ମଦ ନିଶାରେ ନିଜ ଦେହରେ ନିଆଁ ଲଗାଇଲେ ଯୁବକ
8/06/2018 at 9:53 AM

ଆନନ୍ଦପୁର ଉପଖଣ୍ଡ ସୋସ ଥାନା ଢେଙ୍କା ଗାଁରେ ଅଭାବନିୟ ଘଟଣା ଘଟିଛି । ଜଣେ ନିଶାସକ୍ତ ଯୁବକ ମଦ ନିଶାରେ ନିଜକୁ ପୋଡି ପକାଇଥିବା ପରିବାର ଲୋକେ ସଂନ୍ଧେହ କରିଛନ୍ତି । ଗୁରତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଇଯାଇଛି। ଗୁରୁତର ଯୁବକ ଢେଙ୍କା ଗାଁର ରଂଜନ କୁମାର ନାୟକ । ତବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଦେହରେ ନିଆଁଲାଗିଥିବା ଅବସ୍ଥାରେ ରଂଜନ ଘର ଅଗଣାରେ ଚିତ୍କାର କରୁଥିବା ବେଳେ ସେହି ସମୟରେ ପୋଖରୀକୁ ଲୁଗାଧୋଇବାକୁ ଯାଇ ଫେରିବା ସମୟରେ ପତ୍ନୀ ଇନ୍ଦୁମତୀ ଦେଖିବାକୁ ପାଇଥିଲେ । ତବେ ଆଜି କୌଣସି ଘରୋଇକଳି ନଥାଇ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ପଛରେ ନିଶା ଏକ ମାତ୍ର କାରଣ ହୋଇଥାଇପାରେ ବୋଲି ସଂନ୍ଦେହ କରିଛନ୍ତି ପତ୍ନୀ ଇନ୍ଦୁମତୀ । ଖବର ପାଇ ସୋସ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।