କେବେ ବି ବସା ବାନ୍ଧେନି ଏହି ବୁଢିଆଣୀ, କିନ୍ତୁ କାମୁଡିଲେ ମୃତ୍ୟୁ ସୁନିଶ୍ଚିତ

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ ୧୪।୧୧: ସାଧାରଣତଃ ଆମେ ଆମ ଆଖପାଖରେ ବୁଢିଆଣୀ ଗୁଡିକ ବସା କରୁଥିବା ଦେଖିବାକୁ ପାଇଥାଉ । ହେଲେ ଏମିତି ଏକ ବୁଢିଆଣି ଅଛି ଯିଏ କେବେବି ବସା ବାନ୍ଧେନି । ହେଲେ ଏହା ଥରେ ଯଦି ଆକ୍ରମଣ କରିଦିଏ ତେବେ ମଣିଷଙ୍କର ମୃତ୍ୟୁ ହେବା ସୁନିଶ୍ଚିତ । ଏହାର ନାଁ ହେଉଛି ବ୍ରାଜିଲିଆନ୍ ଓ୍ବାଣ୍ଡରିଙ୍ଗ ସ୍ପାଇଡର୍ ।ଏହା ବିଶ୍ବର ସବୁଠାରୁ ବିଷାକ୍ତ ବୁଢିଆଣୀ ମଧ୍ୟରେ ଅନ୍ୟତମ । ଏହି ସ୍ପାଇଡର୍ ଆର୍ମ୍ଫ ସ୍ପାଇଡର ଏବଂ ବାନାନା ସ୍ପାଇଡର୍ ନାଁରେ ମଧ୍ୟ ପରିଚିତ ।

{"id":869571,"sizeSlug":"full","linkDestination":"none"}

ମଣିଷଙ୍କୁ  ଏହା ଥରୁଟିଏ କାମୁଡିବା ମାତ୍ରକେ ଜୀବନ ଯିବାର ଅଧିକ ଆଶଙ୍କା ରହିଥାଏ । ଏହି ବୁଢିଆଣୀ କେବେ ବସା ବାନ୍ଧେନି । ହେଲେ ରାତିରେ ଜଙ୍ଗଲରେ ମାଟି ଉପରେ ବୁଲିଥାଏ  ଏବଂ ସିଧାସଳଖ ଆକ୍ରମଣ କରି ଶିକାରକୁ ମୃତ୍ୟୁମୁଖରେ ପହଞ୍ଚାଇଥାଏ । ଏହା ଅନ୍ୟ ବୁଢିଆଣୀଙ୍କୁ ଖାଇଥାଏ । ଏହାବ୍ୟତୀତ ପୋକ, ସରିସୃପ ଏବଂ ମୂଷା ଆଦିଙ୍କୁ ଖାଇଥାଏ । ଏମାନେ ଯଦି ମଣିଷଙ୍କୁ କାମୁଡେ ତେବେ କାମୁଡିବା ସ୍ଥାନରେ ଭୀଷଣ କଷ୍ଟ ହୋଇଥାଏ ।

{"id":869572,"sizeSlug":"large","linkDestination":"none"}

ଏମିତିକି ଯଦି ଏହାର ଚିକିତ୍ସାରେ ବିଳମ୍ବ କରାଯାଏ ତେବେ ମଣିଷ ମୃତ୍ୟୁ ମୁଖରେ ପଡିପାରେ ।ବିଶେଷ କରି ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ବିପଦଜ୍ଜନକ । ଯଦି ସଠିତ୍ ସମୟରେ ଏହାର ଚିକିତ୍ସା କରାଯାଏ, ତେବେ ମୃତ୍ୟୁକୁ ଏଡାଇ ଦିଆଯାଇପାରିବ । ଏହି ସ୍ପାଇଡର୍ କୁ ସବୁଠାରୁ ଅଧିକ ବିଷାକ୍ତ ତାଲିକାରେ ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲ ରେକର୍ଡରେ ସ୍ଥାନିତ କରାଯାଇଛି ।

You Can Read:

wp:embed {"url":"https://www.prameyanews7.com/tejpatta-controls-blood-sugar-level/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tejpatta-controls-blood-sugar-level/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.