ରାଜ୍ୟରୁ ଖୋଜାଯିବ ମହିଳା କ୍ରିକେଟର୍‌, ଚୟନ କମିଟି ଗଠନ କଲା ଓସିଏ

Published By : Prameya-News7 Bureau | July 18, 2022 IST

କଟକ, ୧୮/୦୭: ରାଜ୍ୟରେ ପ୍ରତିଭାଵାନ ମହିଳା କ୍ରିକେଟର ଖୋଜିଵା ପାଇଁ ମହିଳା ଚୟନ କମିଟି ଗଠନ କରିଛି ଓସିଏ । ଓସିଏ କ୍ରିକେଟ ଉପଦେଷ୍ଟା କମିଟିର ବୈଠକ ପରେ ଆସନ୍ତା ୨୦୨୨-୨୩ ବର୍ଷ ପାଇଁ ଏହି ଚୟନ କମିଟି ଗଠନ କରାଯାଇଛି। ଚୟନ କମିଟିରେ ଗୀତା ସାମନ୍ତରାୟଙ୍କୁ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଥିଵା ବେଳେସସ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ସୁଧାଂଶୁବାଳା ସାହୁ ଓ ଗଙ୍ଗୋତ୍ରୀ ବେହେରାଙ୍କୁ ଚୟନ କମିଟିର ସଦସ୍ୟ ଭାବରେ ନିଯୁକ୍ତି ଦେଇଛି ଓସିଏ।

ସେହିପରି ମହିଳା ଟିମର ମୁଖ୍ୟ କୋଚ୍ ଭାଵେ ପୂର୍ଣ୍ଣେନ୍ଦୁ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ଣ୍ଣେନ୍ଦୁ ଜେନା ପୂର୍ବରୁ ମଣିପୁର, ନାଗଲାଣ୍ଡ କ୍ରିକେଟ ସଂଘ ସହ କାର୍ଯ୍ୟ କରିଛନ୍ତି । ସେହିପରି ଜାତୀୟ କ୍ରିକେଟ ଏକାଡେମୀ, ଜୋନାଲ କ୍ରିକେଟ ଏକାଡେମୀରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.