ସୋଆ ଆଇଡିଏସ ପକ୍ଷରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ, ରୋଗୀଙ୍କୁ ଦିଆଗଲା ସନ୍ଦେଶ

Published By : Prameya-News7 Bureau | May 31, 2025 IST

thestatesman

ଭୁବନେଶ୍ଵର: ଆଜି ବିଶ୍ଵ ତମାଖୁ ବର୍ଜନ ଦିବସ। ସଚେତନତା ସହ ଏହାର ନିରାକରଣ ନେଇ ସୋଆ ଆଇଡିଏସ ପକ୍ଷରୁ ଆୟୋଜିତ ହୋଇଯାଇଛି ସ୍ବତନ୍ତ୍ର କର୍ମଶାଳା।  ଏଥିସହ ମନସ୍ତତ୍ତ୍ବଚିକିତ୍ସା ବିଭାଗ ଏବଂ ନିଶା ନିବାରଣ ବିଭାଗ ମଧ୍ୟ ଏଭଳି ଅଭ୍ୟାସଗତ ରୋଗୀକୁ କିଭଳି ବୁଝାଇବେ ସେ ନେଇ ନିଆରା ଭାବେ ଏହି ଦିବସଟିକୁ ପାଳନ କରିଛନ୍ତି । 

ତମାଖୁ ଜନିତ କ୍ୟାନସର ବା ମୁଖ ଗହ୍ବରରେ  ଭାରତ ଦ୍ୱିତୀୟ ସ୍ଥାନରେ । କିନ୍ତୁ ଚିନ୍ତାର କାରଣ ଏହି କ୍ୟାନ୍ସର ସଂଖ୍ୟାରେ ଓଡ଼ିଶା ପ୍ରଥମ । ପ୍ରତି ଶହେ ଜଣେରେ ୨୦-୩୦ ପ୍ରତିଶତ ତମାଖୁ ରୋଗୀ ଅଛନ୍ତି । ଯେଉଁ ତଥ୍ୟ ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୁଖ କ୍ୟାନ୍ସର ପରେ ଲଙ୍ଗସ  ବା ଖାଦ୍ୟନଳୀର କ୍ୟାନ୍ସର ବ୍ୟାପିବାରେ ଲାଗିଛି । ଦିନକୁ ଦିନ ପାନ, ବିଡି, ଗୁଟଖା, ସିଗାରେଟ, ବିଡିର ବ୍ୟବହାର ବଢ଼ି ଚାଲିଥିବା ବେଳେ ଏହାର ସେବନକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି।   

ଏନେଇ  ସୋଆର  ଇନଷ୍ଟିଚ୍ୟୁଟ ଅଫ୍ ଡେଣ୍ଟାଲ ସାଇନ୍ସର ଓରାଲ୍ ପଥୋଲୋଜି ଏବଂ ମାଇକ୍ରୋବାଇଓଲୋଜି ପକ୍ଷରୁ ଆୟୋଜିତ ହୋଇଛି ବିଶ୍ବ ତମାଖୁ ବର୍ଜନ ଦିବସ । ଚଳିତ ବର୍ଷ ବ୍ରାଇଟ୍ ପ୍ରଡକ୍ଟ ଡାର୍କ ଇଣ୍ଟେନସନ  (Bright products. Dark intentions) ଥିମରେ ଏହି ଦିବସକୁ ପାଳନ କରାଯାଉଛି।  ଆକର୍ଷିତ କଲାଭଳି ତମାଖୁ ପ୍ୟାକେଟ ବିକ୍ରି ହେଉଥିବା ବେଳେ ଯୁବ ପିଢ଼ି ବେଶୀ ଏଥିପ୍ରତି ଆକର୍ଷିତ ହେଉଥିବା   ଜଣାପଡିଛି । ଏନେଇ ସଚେତନ କରିଛି ବିଭାଗ । ଏହି ଅବସରରେ ପଦ୍ମଶ୍ରୀ ପ୍ରଫେସର ଡ.ଅଶୋକ ମହାପାତ୍ର ଯୋଗ ଦେଇ ତମାଖୁ ଜନିତ କ୍ୟାନ୍ସରର ଭୟାବହତା ଉପରେ ବାର୍ତ୍ତା ରଖିଥିଲେ।  ଯିଏ ଏହି କୁ ଅଭ୍ୟାସରେ ପଡ଼ିବ ସୁସ୍ଥ ଜୀବନ ବଞ୍ଚି ପାରିବ ନାହିଁ ବୋଲି କହିଛନ୍ତି । 

ସେ ଏହା ମଧ୍ୟ କହିଛନ୍ତି, ଯଦି ଆପଣ ମୁଖ କର୍କଟ ରୋଗରୁ ଭଲ ହୋଇ ବି ଯାଆନ୍ତି କିନ୍ତୁ ହାର୍ଟ ଅଟାକ୍ ଭଳି ରୋଗରୁ ଦୂରେଇ ପାରିବେ ନାହିଁ । ଭୁବନେଶ୍ବର ଆଇଡିଏସ ହସ୍ପିଟାଲ୍ ପରିସରରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ହସ୍ପିଟାଲକୁ ଆସୁଥିବା ଲୋକେ ମଧ୍ୟ ସଚେତନ ହେଉଥିଲେ । ଏହି ଅବସରରେ ଅସୋସିଏଟ ଡିନ ପ୍ରଫେସର ଡ. ଅଭିଜିତା ମହାପାତ୍ର,ମେଡିକାଲ ଛାତ୍ର ଛାତ୍ରୀ,  ବିଭାଗୀୟ ଡାକ୍ତର ପ୍ରଫେସର ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ   ମନସ୍ତତ୍ତ୍ବଚିକିତ୍ସା ବିଭାଗ ଏବଂ ନିଶା ନିବାରଣ ବିଭାଗ ପକ୍ଷରୁ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ସମ୍ ହସ୍ପିଟାଲ୍ ମନସ୍ତତ୍ତ୍ବଚିକିତ୍ସା ବିଭାଗ ସେମିନାର ହଲ ପରିସରରେ  "Unmasking the appeal"  ଥିମ୍ ରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସୁନ୍ଦର୍ ପ୍ୟାକେଟରେ ବିକ୍ରି ହେଉଥିବା ତମାଖୁ ଠାରୁ ଦୂରେଇ ରହିବା ପାଇଁ ଆହ୍ବାନ ଦିଆଯାଇଥିଲା । ଏହି ଅବସରରେ ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତସିଂହାର, ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡ. ଶୁଭେନ୍ଦୁ ନାରାୟଣ ମିଶ୍ର , ଆସୋସିଏଟ ପ୍ରଫେସର ଡ. ଅମୀୟ ସାହୁ, ଡ. ଜିତେନ୍ଦ୍ରିୟ ବିଶ୍ବାଳଙ୍କ ସମେତ ପିଜି ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଏହି ରୋଗରୁ ନିରାକରଣ ନେଇ ମତ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.