ଆସନ୍ତା କାଲି କେଉଁ ରାଶି ପାଇଁ ସୌଭାଗ୍ୟପ୍ରଦ ଜାଣନ୍ତୁ

Published By : Prameya-News7 Bureau | September 12, 2019 IST

ଶୁକ୍ରବାରରେ କେଉଁ ରାଶି କେମିିତି କଟିବ-
ମେଷ– ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କର କାମ ବଡ ଆରାମରେ ପୂରା ହେବ। ରାଜନୀତିରେ ସାକ୍ଷାତ୍ ଆଲୋଚନା ଭଲ ରହିବ। ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ। ଶୁଭ ରଙ୍ଗ ଲାଲ୍୍ । ଶୁଭ ଅଙ୍କ ୧।
ବୃଷ – ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ। ଦୁଃଖ ଲୋକମାନଙ୍କୁ ସହାୟତା କରିବେ। ଅଫିସରେ ଆପଣଙ୍କର କତ୍ତୃତ୍ୱର୍ ବଢିବ। ବେପାର ବାଣିଜ୍ୟରେ ଉନ୍ନତି ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୫।
ମିଥୁନ - ସକାରାତ୍ମକ ଭାବନାରେ ରହନ୍ତୁ। ଆପଣଙ୍କୁ ଭଲ କାମ ପାଇଁ ସମ୍ମାନିତ କରାଯିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ। ଶୁଭ ରଙ୍ଗ ଗୋଲାପି। ଶୁଭ ଅଙ୍କ ୧।
କର୍କଟ – କ୍ୟାରିୟର ଲାଗି ଭଲ ଦିନଟିଏ। ଆପଣଙ୍କୁ ପରିବାରର ପୂରା ସହ ଯୋଗ ମିଳିବ। ଉଧାର ଦେଇଥିବା ପଇସା ମିଳିବାର ଆଶା ରହିଛି। କାରବାରରେ କୌଣସି ନୂଆ ସଉଦା ହେବ। ବିଦ୍ୟାର୍ଥୀଙ୍କର ଅଧ୍ୟୟନରେ ମନ ଲାଗିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୩।
ସିଂହ – ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। କୌଣସି କାନୁନ ମାମଲାରେ ସାହାର୍ଯ୍ୟ ମିଳିବ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଆପଣ ନିଜର ବନ୍ଧୁମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୮।
କନ୍ୟା –ଦିନଟି ଉଠାଣ ଗଡାଣ ଭରା ରହିବ। କାର୍ଯ୍ୟ କ୍ଷେତ୍ରରେ ଏଭଳି ପରିସ୍ଥିତି ଉପୁଜିବ ଯାହା ଦ୍ୱାରା ଆପଣଙ୍କୁ ବ୍ୟଥା ହେବ। ଆର୍ଥିକ ମାମଲାକୁ ନେଇ ଟିକେ ସତର୍କ ରହନ୍ତୁ। ଅବିବାହିତ ଲୋକଙ୍କୁ ଭଲ ଖବର ମିଳିପାରେ। ଶୁଭ ରଙ୍ଗ ସବୁଜ। ଶୁଭ ଅଙ୍କ ୨।
ତୁଳା – ଦିନଟି ଆପଣଙ୍କ ଲାଗି ଅନୁକୁଳ। କିଛି ଲୋକଙ୍କର ସମୃଦ୍ଧି କରାଇବେ। ବେପାର ବାଣିଜ୍ୟରେ ପ୍ରଚୁର ଲାଭ ପାଇବେ। ଘରକୁ ମିତ୍ରଙ୍କ ଆଗମନ ହେତୁ ଖୁସିର ମାହୋଲ ହେବ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ବନ୍ଧରେ ମଧୁରତା ଆସିବ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୪।
ବିଛା – ଦିନଟି ଧନ ବର୍ଷା କରିବ। ଆପଣଙ୍କର ଉନ୍ନତି ହେତୁ ପରିବାରରେ ଖୁସିର ବାତାବରଣ ରହିବ। ନୂଆ ଜମି କିଣିବା ଲାଗି ଦିନଟି ଭଲ। ରାଜନୀତିକ କାର୍ଯ୍ୟରେ ରୁଚି ବଢିବ। ବିଦ୍ୟାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ମିଳିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।
ଧନୁ –ଆଜି ଆପଣ ନୁଆ ବିଚାରରେ ପରିପୂର୍ଣ୍ଣ ରହିବେ। କାରବାରକୁ ବଢାଇବା ପାଇଁ ନୂଆ ପରାମର୍ଶ ମିଳିପାରେ। ଚାକିରିଆଙ୍କ ଲାଗି ଲାଭର ସ୍ଥିତି ଉତ୍ପନ୍ନ ହେବ। ସାମାଜିକ କ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ। ଶୁଭ ରଙ୍ଗ ମେରୁନ । ଶୁଭ ଅଙ୍କ ୧।
ମକର – ପରିବାରରେ କୌଣସି ବଡଙ୍କ ପରାମର୍ଶ ନେଇ ଆଗକୁ ବଢନ୍ତୁ। ଆପଣଙ୍କର କୌଣସି ଇଚ୍ଛା ନିଶ୍ଚିୟ ପୂରା ହେବ। ଯାତ୍ରା ଆପଣଙ୍କ ଶିଥିଳତା ଓ କ୍ଳେଶ ଦେବ। କାହାରିକୁ ଅତିଶୀଘ୍ର ବନ୍ଧୁ କରନ୍ତୁ ନାହିଁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୬।
କୁମ୍ଭ - ଆପଣଙ୍କର ସବୁ କାମ ମନ ମୁତାବକ ପୂରା ହେବ। କୌଣସି ବ୍ୟକ୍ତି ଆପଣଙ୍କୁ ଅଧିକ ଫାଇଦା ଦେବ। ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ବିଦ୍ୟାର୍ଥିଙ୍କୁ ପରିଶ୍ରମର ବଢିଆ ପରିଣାମ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁବ୍ ଭଲ । ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୭।
ମୀନ - କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ନୂଆ ଅବସର ମିଳିବ। କିଛି ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ସଂପର୍କ ହେବ। ବୈବାହିକ ଜୀବନରେ ମଧୁରତା ଆସିବ। ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ବଢିଆ ରହିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୨।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.