ସ୍ବାର୍ଥପର ଦୁନିଆରେ କିଏ କାହାର, କିନ୍ତୁ ଏହି ଦୃଶ୍ୟ ଦେଖିଲେ ଆପଣ ସବୁ ବୁଝିଯିବେ?

Published By : Prameya-News7 Bureau | January 15, 2020 IST

ଭୁବନେଶ୍ବର୧୫/୧: ବନ୍ଧୁଠାରୁ ଜୀବନରେ ଆଉ କିଛି ବଡ଼ ନାହିଁ। ଏହି କଥାକୁ ଭଲ କରି ବୁଝିଛନ୍ତି ଦୁଇ ଜଣ ଦିବ୍ୟାଙ୍ଗ ତ୍ରିନାଥ ଓ ରମେଶ । ଜଣେ ଦେଖିପାରନ୍ତିନି ଆଉ ଜଣେ ପୋଲିଓ ଆକ୍ରାନ୍ତ । କିନ୍ତୁ ସ୍ବାର୍ଥପର ଦୁନିଆରେ ଏହି ଦୁଇ ଜଣଙ୍କ ବନ୍ଧୁତ୍ବ ବିରଳ । ୬୦ଦଶକର ହିନ୍ଦି ଫିଲ୍ମ ଦୋସ୍ତିର ଏହା ହେଉଛି ରିୟଲ ସିନ୍। ରାଜଧାନୀରେ ପରସ୍ପରର ସାହାରା ପାଲଟିଛନ୍ତି ତ୍ରିନାଥ ଓ ରମେଶ। ପରିବାରର ଗୁରୁରାଣ ମେଣ୍ଟାଇବା ପାଇଁ ସଂଘର୍ଷ କରୁଛନ୍ତି ଦୁଇ ଦିବ୍ୟାଙ୍ଗ।

ଜଣେ ଛୋଟା ଓ ଅନ୍ଧ ସାଙ୍ଗକୁ ନେଇ ୧୯୬୪ ମସିହାରେ ରିଲିଜ୍ ହୋଇଥିବା ଦୋସ୍ତ ଫିଲ୍ମଟି ଦର୍ଶକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା। ରାଜଧାନୀରେ ଏମିତି ଦୁଇ ଜଣ ସାଙ୍ଗଙ୍କୁ ଭେଟିଥିଲେ ଆମ କ୍ୟାମେରା ଟିମ୍। ତ୍ରିନାଥ ରଣବୀର ଓ ରମେଶ ମହାପାତ୍ର ଦୁଇଜଣ ଜନ୍ମରୁ ଦିବ୍ୟାଙ୍ଗ ଆଉ ରମେଶ ଦୃଷ୍ଟି ବାଧିତ । ଦୁଇ ଜଣଙ୍କ ମଧ୍ୟରେ ଭାରି ନିବିଡ ସମ୍ପର୍କ କିନ୍ତୁ ସକାଳ ହେଲେ ପେଟ ପାଇଁ ସଂଘର୍ଷ। ଦୁଇ ଭାଇ ଭଳି ଚଳନ୍ତି। ଜଣେ ଅନ୍ୟ ଜଣଙ୍କୁ ବାଟ କଢାଏ । ପୁରୀ ଜିଲ୍ଲାରେ ତ୍ରିନାଥଙ୍କ ଘର ଏବଂ ନୟାଗଡ଼ ଜିଲ୍ଲାରେ ରମେଶଙ୍କ ଘର। ରୋଜଗାର ଆଶାରେ ଉଭୟ ଘର ଛାଡି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏବେ ସେମାନଙ୍କର ଠିକଣା ୟୁନିଟ-୨ ଆଶ୍ରୟସ୍ଥଳି।

wp:html /wp:html

ସକାଳ ହେଲେ ନିଜ ନିଜ ନିତ୍ୟକର୍ମ ସାରି ବାହାରି ପଡନ୍ତି ଦୁଇ ସାଙ୍ଗ । ରୋଜଗାର ଆଶାରେ ହାତରେ ୱେଟ୍ ମେସିନ୍ ଧରି ବିଭିନ୍ନ ମେଳା ମହୋତ୍ସବରେ ବସନ୍ତି । ମେଳା ମହୋତ୍ସବ ନ ଥିଲେ ବସନ୍ତି ମାର୍କେଟ ବିଲ୍ଡିଂରେ । ସେଥିରୁ ଯାହା ରୋଜଗାର ହୁଏ ସେଥିରେ ଖୁସି ଉଭୟ ଚଳନ୍ତି। ସରକାରୀ ସହାୟତା କହିଲେ ସେମାନଙ୍କୁ ମାସିକ ଭତ୍ତା ସହ ଚାଉଳ ମିଳୁଛି । ତ୍ରିନାଥଙ୍କୁ ଗୋଟିଏ ଟ୍ରାଇ ସାଇକେଲ୍ ବି ମିଳିଛି । ତେବେ ଗୋଟିଏ ଗୋଟିଏ ଅଙ୍ଗ ଅଚଳ ହେଲେ ବି ସେମାନଙ୍କ ମନରେ ଦୁଃଖ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.