AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ମହିଳା ଶିକ୍ଷୟିତ୍ରୀଙ୍କୁ ଜୀବନ୍ତ ଜଳାଇଦେଲେ ପଡୋଶୀ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ : ପୂର୍ବରୁ ମିଳିଥିଲା ଧମକ

17/08/2022 at 3:55 PM

ଜୟପୁର ୧୭।୮: ରାଜସ୍ଥାନ ଜୟପୁରରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ଜୀବନ୍ତ ଜାଳିଦେବା ମାମଲା ସାମ୍ନାକୁ ଆସିଛି । ଏଭଳି ଘଟଣା ଜମଭାରମଗଡ ଅଞ୍ଚଳରେ ଘଟିଛି । ଗୁରୁତର ମହିଳା ଜଣଙ୍କ ବୁଧବାର ସକାଳେ ଜୀବନ ହାରିଦେଇଛନ୍ତି । ଜମଭାରମଗଡ ସର୍କଲ ଅଫିସର ଶିବକୁମାର ଭରଦ୍ବାଜ କହିଛନ୍ତି ଯେ, ୩୨ ବର୍ଷ ବୟସ୍କା ଅନୀତାଙ୍କର ଚିକିତ୍ସାଧିନ ଅବସ୍ଥାରେ ବୁଧବାର ମୃତ୍ୟୁ ହୋଇଛି । ଏହି ମାମଲାରେ ଧାରା ୩୦୨ ଅଧିନରେ ମାମଲା ଦାୟର କରାଯାଇ ତଦନ୍ତ ଜାରି ରଖିଛି ପୋଲିସ ।

ମୃତ୍ୟୁ ପୂର୍ବରୁ ପୀଡିତା ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ, ଅଗଷ୍ଟ ୧୦ ତାରିଖରେ ତାଙ୍କୁ ପଡୋଶୀମାନେ ଜୀବନ୍ତ ଜାଳି ଦେଇଥିଲେ । ଏହି ପଡୋଶୀମାନେ ମହିଳାଙ୍କ ସମ୍ପର୍କୀୟ ଥିଲେ। ତାଙ୍କ ଅଭିଯୋଗରେ ମହିଳା ଜଣଙ୍କ ୧୦ ଜଣ ଅଭିଯୁକ୍ତଙ୍କ ନାଁ ନେଇଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି ।

ପୋଲିସ ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ମହିଳାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଦେଖି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପୋଲିସର ସୂଚନା ଅନୁସାରେ, ଉଭୟ ପରିବାର ମଧ୍ୟରେ ଟଙ୍କାକୁ ନେଇ ବିବାଦ ଲାଗି ରହିଥିଲା।  ମେ’ ମାସରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ ।  ସେହି ସମୟରେ ୪ ଜଣଙ୍କୁ ଗିରଫ କରାଯାଇଥିଲା।  ପୀଡିତାଙ୍କୁ ନିର୍ଯାତନା ଦେବା ନେଇ ଧମକ ମିଳିଥିଲା ।

   Related Posts