scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜନଶୁଣାଣି ଶିବିରିରେ ଦୁଃଖ ବଖାଣିଲେ ମହିଳା, ଯଥାଶୀଘ୍ର ଦାବି ପୂରଣ ନିର୍ଦ୍ଦେଶ ଦେଲେ ଉପ-ଜିଲ୍ଲାପାଳ

29/08/2023 at 6:14 PM

ମହାକାଳପଡା ୨୯/୦୮: କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ମହାକାଳପଡା ବ୍ଲକରେ ଆଯୋଜନ ହୋଇଥିଲା ଶିବର । ଏହି ଶିବିରରେ ଚାଲିଥିଲା ଜନ ଶୁଣାଣି । ଏଥିରେ ଉପ- ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପକଳ୍ପ ନିର୍ଦ୍ଦେଶକ, ଏସ୍‌ପି, ସ୍ଥାନୀୟ ବିଡିଓ, ତହସିଲଦାର ଉପସ୍ଥିତ ଥିଲେ । ତେବେ ଏହି ଜନଶୁଣାଣି ବେଳେ ନଜର ଆସିଥିଲା ଅଭାବନାୟ ଦୃଶ୍ୟ ।

ମିଟିଂ ବେଳେ ହଠାତ୍ ଉଭା ହୋଇଥିଲା ଜଣେ ମହିଳା । ଖାଲି ଆସିନଥିଲେ ତ ବଖାଣିଥିଲେ ନିଜର ଦୁଃଖ । ଆଉ ଏହି ଦୁଃଖ ବଖାଣିବା ଷ୍ଟାଇଲ୍ ବି ଥିଲା ଟିକିଏ ନିଆରା । ମହିଳା ଜଣଙ୍କ ହେଉଛନ୍ତି ମହାକାଳପଡା ବ୍ଲକର ପେଟଛେଲା ପଂଚାୟତର ଜଙ୍ଗଲଘେରି ଗ୍ରାମର । ମହିଳା ଜଣଙ୍କ ହେଉଛନ୍ତି ଦୁଖି ଭୋକ୍ତା । ମହିଳା ଜଣଙ୍କ କହିଥିଲେ ଏ ବାବୁ ଆମ ଗାଁ କୁ କେବେ ରାସ୍ତା ଦେବୁ ।

ଆମେ ରାସ୍ତାରେ ଯିବା ଆସିବା କରି ପାରୁନି । ରୋଗୀ ଆଣିବାକୁ ଗାଁକୁ ଆମ୍ବୁଲାନ୍ସ ଟିଏ ଯାଇ ପାରୁନି । ଆଜି ରାସ୍ତା ନଦେଲେ ମୁଁ ଯିବିନି । ତାଙ୍କର ନିଜ ଭାଷାରେ ଅଭିଯୋଗ ପ୍ରସଙ୍ଗ ସମସ୍ତଙ୍କ ହୃଦୟ ଜିଣିଥିଲା । ଆଉ ମହିଳାଙ୍କ ଅଭିଯୋଗ ଶୁଣିବା ପରେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ସହକାରି ଯନ୍ତ୍ରୀଙ୍କୁ । କହିଥିଲେ ଗାଁ ରାସ୍ତା ନିର୍ମ।ଣ ପାଇଁ ବ୍ୟବସ୍ଥା କର ।

   Related Posts