ଆର୍ଥିକ ହେରଫେର ମାମଲାରେ ରାଣା କପୁରଙ୍କୁ ଜାମିନ, ୪୬୬ କୋଟି ଟଙ୍କାର ରହିଛି ମାମଲା

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ: ଆର୍ଥିକ ହେର୍‌ଫେର୍ ମାମଲାରେ ୟେସ୍‌ ବ୍ୟାଙ୍କ ସଂସ୍ଥାପକ ରାଣା କପୁରଙ୍କୁ ଆଶ୍ୱସ୍ତି। ଆଜି ଏହି ମାମଲାରେ ଶୁଣାଣି କରି ରାଣାଙ୍କୁ ବେଲ୍ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୪୬୬.୫୧ କୋଟି ଟଙ୍କାର ଆର୍ଥିକ ହେର୍‌ଫେର୍ କରିଥିବା ରାଣାଙ୍କ ବିରୋଧରେ ଅଭିଯୋଗ ରହିଛି।

ଏହି ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିଲା। ଏହି ମାମଲାରେ ଶୁଣାଣି କରି ବିଚାରପତି ସୁଧିର କୁମାର ଜୈନ୍‌ ରାଣାଙ୍କୁ ବେଲ୍ ପ୍ରଦାନ କରିଛନ୍ତି। ୪୬୬.୫୧ କୋଟି ଟଙ୍କାର ଆର୍ଥିକ ହେର୍‌ଫେର୍ କରିଥିବା ରାଣାଙ୍କ ବିରୋଧରେ ଅଭିଯୋଗ ରହିଛି।

ଏହି ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରାଯାଉଥିଲା। ଏହି ମାମଲାରେ ଶୁଣାଣି କରି ବିଚାରପତି ସୁଧିର କୁମାର ଜୈନ୍‌ ରାଣାଙ୍କୁ ବେଲ୍ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଜେଲ୍‌ରେ ବନ୍ଦୀ ଥିବା ରାଣା ସ୍ୱାସ୍ଥ୍ୟା ସମସ୍ୟା ଦର୍ଶାଇ ବେଲ୍ ପାଇଁ ଆବେଦନ କରିଥିଲେ। ତାଙ୍କୁ କୋଭିଡ୍ ହେବାର ଆଶାଙ୍କ ରହିଛି ବୋଲି ସେ ଆବେଦନରେ କହିଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ମାମଲାରେ ତଦନ୍ତ କରୁଥିବା ଇଡିର ଅଭିଯୋଗ ଅନୁସାରେ, ୟେସ୍ ବ୍ୟାଙ୍କ ସହସଂସ୍ଥାପକ ରାଣା କପୁର ଓ ଦେୱାନ ହାଉସିଂ ଫାଇନାନ୍ସ ଲିମିଟେଡ(DHFL)ର ପ୍ରମୋଟର୍ସ କପିଲ ଏବଂ ଧୀରଜ ୱାଧୱାନ ସନ୍ଦେହଜନକ ଭାବେ ୫,୦୫୦ କୋଟି ଟଙ୍କାର କାରବାର କରିଥିଲେ। ଏହାପରେ ଆର୍ଥିକ ହେର୍‌ଫେର୍ ପ୍ରତିରୋଧ ଆଇନ(PMLA) ୨୦୨୦ ଅନୁସାରେ କପୁରଙ୍କୁ ଗିରଫ କରାଯାଇଥିଲା।  

ଏନେଇ ଇଡି ତା ଚାର୍ଜଶିଟ୍‌ରେ କହିଛି ଯେ ରାଣା ତାଙ୍କ ପଦବୀର ଅପବ୍ୟବହାର କରି ନିଜ ପାଇଁ ନିଜ ପରିବାର ଆର୍ଥିକ ଫାଇଦା ଉଠାଇଛନ୍ତି। ଏନେଇ ସେପ୍ଟେମ୍ବର ମାସର ସିବିଆଇ ମଧ୍ୟ ଚାର୍ଜସିଟ୍ ଦାଖଲ କରିଥିଲା। ମାମଲାରେ କପରୁଙ୍କ ବିରୋଧରେ ଲାଞ୍ଚ ନେଉଥିବାର ଅଭିଯୋଗ ମଧ୍ୟ ହେଉଥିଲା।   

ମାମଲା ସାମ୍ନାକୁ ଆସିବା ପରେ ୩ ମାର୍ଚ୍ଚ ୨୦୨୦ରେ ତଦନ୍ତ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହାପରେ ତାଙ୍କର ୫ ହଜାର କୋଟିରୁ ଅଧିକ ସମ୍ପତ୍ତି ଅଚି, କିଛି ଖଳାରେ ଚାଲୁଛି ବୋଲି  ଜାଣିବାକୁ ପାଇଥିଲା ପୁଲିସ୍।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.