ଜାଗା ମିଳିବା ପରେ ଏମିତି ଖୁସି ହୋଇଗଲେ ବିସ୍ଥାପିତ, DM ଟିନା ଡାବିଙ୍କୁ ଦେଲେ ଆଶୀର୍ବାଦ, କହିଲେ ଏମିତି କିଛି...

Published By : Prameya-News7 Bureau | May 25, 2023 IST

ଜୈସଲମେର ୨୫/୦୫: କିଛି ଦିନ ତଳେ ଜୈସଲେମରର DM(IAS ଟିନା ଡାବି) ସୋସିଆଲ ମିଡିଆରେ ଟ୍ରୋଲ ହେଉଥିଲେ । ଲୋକେ ତାଙ୍କୁ ଖୁବ ବିରୋଦ କରୁଥିବା ନଜର ଆସିଥିଲା । ଟିନା ଡାବି ତାଙ୍କର ଗୋଟିଏ ନିର୍ଦ୍ଦେଶନାମା ପାଇଁ ବେଶ୍ ଚର୍ଚ୍ଚିତ ଥିଲେ । ଦିନଥିଲା ଯେଉଁ ଲୋକମାନେ ଟିନାଙ୍କ ଆଦେଶର ଭଡକୁଥିଲେ ଏବେ ସେହି ଲୋକେ ଟିନାଙ୍କୁ ଦେଇଛନ୍ତି ଆଶିର୍ବାଦ ।

ପାକ୍ ବିସ୍ଥାପିତ ହିନ୍ଦୁମାନଙ୍କ ପ୍ରତି ଟିନା ଡାବିଙ୍କ ଆଦେଶ ପରେ ୪୦ ଏକର ଜାଗା ଚିହ୍ନଟ ହୋଇଛି । ଏହି ଜମିରେ ପୂଜନ ପରେ ସେହି ସ୍ଥାନକୁ ସମତଳ କରାଯାଇଛି । ଏହି ଜାଗା ଉପରେ ଏବେ ପାଖାପାଖି ୨୫୦ ପାକ୍ ବିସ୍ଥାପିତ ହିନ୍ଦୁ ପରିବାର ତାଙ୍କର ଘର କରିବେ । ଖୁବଶୀଘ୍ର ବିଜୁଳି-ପାଣି ବ୍ୟବସ୍ଥା କରାଯିବ ।

wp:gallery {"linkTo":"none"} /wp:gallery

ସୂଚନାଥାଉକି, ଜୈସଲମେରର ମୂଳସାଗରରେ ପାକିସ୍ତାନ ବିସ୍ଥାପିତ ହିନ୍ଦୁଙ୍କ ପାଇଁ ଜମି ମିଳିବା ଐତିହାସିକ ଦିନ ସଂଗେ ସମାନ । ଯାହା ଅନୁମାନ କରାଯାଉଛି ଦେଶର ଏହା ପ୍ରଥମ ଘଟଣା । ଯେଉଁଠି ପାକିସ୍ତାନରୁ ଆସିଥିବା ହିନ୍ଦୁ ବିସ୍ଥାପିତ, ଯେଉଁମାନଙ୍କୁ ଏ ଯାଏଁ ଭାରତରେ ନାଗରିକତା ମିଳିନି । ସେମାନଙ୍କ ଥଇଥାନ ନିମନ୍ତେ ଜୈସଲମେର ଜିଲ୍ଲା ପ୍ରଶାସନ ଆଗକୁ ଆସି ଜମି ଦେଇଛି ।

ପୂ୍ର୍ବରୁ ଜୈସଲମେର କଲେକ୍ଟର IAS ଟିନା ଡାବିଙ୍କ ଆଦେଶ ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନେଇ ଜୋରଦାର ବିରୋଧ କରାଯାଉଥିଲା । ସେଇଠି ବିସ୍ଥାପିତ ହିନ୍ଦୁ ପରିବାର ଟିନା ଡାବିଙ୍କ ନିକଟରେ ଆସି ଆଉଥରେ ଗୁହାରୀ କରିଥିଲେ । ଏମିତିକି ରହିବାକୁ ଜାଗା ମାଗିଥିଲେ । ଟିନା ଡାବି ସେମାନଙ୍କ ଦାବି କୁ ଶୁଣିଥିଲେ । ନ୍ୟାୟ ଦେବେ ବୋଲି କହିଥିଲେ ।

wp:gallery {"linkTo":"none"} /wp:gallery

ଟିନାଙ୍କ ଆଦେଶ ପରେ ହିନ୍ଦୁ ବିସ୍ଥାପିତଙ୍କ ରହିବା ଏବଂ ଖାଇବା ପିଇବା ବ୍ୟବସ୍ଥା କରିଥିଲେ । ସ୍ଥାୟୀ ବ୍ୟବସ୍ଥା କରି ସେଠାରେ ଆଶ୍ରୟ ଦେଇଥିଲେ । ହିନ୍ଦୁ ବିସ୍ଥାପିତଙ୍କ ପାଇଁ ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସୋମବାର ଜିଲ୍ଲା ମୁଖ୍ୟାଳୟ ଠାରୁ ୫ କିଲୋମିଟର ଦୂର ମୂଳସାଗାର ନିକଟରେ ୪୦ ଏକର ଜମିକୁ ବିସ୍ଥାପିତ ହିନ୍ଦୁଙ୍କ ବସବାସ ନିମନ୍ତେ ସ୍ଥାନ ଚିହ୍ନଟ କରାଯାଇଛି । ପରେ ଏହାକୁ ସମାନ କରାଯାଇ ପୂଜା କରାଯାଇଛି ।

ସେପଟେ ଏହାକୁ ଜାଣିବା ପରେ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଲୋକେ ଏତେ ଖୁସିହୋଇଯାଇଛନ୍ତି ଯେ, ଟିନାଙ୍କ ପୁତ୍ରବତୀ ହେବାକୁ ଦେଇଛନ୍ତି ଆଶିର୍ବାଦ । ତେବେ ଟିନା ବି ଲୋକଙ୍କ ଆଶ୍ରିବାଦ ପାଇଁ ଖୁସି ହୋଇଥିଲେ । କହିଥିଲେ ଯେ ପୁଅ-ଝିଅ ମଧ୍ୟରେ ମୁଁ କିଛି ଭେଦଭାବ ରଖେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.