ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

9/08/2022 at 10:20 AM

ପୁରୁଷୋତ୍ତମପୁର ୯।୮: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛୁରାମାଡରେ ଅନିରୁଦ୍ଧ ନାୟକ ନାମକ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଅନିରୁଦ୍ଧ ଖାଇସାରି ଘର ବାହାରେ ବୁଲୁଥିବା ସମୟରେ ସେହି ସାହିର ସାଗର ମାଝୀ ନାମକ ଯୁବକ ଏକ ଅଟୋରେ ଲୁଚି ରହିଥିଲେ । ସୁଯୋଗ ଦେଖି ସେ ଅନିରୁଦ୍ଧଙ୍କ ଉପରକୁ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରିଥିଲେ । ଅନିରୁଦ୍ଧ ଏହାର ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ପୁନର୍ବାର ଛୁରୀରେ ଆକ୍ରମଣ କରିଥିଲା । ଫଳରେ ଅନିରୁଦ୍ଧଙ୍କ ପେଟରେ ଆଘାତ ଲାଗିଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ପଠାଇ ଦେଇଥିବା  ଜଣାପଡିଛି ।

ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା । ତେଣୁ ଏହି ମରଣାନ୍ତକ ଆକ୍ରମଣ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ଆଲୋଚନା ହେଉଛି ।

   Related Posts