ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

Published By : Prameya-News7 Bureau | March 07, 2019 IST

ଖଇରା ୭|୩ : ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଭୁଜାଲି ଓ ଖଣ୍ଡାରେ ସଂଘବଦ୍ଧ ଭାବେ ଆକ୍ରମଣ  କରିଛନ୍ତି ଦୁର୍ବୃତ୍ତ । ବାଲେଶ୍ବର ଖଇରା ଥାନା କୁପାରି ରାସ୍ତା କଦଳିଗଡିଆରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଯୁବକ କଦଳିଗଡିଆର ମୁକ୍ତିକାନ୍ତ ସ । ମୁକ୍ତିକାନ୍ତଙ୍କ କାନ, ବେକ ଓ ହାତକୁ ହାଣି ଦେଇଛନ୍ତି ଦୁର୍ବୃତ୍ତ ।

ଆକ୍ରମଣରେ ଯୁବକଙ୍କ  କାନ ଓ ଆଙ୍ଗୁଳି ଛିଡି ଯାଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଇରା, ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖଇରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.