ଚାଲିଥାଏ |
ଆସନ୍ତା ୨୪ ତାରିଖରେ ଏହି ୭ଟି ରାଶିର ବ୍ୟକ୍ତିଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ | କ୍ରୋଧିତ ହେବା ଫଳରେ କାମ ବିଗିଡ଼ିବାର ସମ୍ଭାବନା ରହିଛି। ଏହି ରାଶିଗୁଡ଼ିକ ହେଉଛି ମେଷ, ବୃଷ, କନ୍ୟା, ମକର, ତୁଳା, ସିଂହ ଏବଂ କୁମ୍ଭ। ଆସନ୍ତା ଜାନୁଆରୀ ୨୪ ତାରିଖରେ ଏହି ରାଶିମାନଙ୍କର ସାଢ଼େସାତି ଶେଷ ହେବ।