ଚଣ୍ଡିଗଡ଼ ଭିିଡିଓ ଲିକ୍ ମାମଲାରେ ନୂଆ ଖୁଲାସା: ଭିଡିଓ ରେକର୍ଡିଂ କରୁଥିବା ଅଭିଯୁକ୍ତ ଛାତ୍ରୀଙ୍କ ସହ ଥିଲା ଗିରଫ ଯବାନଙ୍କ ପ୍ରେମ ସମ୍ପର୍କ

Published By : Prameya-News7 Bureau | September 26, 2022 IST

ଚଣ୍ଡିଗଡ଼: ଚଣ୍ଡିଗଡ଼ ୟୁନିଭର୍ସିଟି ଏମଏମ୍‌ଏସ୍ କେଳେଙ୍କାରୀ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଗିରଫ ହୋଇଥିବା ସେନା ଯବାନଙ୍କର ଆଉ ଏକ ଲିଙ୍କ ସାମ୍ନାକୁ ଆସିଛି। ମାମଲାରେ ଧରାପଡ଼ିଥିବା ଅଭିଯୁକ୍ତ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିବା ପୁଲିସ ଜାଣିବାକୁ ପାଇଛି।

ଉକ୍ତ ମହିଳା ହଷ୍ଟେଲ୍‌ରେ ଅନ୍ୟ ଛାତ୍ରୀମାନଙ୍କର ଗାଧଉଥିବା ବେଳେ ଭିଡିଓ ରେକର୍ଡ କରୁଥିଲେ। ଓ ଏହା ଶେୟାର କରାଯାଉଥିଲା। ପଚରାଉଚରା ବେଳେ ପୁଲିସ ସାମ୍ନାରେ ଲଭ୍ ଆଫେୟାର କଥା ସ୍ୱୀକାର କରିଛି ସଂଜୀବ।

ଅଭିଯୁକ୍ତ ଯବାନ ସଂଜୀବ ସିଂହ ସୋସିଆଲ୍ ମିଡିଆରେ ଅଭିଯୁକ୍ତ ମହିଳାଙ୍କୁ ଭେଟିଥିଲେ। ଏହାପରେ ସୋସିଆଲ୍ ମିଡିଆରେ ନମ୍ବର ଦିଆନିଆ ହୋଇଥିଲା। ତେବେ ମହିଳା ଜଣଙ୍କ ସଂଜୀବଙ୍କୁ ଭିଡିଓ ଶେୟାର କରୁଥିଲେ କି ନାହିଁ ସେ ନେଇ ସ୍ପଷ୍ଟ ହୋଇ ନାହିଁ। ତେବେ ପୁଲିସ ସଂଜୀବର ମୋବାଇଲ୍ ନେଇ ଖୋଳତାଡ଼ କରୁଛି।

କେମିତି ଧରାପଡ଼ିଥିଲା ସଂଜୀବ ?

ହଷ୍ଟେଲ୍‌ରେ ଛାତ୍ରୀମାନଙ୍କର ଭିଡିଓ ରେକର୍ଡ କରୁଥିବା ଅଭିଯୁକ୍ତ ଏମ୍‌ବିଏ ଛାତ୍ରୀଙ୍କୁ ପଚରାଉଚରା କରିଥିଲେ ହଷ୍ଟେଲ୍ କର୍ତ୍ତୃପକ୍ଷ। ଅଭିଯୁକ୍ତ ଛାତ୍ରୀ ବାରମ୍ବାର କାହା ସହ ଚାଟ୍ କରୁଥିବା ଜଣାପଡ଼ିଥିଲା। ଖୋଳତାଡ଼ କରିବା ପରେ ସେ ଚାଟ୍ କରୁଥିବା ବ୍ୟକ୍ତି ଜଣଙ୍କ ସଂଜୀବ କୁମାର ବୋଲି ଜଣାପଡ଼ିଥିଲା। ସଂଜୀବ ତାଙ୍କୁ ଭିଡିଓ ଓ ଫଟୋ ମାଗୁଥିଲେ। ଅଭିଯୁକ୍ତ ଛାତ୍ରୀଙ୍କୁ ଫଟୋ ଓ ଭିଡିଓ ଦେବାକୁ ବାଧ୍ୟ କରାଯାଉଥିଲା।

ଏପରି କରି ସେ ଲଜ୍ଜିତ ହେଉଥିବା ମଧ୍ୟ  ସଂଜୀବକୁ ମେସେଜ୍ କରି କହିଥିଲେ ଉକ୍ତ ଛାତ୍ରୀ। ସଂଜୀବଙ୍କ ନମ୍ବର ସେଭ୍ କରିବା ପାଇଁ ଅଭିଯୁକ୍ତ ଛାତ୍ରୀ ଡିପି(ଡିସ୍‌ପ୍ଲେ ପିକ୍‌ଚର)ରେ ରଙ୍କଜ ବର୍ମାଙ୍କ ଫଟୋ ସେଭ୍ କରିଥିଲା।

ଏପଟେ ରଙ୍କଜ ବର୍ମା କିନ୍ତୁ ନିଜକୁ ନିର୍ଦ୍ଦୋଷ ବୋଲୁ କହୁଛନ୍ତି। ଘଟଣା ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଅଭିଯୁକ୍ତ ଛାତ୍ରୀ ତାଙ୍କ ଫଟୋକୁ ଡିପି ରଖିଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିବା ସେ କହିଛନ୍ତି। ଅଭିଯୁକ୍ତ ଛାତ୍ରୀ ଓ ତାଙ୍କ ବୟଫ୍ରେଣ୍ଡକୁ ସେ ଜାଣି ନଥିବା ଦାବି କରି ବର୍ତ୍ତମାନ କୋର୍ଟରେ ବେଲ୍ ପାଇଁ ଆବେଦନ କରିଛନ୍ତି।

କ'ଣ ଥିଲା ମାମଲା ?

ସୂଚନା ଥାଉକି, ଚଣ୍ଡିଗଡ଼ ୟୁନିଭର୍ସିଟିର ଅନେକ ଛାତ୍ରୀଙ୍କର ଆପତ୍ତିଜନକ ଭିଡିଓ ଇଣ୍ଟରନେଟ୍‌ରେ ଲିକ୍ ହୋଇଯାଇଥିଲା। ଏହାକୁ ବିରୋଧ କି ସେପ୍ଟେମ୍ବର ୧୮ ତାରିଖରେ ଛାତ୍ରଛାତ୍ରୀ  ୟୁନିଭର୍ସିଟି ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ବର୍ତ୍ତମାନ ସୁଧା ଏହି ଘଟଣାରେ ୪ ଜଣଙ୍କ ଗିରଫ କରାଯାଇଛି। ମାମାଲାରେ ସନ୍ନି ମେହେଟା ଓ ରଙ୍କଜ ବର୍ମା ମଧ୍ୟ ଭିଡିଓ ରେକର୍ଡିଂ କରିବାକୁ ବାଧ୍ୟ କରୁଥିଲେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.