ନୂଆଦିଲ୍ଲୀ: ମହିଳା କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ପୁଣିଥରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ କୁସ୍ତି ଯୋଦ୍ଧା ତଥା ବିଜେପି ସାଂସଦ ବବିତା ଫୋଗାଟ। ଆନ୍ଦୋଳରତ କୁସ୍ତିଯୋଦ୍ଧାମାନଙ୍କୁ କେବଳ ମୋହରା ବନାଯାଉଥିଲା ବୋଲି ବବିତା କହିଛନ୍ତି।
ଏହି ମାମଲାରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କିମିଟ ଗଠନ କରି ଗୁରୁତର ସହ ତଦନ୍ତ କରୁଛନ୍ତି। କୁସ୍ତିଯୋଦ୍ଧାଙ୍କର ସମସ୍ତ ଉଚିତ ଦାବିକୁ ନେଇ ବିଚାର କରାଯିବ ବୋଲି ବୋଲି ବବିତା କହିଛନ୍ତି। ହରିଦ୍ୱାର ଘଟଣାକୁ ନେଇ ବବିତା କହିଛନ୍ତି ଯେ କୁସ୍ତିଯୋଦ୍ଧାମାନଙ୍କୁ ଭ୍ରମିତ କରାଯାଇଛି। ସୂଚନା ଥାଉକି କୁସ୍ତିଯୋଦ୍ଧା ଅଭିଯୋଗରେ ତଦନ୍ତ କରିବାକୁ ଗଠନ ହୋଇଥିବା ଓଭରସାଇଟ କମିଟିରେ ବବିତା ମଧ୍ୟ ଜଣେ ସଦସ୍ୟ ଅଛନ୍ତି।

ବବିତା କହିଛନ୍ତି “କୁସ୍ତୁଯୋଦ୍ଧାଙ୍କୁ ଯେଉଁଭଳି ଭାବରେ ବ୍ୟବହାର କରାଯାଉଛି, ଯଦି ମୁଁ ଥାନ୍ତି ସେମିତି ହେବାକୁ ଦେଇ ନଥାନ୍ତି। ଆବଶ୍ୟକ ପଡ଼ିଥିଲେ ମୁଁ ସେମାନଙ୍କ ଗୋଡ଼ ଧରିଥାନ୍ତି। କିନ୍ତୁ ଯାହା ଘଟିଲା ମୋତେ ଦୁଃଖ ଲାଗୁଛି। ଯେଉଁମାନେ ତାଙ୍କୁ ପଦକ ବିସର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି ସେମାନେ ତାଙ୍କର ମଙ୍ଗଳ କରି ନାହାନ୍ତି। ସେମାନେ ରେସଲରଙ୍କ ସପକ୍ଷରେ ନାହାନ୍ତି ବିଂର ବିରୋଧରେ ଅଛନ୍ତି।”
ପଢ଼ନ୍ତୁ -ଆନ୍ଦୋଳନ ଜାରି ରହିବ, ଚାକିରି ଦାୟିତ୍ଵ ବି ରହିଛି; ଧାରଣାରୁ ପଛକୁ ହଟିବା ଖବର ଉପରେ ରେସଲରଙ୍କ ଜବାବ
କୁସ୍ତି ଯୋଦ୍ଧାରୁ ନେତ୍ରୀ ହୋଇଥିବା ବବିତା ବିରୋଧୀଙ୍କର ହସ୍ତକ୍ଷେପକୁ ବି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ରେସଲରମାନଙ୍କୁ ଉସ୍କାଇଲେ। ଯେତେବେଳେ ସେମାନଙ୍କୁ ପୁଲିସ ଗିରଫ କଲା ସେତେବେଳେ ବିରୋଧୀମାନେ ଚମ୍ପଟ ମାରିଲେ।
ସୂଚନା ଥାଉକି ଆଜି ରେସଲରମାନେ ଆନ୍ଦୋଳନରୁ ହଟିଯାଇଥିବା ଖବର ପ୍ରକାଶ ପାଇଥିଲା। ପରେ ଏହାକୁ ଅସ୍ୱୀକାର କରିଥିଲେ ଖେଳାଳି। ଖବରକୁ ନେଇ ସାକ୍ଷୀ ମଲ୍ଲୀକ ଟ୍ୱିଟ୍ କରି ଲେଖିଥିଲେ ଯେ, ଏହି ଖବର ସଂପୂର୍ଣ୍ଣ ଭିତ୍ତିହୀନ। ନ୍ୟାୟର ଏହି ଲଢେଇରେ ଆମେ ପଛକୁ ହଟିନୁ ନା ହଟିବୁ। ସେ ଏହା ମଧ୍ୟ ଲେଖିଛନ୍ତି, ସତ୍ୟାଗ୍ରହ ସହିତ ରେଲଓ୍ଵେରେ ନିଜର ଦାୟିତ୍ଵ ବି ନିଭାଇବୁ। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ଦୟା କରି ଭୁଲ୍ ଖବର ପ୍ରସାରଣ କରନ୍ତୁ ନାହିଁ। ଏହା ପୂର୍ବରୁ ତାଙ୍କ ସ୍ଵାମୀ ସତ୍ୟବ୍ରତ କାଦିୟାନ ମଧ୍ୟ ଆନ୍ଦୋଳନରୁ ପଛକୁ ହଟିବା ଖବରକୁ ଭୁଲ୍ ବୋଲି କହିଥିଲେ।

ପଢନ୍ତୁ- କୁସ୍ତି ଯୋଦ୍ଧା ଆନ୍ଦୋଳନରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିରବତା ସବୁକିଛି କହୁଛି: କପିଲ ଶିବଲ
ସେହିପରି ଟୋକିଓ ଅଲିମ୍ପିକ କାଂସ୍ୟ ପଦକ ବିଜେତା ବଜରଙ୍ଗ ଟୁଇଟ୍ କରିଛନ୍ତି, ଆନ୍ଦୋଳନ ପ୍ରତ୍ୟାହାର ଖବର ଗୁଜବ ଅଟେ। ଆମକୁ କ୍ଷତି ପହଞ୍ଚାଇବା ପାଇଁ ଏହି ଖବର ପ୍ରଚାର କରାଯାଉଛି। ନା ଆମେ ପଛକୁ ହଟିବୁ ନା ଆନ୍ଦୋଳନ ପ୍ରତ୍ୟାହାର କରିବୁ। ମହିଳା ପହିଲମାନଙ୍କ ଏଫଆଇଆର ପ୍ରତ୍ୟାହାର ଖବର ମିଛ ଅଟେ। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ।