ବିଶ୍ବକପ୍ କ୍ରିକେଟ୍ : ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଲଢେଇ

Published By : Prameya-News7 Bureau | June 22, 2019 IST

ସାଉଥହମ୍ପଟନ୍‌ ୨୨|୬: ବିଶ୍ବକପ୍‌ରେ ଆଜି ଭାରତ ଆଫଗାନିସ୍ତାନ ମୁକାବିଲା । ଭାରତ ବିଶ୍ବକପ୍‌ରେ ତାର ୪ଟି ମ୍ୟାଚ୍‌ରୁ ୩ଟି ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ବାତିଲ ହୋଇଛି । ଦିନିକିଆ କ୍ରିକେଟ୍‌ରେ ଦୁଇ ଦଳ ପରସ୍ପରକୁ ତୃତୀୟ ଥର ପାଇଁ ଭେଟିବାକୁ ଯାଉଛନ୍ତି । ଗତ ଦୁଇଟି ମ୍ୟାଚରୁ ଗୋଟିଏରେ ଭାରତ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌କୁ ଟାଏ କରିବାରେ ସଫଳ ହୋଇଛି ଆଫଗାନିସ୍ତାନ ଟିମ୍‌ । ଚଳିତ ବିଶ୍ବକପ୍‌ରେ ଆଫଗାନିସ୍ତାନ କୌଣସି ମ୍ୟାଚ ଜିତିନଥିଲେ ବି ଆଖିଦୃଶିଆ ପ୍ରଦର୍ଶନ କରିଛି ।

{"id":125614}

ଭାରତ ଆଫଗାନିସ୍ତାନ ଟକ୍କର । ସାଉଥହମ୍ପଟନ୍‌ରେ ଦୁଇ ଦଳ ହେବେ ମୁହାଁ ମୁହିଁ । ଭାରତ ବିଶ୍ବ କ୍ରିକେଟ୍‌ର ବାଦଶାହା ତଥା ୨ ଥରର ଚାମ୍ପିଅନ୍‌ । ଆଉ ଆଫଗାନିସ୍ତାନ ବିଶ୍ବ କ୍ରିକେଟ୍‌ରେ ନୂଆ ଏବଂ ଅନଭିଜ୍ଞ । ଏଥର ବିଶ୍ବକପ୍‌ରେ ଆଫଗାନିସ୍ତାନ ଖେଳିଥିବା ୫ଟି ଯାକ ମ୍ୟାଚ୍‌ରେ ହାରିଛି । ଆଉ ଭାରତ ୪ଟି ଯାକ ମ୍ୟାଚ୍‌ରୁ ୩ ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ ବିପକ୍ଷ ମ୍ୟାଚ୍ ବାତିଲ ହୋଇଛି । ଭାରତୀୟ ଦଳରେ ଆହତ ସମସ୍ୟା ଲାଗି ରହିବା ସତ୍ବେ ଭାରତକୁ ଆଜିର ମ୍ୟାଚ୍‌ରେ ଫେବରାଇଟ୍ ବୋଲି ବିବେଚନା କରାଯାଉଛି । ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛି।

{"id":125615}

ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଟିମ୍ ଶୃଙ୍ଖଳିତ ପ୍ରଦର୍ଶନ କରିଆସୁଛି। ରୋହିତ୍‌, କୋହଲି, ପୂରା ଫର୍ମରେ ଥିବା ବେଳେ କେ.ଏଲ୍‌ ରାହୁଲ, ପଣ୍ଡ୍ୟା, ଧୋନି ଭଲ ପ୍ରଦର୍ଶନ କରିଆସୁଛନ୍ତି । ସେହିଭଳି ବୁମରା, ଚହଲ, କୂଲଦୀପ , ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଲି ବୋଲର ଆଫଗାନ ବ୍ୟାଟସମ୍ୟାନଙ୍କୁ ଘାଇଲା କରିବା ନିଶ୍ଚିତ। ପାକିସ୍ତାନ ବିପକ୍ଷରେ ବିଜୟ ଶଙ୍କର ଅଲରାଉଣ୍ଡ ପ୍ରଦର୍ଶନ କରିଛନ୍ତି । ଟିମ୍‌ରେ ଶିଖର ଧୱନ୍ ଆହତ ହୋଇ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସାମିଲ କରାଯାଇଛି । ତେବେ ଭୁବନେଶ୍ବର କୁମାର ଆହତ କାରଣରୁ ପରବର୍ତ୍ତୀ ଦୁଇ-ତିନୋଟି ମ୍ୟାଚ୍ ଖେଳିପାରିବେ ନାହିଁ। ଅଲରାଉଣ୍ଡର ବିଜୟ ଶଙ୍କର ଅଭ୍ୟାସ ସେସନରେ ଯଶପ୍ରୀତ ବୁମରାଙ୍କ ୟର୍କରରେ ଆହତ ହୋଇଥିଲେ ହେଁ ସେ ଫିଟ୍‌ ହେବା ଭାରତ ପାଇଁ ଭଲ ଖବର । ତେଣୁ ପନ୍ତଙ୍କ ଖେଳିବା ସମ୍ଭାବନା କମ୍ । ଭୁବନେଶ୍ବର କୁମାରଙ୍କ ସ୍ଥାନରେ ସାମିଙ୍କୁ ସୁଯୋଗ ମିଳିବା ନିଶ୍ଚିତ ।

