ଫୁଡ୍‌ ଓ ଡ୍ରିଙ୍କିଙ୍ଗ୍‌ରେ ଜେପ୍ଟୋ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଡାଉନ୍‌ଲୋଡ୍ ହୋଇଥିବା ଆପ୍: ରିଟେଲ୍‌ରେ କିଏ ଫାଷ୍ଟ ଜାଣନ୍ତୁ

Published By : Prameya-News7 Bureau | February 05, 2025 IST

business-standard.com

ନୂଆଦିଲ୍ଲୀ: ଭାରତୀୟ କ୍ୱିକ୍-କମର୍ସ ଷ୍ଟାର୍ଟଅପ୍ ଜେପ୍ଟୋ(Zepto) ୨୦୨୪ରେ ବିଶ୍ୱରେ ଫୁଡ୍ ଓ ଡ୍ରିଙ୍କିଙ୍ଗ୍ କ୍ୟାଟେଗୋରୀରେ ଦ୍ୱିତୀୟ ସର୍ବାଧିକ ଡାଉନଲୋଡ୍ ହୋଇଥିବା ମୋବାଇଲ୍ ଆପ୍ ହୋଇଛି।  ସେନ୍ସର ଟାୱାର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ମିଳିଛି। ଏହି କ୍ୟାଟେଗୋରୀରେ ଆମେରିକୀୟ ଫାଷ୍ଟଫୁଡ୍ ଚେନ୍ ମ୍ୟାକଡୋନାଲ୍ଡସ୍(McDonald’s) ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ହୋଇ ନମ୍ବର ୱାନରେ ରହିଛି। 

ଏହି କ୍ୟାଟେଗୋରୀରରେ ଜେପ୍ଟୋର ପ୍ରତିଦ୍ୱନ୍ଦ୍ୱୀ ଆପ୍ ବ୍ଲିଙ୍କିଟ୍ ଦଶମ ସ୍ଥାନରେ ରହିଥିଲା। ସେହିପରି ଖାଦ୍ୟ ଏବଂ ତେଜରାତୀ ସାମଗ୍ରୀ ବିତରଣ କମ୍ପାନୀ ଜୋମାଟୋ ପଞ୍ଚମ ସ୍ଥାନରେ ଏବଂ ସ୍ୱିଗି ନବମ ସ୍ଥାନରେ ରହିଛି। 

ଏହି ବର୍ଗଗୁଡ଼ିକରେ ଫାଷ୍ଟଫୁଡ୍ ଏବଂ ଫାଷ୍ଟ କାଜୁଆଲ୍ ରେଷ୍ଟୁରାଣ୍ଟ, ରେଷ୍ଟୁରାଣ୍ଟ ଅର୍ଡରିଂ ଏବଂ ଡେଲିଭରି, ଅନ୍ୟାନ୍ୟ ଖାଦ୍ୟ ଡେଲିଭରି ସେବା, ଡାଇନିଂ ଓ ଲିଷ୍ଟିଂ, ରିଭିୟୁ ଏବଂ ରିଜର୍ଭେସନ, ଏବଂ ଡାଇନିଂ ଓ ରେଷ୍ଟୁରାଣ୍ଟ ଆପ୍ ସାମିଲ୍ କରାଯାଇଥିଲା। 

ସେନ୍ସର ଟାୱାର ଅନୁଯାୟୀ, ୨୦୨୪ର ଦ୍ୱିତୀୟାର୍ଦ୍ଧରେ ଗ୍ରୋସେରୀ ଡେଲିଭରି ଆପ୍ସର ଡାଉନଲୋଡ୍ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା।  ଏଥିରେ ପ୍ରଥମ ୬ ମାସ ତୁଲନାରେ ଜେପ୍ଟୋ ଡାଉନଲୋଡ୍‌ରେ ୩୦୦ ପ୍ରତିଶତ ବୃଦ୍ଧି ହୋଇଥିଲା। ‘ବାଏ ନାଁ ଅର୍ ପେ ଲେଟର' ଫିଚର ଲଞ୍ଚ୍ କରିଥିଲା। ଫଳରେ ଭାରତର କ୍ୱିକ୍ କମର୍ସ ସେକ୍ଟରରେ ଏହାର ସ୍ଥିତି ଆହୁରି ମଜଭୁତ ହୋଇଥିଲାଛ। ୨୦୨୪ର ଶେଷ ତ୍ରୟମାସିକରେ, ଜେପ୍ଟୋର ହାରାହାରି ମାସିକ ଉପଭୋକ୍ତା ପ୍ରଥମ ଥର ପାଇଁ ବ୍ଲିଙ୍କିଟ୍‌ କୁ ଅତିକ୍ରମ କରିଥିଲା।

