ଦୁନିଆର ସବୁଠାରୁ ମହଙ୍ଗା ଫଳ, ଦାମ୍ ଜାଣିଲେ ଉଡିଯିବ ହୋସ୍...

Published By : Prameya-News7 Bureau | March 21, 2023 IST

ନୂଆଦିଲ୍ଲୀ ୨୧।୦୩; ଫଳ ଆମ ଶରୀର ପାଇଁ ବେଶ୍ ଉପକାରୀ । ଏହା ନା ହିଁ ଜରୁରୀ ଭିଟାମିନ ଦେଇଥାଏ ବରଂ ଅନେକ ରୋଗ ହେବାରୁ ରକ୍ଷା ମଧ୍ୟ କରିଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ଫଳ କ’ଣ । ଯଦି ଜାଣି ନାହାଁନ୍ତି, ଆସନ୍ତୁ ଜାଣିବା । ବାସ୍ତବରେ ଏହି ଫଳର ନାଁ ହେଉଛି ୟୁବାରୀ ମେଲନ୍ । ଏହା ଜାପାନର ୟୁବାରୀ ଅଞ୍ଚଳରେ ଚାଷ କରାଯାଏ । ଏହା ଦେଖିବାକୁ ଠିକ୍ ତରଭୂଜ ପରି ।

ତରଭୂଜ ପରି ଦେଖାଯାଉଥିବା ଏହି ଏହି ଫଳର ଭିତରର ରଙ୍ଗ କମଳା ହୋଇଥିବା ବେଳେ ବାହ୍ୟ ଅଂଶ ଦେଖିବାକୁ ସବୁଜ ରଙ୍ଗ ଏବଂ ଏହା ଉପରେ ଘୋଡେଇ ହୋଇ ରହିଛି ଧଳା ରଙ୍ଗର ଆସ୍ତରଣ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଏହା ସୂର୍ଯ୍ୟ କିରଣରେ ବଢିପାରିବ ନାହିଁ । ଏହା କେବଳ ଗ୍ରୀନ୍ ହାଉସ୍ ଗ୍ୟାସରେ ବଢିଥାଏ । ଏହାକୁ ରାନ୍ଧିବା ପାଇଁ ଲାଗିଥାଏ ପ୍ରାୟ 100 ଦିନ । ଏହା କୌଣସି ଦୋକାନରେ ବିକ୍ରି ହେବା ଦେଖିବାକୁ ମିଳିନଥାଏ । ଏହାର କିଲୋଗ୍ରାମ ପ୍ରତି ଦାମ୍ 10 ଲକ୍ଷରୁ ଅଧିକ ରହିଛି ।  ଏହାର ଅର୍ଥ ଯେ ଏହାକୁ କିଛି କିଲୋଗ୍ରାମ ଚାଷ କରାଯାଏ ତେବେ ଜଣେ ବ୍ୟକ୍ତି କୋଟିପତି ହୋଇପାରିବ  । କିନ୍ତୁ ଭାରତରେ ଏହି ଫଳର ଚାଷ କରିବା ବେଶ୍ କଷ୍ଠସାଧ୍ୟ । କାରଣ ଏହାକୁ ଚାଷ କରିବା ବେଶ୍ ଖର୍ଚ୍ଚ ମଧ୍ୟ ହୋଇଥାଏ ।

ଏକ ରିପୋର୍ଟ ଅନୁଯାୟୀ ଏହି ଫଳର ନିଲାମୀ ଜାପାନରେ ହିଁ କରାଯାଇଥାଏ । ୨୦୧୯ରେ ୪୬୬ଟି ଫଳ  ନିଲାମରେ 5 ନିୟୁତ ୟେନରେ ବିକ୍ରି ହୋଇଥିଲା । ଏହାର ଦାମ୍ ଏତେ ଯେ ଫଳକୁ କିଣିବା କୌଣସି ସାଧାରଣ ବ୍ୟକ୍ତିଙ୍କ ପାଖରେ ସମ୍ଭବ ନୁହେଁ । ଏହାର ଫାଇଦା ମଧ୍ୟ ବେଶ୍ ଅଧିକ । ଏହି ଫଳକୁ ଖାଇବା ଦ୍ବାରା ମସ୍ତିଷ୍କ ପ୍ରଖର ହେବା ସହିତ ସ୍ବାସ୍ଥ୍ୟ ମଧ୍ୟ ବେଶ୍ ଭଲ ରହିଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.