{"id":125617,"width":581,"height":438}

ସେପଟେ ଆଫଗାନିସ୍ତାନ ପାଇଁ ବିବାଦ ଓ ପରାଜୟ ପିଛା ଛାଡୁନି । ଦଳ ବ୍ୟାଟିଂ, ବୋଲିଁ ଫିଲଡିଂରେ ଆକିଦୃଶିଆ ପ୍ରଦର୍ଶନ କରିପାରିନାହିଁ । ରଶିଦ୍ ଖାନ୍ ଏପର୍ଯ୍ୟନ୍ତ ଲୟ ହାସଲ କରିପାରି ନାହାନ୍ତି । ଏଭଳି ସ୍ଥିତିରେ ଭାରତର ଶକ୍ତିଶାଳୀ ବ୍ୟାଟିଂଲାଇନକୁ ରୋକିବା ଆଫଗାନିସ୍ତାନ ବୋଲରଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ୍ ହେବ। ବିଶେଷକରି ରଶିଦ୍ ଓ ମହମ୍ମଦ ନବିଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରିବ। ଟିମର ବ୍ୟାଟିଂ ମଧ୍ୟ ସେତେଟା ଭଲ ରହିନାହିଁ। ତେଣୁ ମୋଟାମୋଟି ଭାବେ ଭାରତକୁ ଟକ୍କର ଦେବାକୁ ହେଲେ, ଆଫଗାନିସ୍ତାନକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ। ତଥାପି ଆଫଗାନ ଟିମ୍‌ରେ ହଜାରତୁଲ୍ଲା ଯଯାଇ, ଇକରାମ୍‌ ଅଲିଖ୍‌, ନୁର ଅଲ୍ଲି ଜର୍ଡାନ୍‌, ହାସମତୁଲ୍ଲା ସାହିଦି ଭଳି ବ୍ୟାଟସମ୍ୟାନ୍ ଅଛନ୍ତି ।

{"id":125618}

ସେହିଭଳି ଦଳରେ କ୍ୟାପଟେନ୍ ଗୁଲାବଦିନ୍ ନଇବ୍‌, ହମିଦ୍ ହାସନ୍‌, ଅଫତାବ୍‌ ଆଲମ୍‌ , ରସିଦ୍‌ ଖାନ୍‌ଙ୍କ ଭଳି ବୋଲର ଭାରତୀୟ ବ୍ୟାଟସ୍‌ ମ୍ୟାନଙ୍କୁ ଆଟାକ୍‌ କରିବେ । ମହମ୍ମଦ ନବି , ରହମତ୍ ଶାହାଙ୍କ ଭଳି ଅଲରାଉଣ୍ଡର ଆଫଗାନ ଦଳର ଷ୍ଟ୍ରେନ୍ଥ । ତେଣୁ ଭାରତ ବିପକ୍ଷରେ ଦଳ ଭଲ ଫାଇଟ୍ ଦେବ ବୋଲି ଆଶା । ଏସିଆ କପ୍‌ରେ ଉଭୟ ଦଳ କେବଳ ଦୁଇଥର ମୁହାଁ ମୁହିଁ ହୋଇଛନ୍ତି ।  ଗୋଟିଏ ଥର ଭାରତ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ ଆଫଗାନିସ୍ତାନ ଟାଏ କରିବାକୁ ସକ୍ଷମ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.