ବିଶ୍ବକପ୍ କ୍ରିକେଟ୍ : ଘରୋଇ ଇଂଲଣ୍ଡ ଦଳକୁ ମାତ୍ ଦେଲା ଶ୍ରୀଲଙ୍କା

Published By : Prameya-News7 Bureau | June 22, 2019 IST

ଲଣ୍ଡନ ୨୨|୬: ବିଶ୍ବକପ୍ ରେ  ମୁକାବିଲାରେ ଘରୋଇ ଇଂଲଣ୍ଡକୁ ମାତ୍ ଦେଲା ଶ୍ରୀଲଙ୍କା । ଇଂଲଣ୍ଡକୁ ୨୦ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଟସ୍ ଜତି ବ୍ୟାଟିଂ କରିଥିବା ଶ୍ରୀଲଙ୍କା , ଇଂଲଣ୍ଡ ଆଗରେ ୨୩୩ ରନର୍ ଟାର୍ଗେଟ୍ ରଖିଥିଲା । ତେବେ ଇଂଲଣ୍ଡ ୪୭ ଓଭରରେ ସମସ୍ତ ୱିକେଟ୍  ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ରୁଟ୍ ସର୍ବାଧିକ ୫୭, ଷ୍ଟୋକସ୍  ଅପରାଜିତ ୮୨, ମୋରଗାନ୍ ୨୧ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ୪ଟି ଓ ଧନଞ୍ଜୟ ଡି ସିଲଭା ୩ଟି ୱିକେଟ୍  ନେଇଥିବା ବେଳେ ଉଡାନ୍ ୨ଟି ୱିକେଟ୍  ନେଇଥିଲେ । ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ୪୯, କୁସଲ ମେଣ୍ଡିସ୍ ୪୬, ଆଞ୍ଜିଲୋ ମାଥ୍ୟୁସ୍  ୮୫  ଓ ଧନଞ୍ଜୟ ଡି ସିଲଭା ୨୯ ରନ୍ କରିଥିଲେ ।  ଇଂଲଣ୍ଡ ପକ୍ଷରୁ ଆର୍ଚର ଓ ଉଡ୍  ୩ ଟି ଲେଖାଏଁ ୱିକେଟ୍  ନେଇଥିଲେ । ଏହି ବିଜୟ ସହ ଶ୍ରୀଲଙ୍କା ୬ଟି ମ୍ୟାଚରୁ ୬ ପଏଣ୍ଟ ସହ ଟେବୁଲର ପଞ୍ଚମ ସ୍ଥାନକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.