ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ; ପୁଲିସ ଆଗରେ ଦୋଷ ସ୍ୱୀକାର କଲା ଗ୍ୟାଙ୍ଗଷ୍ଟର

Published By : Prameya-News7 Bureau | June 03, 2022 IST

ଚଣ୍ଡିଗଡ଼: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ହାତ। ଏକଥାକୁ ନିଜେ ସ୍ୱୀକାର କରିଛି ଲରେନ୍ସ। ମାମଲାରେ ପଚାରଉଚରା ବେଳେ ତା ଗ୍ୟାଙ୍ଗର ଲୋକେ ମୁସେୱାଲାଙ୍କୁ ହତ୍ୟା କରିଛନ୍ତି ବୋଲି ଲରେନ୍ସ ଦିଲ୍ଲୀ ପୁଲିସ ସମ୍ମୁଖରେ ମାନିଛି ବୋଲି ସୂଚନା ମିଳିଛି।
ପୁଲିସ ଆଗରେ ବିଷ୍ଣୋଇ କହିଛି ଯେ ଭିକି ମିଦ୍ଦୁଖେରା ତାର ବଡ଼ ଭାଇ ଥିଲେ। ଏବଂ ଗ୍ୟାଙ୍କର ତାଙ୍କ ହତ୍ୟାରେ ପ୍ରତିଶୋଧ ନେଇଛି। ତେବେ ଘଟଣାରେ ତାଙ୍କ ଗ୍ୟାଙ୍ଗ ସମ୍ପୃକ୍ତ ଥିବା ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ସେ କହିଛନ୍ତି ଯେ ସେ ଜେଲ୍‌ରେ ଥିଲେ ଏମିତିକି ମୋବାଇଲବି ବ୍ୟବହାର କରୁନଥିଲେ। ସେ ତିଆହର ଜେଲ୍‌ରେ ଥିବା ବେଳେ ସିଧୁ ମୁସେୱାଲାର ହତ୍ୟା ହୋଇଥିବା ସେ ଟିଭିରୁ ଜାଣିବାକୁ ପାଇଥିଲେ।  

ଏହା ପୂର୍ବରୁ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ସଚିନ ବିଷ୍ଣୋଇ ମୁସେୱାଲାଙ୍କ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଭିକି ହତ୍ୟା ଘଟଣାରେ ପ୍ରତିଶୋଧ ନେବା ପାଇଁ ସେ ମୁସେୱାଲାଙ୍କୁ ହତ୍ୟା କରିଛି ବୋଲି ପୁଲିସ ଆଗରେ ମାନିଥଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.