ଜେପ୍ଟୋ ଅଗଷ୍ଟ ମାସରେ ୩୪୦ ମିଲିଅନ ଜଲାରର ଘରୋଇ ଫାଣ୍ଠି ସଂଗ୍ରହ କରିଥିଲା। ନଭେମ୍ବରରେ କମ୍ପାନୀ ୩୫୦ ମିଲିଅନ ଡଲାର ସଂଗ୍ରହଣ କରିଥିଲା। ଏପର୍ଯ୍ୟନ୍ତ କମ୍ପାନୀ ମୋଟ ୧.୯୫ ବିଲିୟନ ପାଣ୍ଠି ସଂଗ୍ରହ କରିସାରିଛି।

ସେନ୍ସର ଟାୱାର ଅନୁଯାୟୀ, ୨୦୨୪ ମସିହାରେ ଭାରତରେ ଫୁଡ୍ ଏବଂ ଡ୍ରିଙ୍କିଙ୍ଗ୍ କ୍ୟାଟେଗୋରୀରେ ଆପ୍ ୩୫୩ ମିଲିଅନ ଥର ଡାଉନଲୋଡ୍ ହୋଇଥିଲା, ଯାହା ଗତ ବର୍ଷ ତୁଳନାରେ ୪୩ ପ୍ରତିଶତ ଅଧିକ। ଏହି ବର୍ଗରେ ବିଶ୍ୱ ଡାଉନଲୋଡ୍‌ର ୧୬ ପ୍ରତିଶତ ଭାରତର ଥିଲା। ଭାରତୀୟ ଆପ୍ସରେ ସେସନ୍ ସଂଖ୍ୟା ୪୩,୨୦୦ ମିଲିଅନ ହୋଇଥିଲା, ଯାହା ୨୦୨୩ ତୁଳନାରେ ୨୧.୭ ପ୍ରତିଶତ ଅଧିକ ଏବଂ ବିଶ୍ୱ ସେସନ୍‌ର ୧୫ ପ୍ରତିଶତ।

ସେନ୍ସର ଟାୱାର ରିପୋର୍ଟ ଅନୁସାରେ ରିଟେଲ୍ କ୍ୟାଟେଗୋରୀରେ ମଧ୍ୟ ଭାରତୀୟ ଆପ୍ସ ଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ମିଶୋ ବିଶ୍ୱର ତୃତୀୟ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ହୋଇଥିବା ବେଳେ ଫ୍ଲିପକାର୍ଟ ଷଷ୍ଠ ସ୍ଥାନରେ ରହିଥିଲା। ତେବେ ଚୀନ ଆପ୍ ଶିନ୍ ଏବଂ ଟେମୁ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଭିଡିଓ ଷ୍ଟ୍ରିମିଂ ବର୍ଗରେ, ଜିଓ ସିନେମା (ଏହାର କ୍ରିକେଟ୍ ଅଧିକାର ଯୋଗୁଁ) ବିଶ୍ୱର ଦ୍ୱିତୀୟ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ହୋଇଥିବାବେଳେ ଆମେରିକାର ନେଟଫ୍ଲିକ୍ସ ପ୍ରଥମ ସ୍ଥାନରେ ରହିଛି। ସେହିପରି ଫାଇନାନ୍ସିଆଲ୍ ସର୍ଭିସ ବର୍ଗରେ ତିନୋଟି ଭାରତୀୟ କମ୍ପାନୀ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛନ୍ତି। PhonePe ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ଭାବରେ ଏହାର ସ୍ଥାନ ବଜାୟ ରଖିଛି। ସେହିପରି Paytm ଏବଂ Bajaj Finserv ମଧ୍ୟ ତାଲିକାରେ ସ୍ଥାନ ପାଇଛି। ଭାରତୀୟ କାର୍ପୁଲିଂ ଷ୍ଟାର୍ଟଅପ୍ ରାପିଡୋ ଟ୍ରାଭେଲ ବର୍ଗରେ ଶ୍ରେଷ୍ଠ ୧୦ ରେ ପହଞ୍ଚିଛି। ସେହିପରି ସ୍ପୋର୍ଟସ୍ କ୍ୟାଟେଗୋରୀରରେ ଡ୍ରିମ୍ ୧୧ ପ୍ରଥମ ସ୍ଥାନରେ ରହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.