ଜେସିବି ମେସିନରେ ଝୁଲୁଛି ଯୁବକଙ୍କ ମୃତଦେହ ; ହତ୍ୟା ସନ୍ଦେହ
21/01/2019 at 10:26 AM

କେନ୍ଦ୍ରାପଡା ୨୧|୧: ଜେସିବି ମେସିନରେ ଝୁଲୁଛି ଯୁବକଙ୍କ ମୃତଦେହ । କେନ୍ଦ୍ରପଡା ନିକିରାଇ ଥାନା ଅମୃତମଣୋହି ପାଟରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତଦେହଟି ଜେସିବି ମେସିନରେ ଝୁଲୁଥିବାର ଦେଖିବାକୁ ମିଳିଛି । ଯୁବକଙ୍କ ପରିଚୟ ମିଳିନଥିବାବେଳେ ସେ ଜେସିବି ମେସିନର ହେଲପର ବୋଲି ଜଣାପଡିଛି ।

ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଏଠାରେ ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି । ମୃତଦେହ ଜବତ କରି ପୋଲିସ ପୋଷ୍ଟମର୍ଡମ ପାଇଁ ମେଡିକାଲକୁ ପଠାଇଛି ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023