ସମ୍‌ ହସପିଟାଲ୍‌ରେ ବିଶ୍ୱ ରକ୍ତ କର୍କଟ ଦିବସ; ସମ୍ ଦେଇଛି ସାହାସ, ବଞ୍ଚିବାର ନୂଆ ରାହା: ପୀଡ଼ିତ

Published By : Prameya-News7 Bureau | May 27, 2023 IST

ଭୁବନେଶ୍ୱର ୨୭/୦୫: ଶନିବାର ସମ୍ ହସ୍ପିଟାଲରେ ବିଶ୍ୱ ରକ୍ତ କର୍କଟ ଦିବସ ପାଳିତ ହୋଇଛି। ‘’କ୍ଲୋଜ ଦ କେୟାର ଗ୍ୟାପ’’ ଥିମରେ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରେ ସମ୍ ହସ୍ପିଟାଲରେ ଚିକିତ୍ସିତ ବ୍ଲଡ କ୍ୟାନ୍ସର ରୋଗୀମାନେ ଏକାଠି ହୋଇଥିଲେ। ସେମାନେ ନିଜ ସଂଘର୍ଷର କାହାଣୀ ବଖାଣିବା ସହ ସମ୍ ହସ୍ପିଟାଲର ଉତ୍ତମ ସେବା ପାଇଁ ଧନ୍ୟବାଦ ମଧ୍ୟ ଦେଇଥିଲେ। ହେମାଟୋ ଅଙ୍କଲୋଜି ଏବଂବୋନ୍ ମ୍ୟାରୋ ଟ୍ରାନ୍ସପାଲେଣ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସମ୍‌ ହସପିଟାଲ୍‌ର କାର୍ଡିଓଲୋଜି ସାଇନ୍ସ ଡିପାର୍ଟମେଣ୍ଟ କନଫରେନ୍ସ ହଲ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

wp:embed {"url":"https://youtu.be/hZVOHlQwuug","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/hZVOHlQwuug
/wp:embed

ପ୍ରତିବର୍ଷ ଭାରତରେ ୧ ଲକ୍ଷ ଲୋକଙ୍କ କ୍ଷେତ୍ରରେ ବ୍ଲଡ କ୍ୟାନ୍ସର ରୋଗୀ  ଚିହ୍ନଟ ହେଉଥିବା ବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଧ୍ୟ ଜୀବନ ପ୍ରତି ଆଶା ହରାଉଛନ୍ତି ଅନେକ ରୋଗୀ। ତେବେ ୨୦୧୮ରୁ ସମ୍ ହସ୍ପିଟାଲରେ ବୋନ୍ ମ୍ୟାରୋ ଟ୍ରାନ୍ସପାଲେଣ୍ଟର ସୁବିଧା ଉପଲବ୍ଧ ଥିବା ବେଳେ ହାଇ ଟେକ୍ନୋଲୋଜି ସହ ଚିକିତ୍ସା ଯୋଗାଇ ଦିଆଯାଉଛି। ଖାସ୍ ଏଥିପାଇଁ ବିଦେଶ ନୁହେଁ ବରଂ ଓଡିଶାରେ ଥାଇ ଚିକିତ୍ସିତ ହୋଇପାରୁଛନ୍ତି ବ୍ଲଡ କ୍ୟାନ୍ସର ପିଡୀତ ରୋଗୀ। ଗତ ଫେବୃୟାରୀରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ ଚିକିତ୍ସା ସଫଳ ହୋଇଥିବା ବେଳେ ଏବେ ସୁଦ୍ଧା ୪୮ଟି ବୋନ୍ ମ୍ୟାରୋ ଟ୍ରାନ୍ସପାଲେଣ୍ଟ କରିଛି ସମ୍ ହସ୍ପିଟାଲ। ଯାହାକି ରୋଗୀଙ୍କ ପାଇଁ ଏକ ଭରଷା ସୃଷ୍ଟି କରିଛି।

{"id":793373,"sizeSlug":"full","linkDestination":"none"}

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍ସ ନୂଆଦିଲ୍ଲୀର ହେମାଟୋପାଥୋଲୋଜି ବିଭାଗର ପୂର୍ବତନ ପ୍ରଫେସର ହରପ୍ରସାଦ ପତି ଯୋଗ ଦେଇଥିଲେ। ସେ ଏହି ଅବସରରେ ରକ୍ତ କର୍କଟ ରୋଗର ଚିକିତ୍ସା ଓ ସୁସ୍ଥତା ନେଇ ଆଲୋଚନା କରିଥିଲେ। ଏହାସହ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ହେମାଟୋଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ, ପ୍ରିନ୍ସପାଲ ଆଡଭାଇଜର ହେଲ୍ଥ ସାଇନ୍ସେସ ପ୍ରଫେସର ଅଶୋକ ମହାପାତ୍ର, ମେଡିକାଲ ସୁପରିଟେଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତ ସିଂହାର ପ୍ରମୁଖ ଉପସ୍ଥିତ ଥିଲେ। ବିଏସକେୱାଇ କାର୍ଡ ମାଧ୍ୟମରେ ମାଗଣାରେ ଚିକିତ୍ସା ସମ୍ଭବ ହେଉଥିବା ବେଳେ ଲକ୍ଷଣ ଦେଖାଯିବା ମାତ୍ରେ ଚିକିତ୍ସା ଆରମ୍ଭ କରିବା ଉଚିତ୍ ବୋଲି ଚିକିତ୍ସକ ମାନେ ଆହ୍ୱାନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.