ବିଦ୍ୟୁତ୍ ଆଘାତରେ ଯୁବକଙ୍କ ମୃତ୍ୟୁ
21/08/2019 at 4:43 PM

ସୋର ୨୧।୮: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ସୂଂଗୁଡା ଗ୍ରାମରେ ଜଣେ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି । ମୃତକ ହେଲେ ଗୌରାଙ୍ଗ ମୋହନୀ । ତାଙ୍କ ବୟସ ୪୬ବର୍ଷ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗୌରାଙ୍ଗ ମୋହନୀ ଘର ପାଖରେ ବିଦ୍ୟୁତ ତାର ଯୋଡ଼ୁଥିବାବେଳେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗିଥିଲା । ତାଙ୍କୁ ସିମୁଳିଆ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସିମୁଳିଆ ପୋଲିସ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ସୋର ମେଡିକାଲକୁ ପଠାଇଛନ୍ତି ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022