ନୂଆଦିଲ୍ଳୀ ୦୬।୦୮: ବିଶ୍ୱର ଦ୍ରୁତତମ ତାଳି ମାରୁଥିବା ବ୍ୟକ୍ତି ହେଉଛନ୍ତି ଏଲି ବିଶପ୍ । ଏହି ଆମେରିକୀୟ କମ୍ପୋଜର୍ ୧ ମିନିଟ୍ରେ ସର୍ବାଧିକ ସଂଖ୍ୟକ ତାଳି ମାରି ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି । ଆମେରିକାର ନାଶ୍ଭିଲ୍ଲେ ବାସିନ୍ଦା ଏଲି ୧ ମିନିଟ୍ରେ ୧,୧୦୩ ଥର ତାଳି ମାରି ବିଶ୍ୱ ରେକର୍ଡ ହାସଲ କରିଛନ୍ତି । ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଔପଚାରିକ ଇନ୍ଷ୍ଟା ଆକାଉଣ୍ଟରେ ତାଙ୍କ ତାଳି ମାରିବାର ଏକ ଭିଡିଓ ସେୟାର କରାଯାଇଛି । ଏଥିରେ ତାଙ୍କ ଦ୍ରୁତତମ ତାଳିର ଝଲକ୍ ରହିଛି ।
wp:html/wp:html
୨୦୧୪ ମସିହାରେ ଏଲି ୧ ମିନିଟ୍ରେ ୧,୦୨୦ ଥର ତାଳି ମାରି ବିଶ୍ୱ ରେକର୍ଡ କରିଥିଲେ । ୨୦୧୮ରେ ଫ୍ଲୋରିଡାର ସେଭେନ୍ ୱେଡ୍ ନାମକ ଜଣେ ୯ ବର୍ଷୀୟ ବାଳକ ଏଲିଙ୍କ ରେକର୍ଡ ଭଙ୍ଗିଇଥିଲେ । ଏଲିଙ୍କ ତାଳି ମାରିବାର କୌଶଳକୁ ଅଧ୍ୟୟନ କରି ସେଭେନ ୧ ମିନିଟ୍ରେ ୧,୦୮୦ ଥର ତାଳି ମାରିଥିଲେ । ଏହା ପରେ ଏଲି ୧ ମିନିଟ୍ରେ ୧,୧୦୩ ତାଳି ମାରି ପୁଣି ସେଭେନ୍ଙ୍କର ଓ ନିଜ ରେକର୍ଡ ଭାଙ୍ଗିଲେ । ଗିନିଜ୍ ଟିମ୍ ତାଙ୍କ ପ୍ରୟାସର ପୁନଃ ସମୀକ୍ଷା କରିବା ପରେ ଶେଷରେ ତାଙ୍କୁ ବିଶ୍ୱ ରେକର୍ଡରେ ସ୍ଥାନ ଦେଇଛି ।