ମହଙ୍ଗା ମାଡ଼କୁ ମାନ୍ଦାବସ୍ଥା; ୨୦୨୩ରେ ବୈଷୟିକ ସଂକଟ, WEF ରିପୋର୍ଟ ବଢ଼ାଇଲା ଚିନ୍ତା

Published By : Prameya-News7 Bureau | January 18, 2023 IST

ନୂଆଦିଲ୍ଲୀ: ମାଡ଼ି ଆସୁଛି ଘୋର ଆର୍ଥିକ ମାନ୍ଦାବସ୍ଥା । ୨୦୨୩ ବର୍ଷ ବିଶ୍ବ ପାଇଁ କଠିନ ସଂକଟ ଆଣିବ । ମହଙ୍ଗା ମାଡ଼ ସାଙ୍ଗକୁ ମାନ୍ଦାବସ୍ଥାରେ ଜୁଝି ହେବେ ବିଶ୍ବବାସୀ । ବିକାଶରେ ବ୍ରେକ୍ ଲାଗିବ, ବୈଷୟିକ ମାନ୍ଦା ସମସ୍ତଙ୍କୁ ପ୍ରଭାବିତ କରିବ। ସେହିପରି ବିକଶିତ ଦେଶ ତଥା ଆମେରିକା ଓ ୟୁରୋପରେ ବିକାଶ ସମ୍ଭାବନା କମ୍ ବୋଲି ଓ୍ବାର୍ଲ୍ଡ ଇକୋମିକ୍ ଫୋରମ୍ ନିଜ ରିପୋର୍ଟରେ ପ୍ରକାଶ କରିଛି।

ସୂଚନା ଅନୁଯାୟୀ, ଓ୍ବାର୍ଲ୍ଡ ଇକୋମିକ୍ ଫୋରମର ବୈଠକ ଜାରି ରହିଛି । ଏଥିରେ ଚଳିତ ବର୍ଷର ବିକାଶ ହାରକୁ ଆକଳନ କରାଯାଇଛି। ୨୦୨୩ରେ ଆର୍ଥନୈତିକ ଏବଂ ବୈଷୟିକ ମାନ୍ଦାବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଛି ଡବ୍ଲୁଇଏଫ ରିପୋର୍ଟ । ପୂରା ବିଶ୍ବ ସହିତ ଆମେରିକା ଓ ୟୁରୋପ ସ୍ଥିତି ଅଧିକ ଖରାପ ହେବ। ପ୍ରଭାବିତ ହେବେ ଆଧିକାଂଶ ଦେଶ । ଆର୍ଥନୈତିକ ମାନ୍ଦାବସ୍ଥା ସାଙ୍ଗକୁ ବିକଶିତ ରାଷ୍ଟ୍ର ଗୁଡ଼ିକର ବିକାଶରେ ବ୍ରେକ୍ ଲାଗିବ ବୋଲି ଆକଳନ କରିଛି ଡବ୍ଲୁଇଏଫ ।

ଡବ୍ଲୁଇଏଫ ମୁଖ୍ୟ ଆର୍ଥଶାସ୍ତ୍ରୀ ୨୦୨୩ରେ ମାନ୍ଦାବସ୍ଥା ନେଇ ଆଶଙ୍କା କରିଛନ୍ତି । ଚିଫ୍ ଇକୋମିଷ୍ଟ ଆଉଟଲୁଟ୍ ଜାନୁଆରୀ ମାସରେ ଏପରି ଖୁଲାସା କରିଛନ୍ତି । ପ୍ରାୟ ଦୁଇ ତୃତୀୟଅଂଶ ଅର୍ଥନୀତିଜ୍ଞଙ୍କ ମତ, ଚଳିତ ବର୍ଷ ଅର୍ଥିକ କାରବାରରେ ଶିଥିଲତା ଆସିବ ବୋଲି କହିଛନ୍ତି । ଏମାନଙ୍କ ମଧ୍ୟରୁ ୧୮ ପ୍ରତିଶତ ଭୟଙ୍କର ମନ୍ଦୀ ଆସିବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

ଫୋରମ୍ ମୁତାବକ, ୨୦୨୩ରେ ବିଶ୍ବରେ ବିକାଶ ସମ୍ଭାବନା ସବୁଠାରୁ କମ୍ ରହିବ । ଚୀନ୍ ମଧ୍ୟ ଏଥିରେ ପ୍ରଭାବିତ ହେବ । ଜିରୋ କୋଭିଡ୍ ପଲିସି କୋହଳ ହୋଇଥିଲେ ମଧ୍ୟ ମନ୍ଦୀ ଆଶଙ୍କା ରହିଛି । ସେହିପରି ଭାରତରେ ଛୋଟ ଓ ମଧ୍ୟମ ଉଦ୍ୟୋଗର କ୍ଷମତା ବିସ୍ତାର କରିବା ଲାଗି କିଛି ଚିହ୍ନଟ ଦେଶରେ ସାମିଲ ହୋଇଯାଇଛି । ଡବ୍ଲୁଇଏଫ  ଜାରି କରିଥିବା ଅଧ୍ଯୟନ ରିପୋର୍ଟରେ ଏଭଳି ଆକଳନ କରାଯାଇଛି । ସେହିପରି ଆର୍ଥିକ ସଂକଟରୁ ବାହାରିବାକୁ ସକ୍ଷମ ଥିବା ଦେଶମାନଙ୍କର ରୋଜଗାର, ସ୍ବାସ୍ଥ୍ଯ କ୍ଷେତ୍ରରେ ବୃଦ୍ଧି ଘଟିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.