ଫୋନ୍‌ରେ ପ୍ରେମ ନିବେଦନ ପରେ ଶୁଣିଲାନି ପ୍ରେମିକା, ବିଚ୍ ରାସ୍ତାରେ ଚୁଟି ଘୋଷାଡି ଆଟାକ୍

Published By : Prameya-News7 Bureau | August 22, 2025 IST

ସାଲେପୁର ୨୨/୦୮: ଏକତରଫା ପ୍ରେମର କରୁଣ ପରିଣତି । ଶୁଣିଲାନି ପ୍ରେମିକା, ରାଗିଗଲା ପ୍ରେମିକ । ବିଚ୍ ରାସ୍ତାରେ ଘୋଷାରି ଆଣି ଘଟାଇଲା ନାରକୀୟ କାଣ୍ଡ । ରକ୍ତମୁଖା ପ୍ରେମିକର ଆକ୍ରମଣରେ ନାବାଳିକାଙ୍କ ମୁଣ୍ଡ, ବେକରେ ଲାଗିଛି ଗଭୀର ଆଘାତ । ଘଟଣାକୁ ନେଇ ଥାନାରେ ଫେରାଦ୍ ହୋଇଛନ୍ତି ନାବାଳିକାଙ୍କ ବାପା । କଟକ ଜଗତପୁର ଥାନା ଅଂଚଳରେ ଦେଖିବାକୁ ମିଳିଛି ଫିଲ୍ମ ଷ୍ଟାଇଲର ଏକତରଫା ପ୍ରେମ କାହାଣୀ । 

ସୂଚନା ଥାଉକି, ନାବାଳିକା ଜଣଙ୍କ କଲେଜରେ ଯିବା ଆସିବା ବେଳେ ମନ ଦେଇ ବସିଥିଲେ ମଳୟ ସାମଲ ନାମକ ଜଣେ ଯୁବକ । ରାସ୍ତାରେ ଦେଖି ମନ ବୁଝିଲାନି ଯେ, ଯୁବକ ଜଣଙ୍କ ସାଙ୍ଗମାନଙ୍କ ସହାୟତାରେ ଆଣିଥିଲେ ଫୋନ ନମ୍ୱର । କାରଣ ପୂର୍ବରୁ ବି ଯିବା ଆସିବା ରାସ୍ତାରେ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ । 

ଯୁବତୀ ଜଣଙ୍କୁ କଥାକୁ ଗୁରୁତ୍ୱ ଦେଇନଥିଲେ କି ସ୍ୱିକାର ବି କରିନଥିଲେ । ଶେଷରେ ଫୋନ କରି ନାବାଳିକାଙ୍କୁ ଫିଲ୍ମ ଷ୍ଟାଇଲରେ ନିବେଦନ କରିଥିଲେ ଯୁବକ । କିନ୍ତୁ ଫେଲ ମାରିଥିଲା ପ୍ଲାନ । ଫୋନ୍‌ରେ ବି ନାବାଳିକା ଜଣଙ୍କ ପ୍ରପୋଜଙ୍କୁ ଶୁଣିବା ତ ଦୂରର କଥା ୟାଡୁ ସାଡୁ ଗୁଡାଏ କଥା କହିଥିଲେ । ଏତକ ଶୁଣିବା ପରେ ଗରମ ହୋଇଗଲା ପ୍ରେମିକଙ୍କ ମୁଣ୍ଡ । ମନେ ମନେ ଭାବିଥିଲା କି, ସେ ଯଦି ମୋର ହବନି ତ କାହାର ହବନି । 

ଯୋଜନା କରି ନାବାଳିକା ଜଣଙ୍କ କଲେଜ ଯିବା ରାସ୍ତାରେ ଅଟକାଇ କରିଥିଲେ ଆଟାକ । ବିଚ୍ ରାସ୍ତାରେ ଚୁଟି ଘୋଷାଡି ଇଟା ଧରି ନାବାଳିକାଙ୍କୁ ଆକ୍ରମଣ କରିଥିଲେ । ଫଳରେ ରାସ୍ତାରେ ନାବାଳିକାଙ୍କ ଶରୀରରେ ଲାଗିଥିଲା ଆଘାତ । ତାଙ୍କୁ ସଂଗେ ସଂଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ଜଣାପଡିବା ପରେ ନାବାଳିକାଙ୍କ ବାପା ଜଗତପୁର ଥାନାରେ ଏନେଇ ଏତଲା ଦେଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.