oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଉଥମ୍ପଟନରେ ଅଭ୍ୟାସ୍ ଆରମ୍ଭ କଲେ ବିରାଟ ବିଗ୍ରେଡ୍, ଫଟୋ ଟ୍ଵିଟ୍ କଲା ବିସିସିଆଇ

11/06/2021 at 8:44 PM

ସାଉଥମ୍ପଟନ ୧୧।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲକୁ ମୁକାବିଲାକୁ ପ୍ରଶଂସକ ଚାତକ ଭଳି ଚାହିଁ ରହିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ହାଇଭୋଲଟେଜ୍ ଫାଇନାଲ୍ ମୁକାବିଲା ଉପରେ ପୂରା ବିଶ୍ଵ କ୍ରିକେଟ୍‌ର ନଜର ରହିଛି। ନ୍ୟୁଜିଲାଣ୍ଡ ଦଳ ନିଜର ପ୍ରସ୍ତୁତି ପାଇଁ ବର୍ତ୍ତମାନ ଇଂଲଣ୍ଡ ବିରୋଧରେ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳୁଛି। ଅନ୍ୟପଟେ ଭାରତୀୟ ଦଳ କ୍ଵାରେଣ୍ଟାଇନ୍‌ରୁ କୋହଳ ମିଳିବା ପରେ ଶୁକ୍ରବାର ପ୍ରଥମ ଥର ସାଉଥମ୍ପଟନର ପଡିଆକୁ ଅଭ୍ୟାସ୍ ପାଇଁ ଓହ୍ଲାଇଛନ୍ତି। ବିସିସିଆଇ ଭାରତୀୟ ଦଳର ଖେଳାଳିଙ୍କ ମଧ୍ୟରେ ଚାଲିଥିବା ଅଭ୍ୟାସ୍‌ ମ୍ୟାଚ୍‌ର ଫଟୋ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛି।

ବିସିସିଆଇ ନିଜ ଟ୍ଵିଟରରେ ଫଟୋ ପୋଷ୍ଟ କରି ଲେଖିଛି, ସାଉଥମ୍ପଟନରେ ଇନଟ୍ରା ସ୍କ୍ଵାଡର ଦମଦାର କ୍ଷେତ୍ର ରକ୍ଷଣ। ଭାରତୀୟ ଦଳ ଜୁନ ୩ରେ ଇଂଲଣ୍ଡ ପହଞ୍ଚିଥିଲା। ଏହା ପରେ ତିନି ଦିନ କଡା କ୍ଵାରେଣ୍ଟାଇନ୍‌ରେ ଦଳ ରହିଥିଲା। କ୍ଵାରେଣ୍ଟାଇନ୍‌ରୁ କୋହଳ ମିଳିବା ପରେ ଶୁକ୍ରବାର ଭାରତୀୟ ଦଳ ମଇଦାନକୁ ଓହ୍ଲାଇଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ଖେଳାଯିବ। ଅନେକ ପୂର୍ବତନ ଖେଳାଳିଙ୍କ ମତରେ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ବିପକ୍ଷ ଦୁଇ ଟେଷ୍ଟର ସିରିଜ୍‌ରେ ଫାଇଦା ମିଳିପାରେ।

   Related Posts