ଭଦ୍ରକ ୧୫।୧୦: ଦଶହରାରୁ ନିଖୋଜ ଥିଲେ ଯୁବତୀ । ଏବେ ପୋଖରୀରୁ ମିଳିଲା ମୃତଦେହ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଅଙ୍ଗେଇପାଳ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଅଙ୍ଗେଇପାଳ ଗ୍ରାମର ହେମନ୍ତ କରଙ୍କ ୨୩ ବର୍ଷ ବୟସ୍କା ଝିଅଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଛି । ରବିବାର ଦିନ ସେ ନିଖୋଜ ଥିଲେ । ଦଶହରା ଥିବାରୁ ଝିଅ ବୁଲିବାକୁ ଯାଇଥିବା ପରିବାର ଲୋକେ ଭାବିଥିଲେ । ଅଧିକ ରାତି ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ନ ପାଇବାରୁ ପରେ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଘର ଠାରୁ କିଛି ଦୂର ଦାଣ୍ଡିଆପଦା ଡୋଜର ପୋଖରୀରୁ ଝିଅର ମୃତଦେହ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ଧାମନଗର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ତଦନ୍ତ ଆରମ୍ଭ କରିଛି । ତେବେ କୌଣସି କାରଣରୁ ଝିଅ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି । ତେବେ ପୋଲିସ ମୃତ ଯୁବତୀଙ୍କ ମୋବାଇଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
You Can Read:
ସିଏମ୍ଏସ୍ ଭ୍ୟାନ୍ରୁ ଲୁଟ୍ ଉଦ୍ୟମ, ଗନ୍ ମ୍ୟାନ୍ଙ୍କୁ ଆକ୍ରମଣ କରି ଲୁଟିନେଲେ ବନ୍ଧୁକ